Advertisment

ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌: ୭୭ ନମ୍ବର ସ୍ଥାନରେ ଭାରତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପସନ୍ଦ କରାଯାଉଥିବା ଦେଶ ମଧ୍ୟରେ ଭାରତର ସ୍ଥାନ ୭୭ ନମ୍ବରରେ ରହିଛି। ପୂର୍ବ ଅପେକ୍ଷା ୨୩ ପଏଣ୍ଟ୍ ଉପରକୁ ଉଠି ଏବେ ଭାରତ ଏହି ସ୍ଥାନ ଅକ୍ତିଆର କରିଛି। ଖାଲି ସେତିକି ନୁହେଁ, ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଭାରତ ସବୁଠାରୁ ଆଗରେ ଥିବା ବେଳେ ବ୍ରିକ୍ସ ରାଷ୍ଟ୍ର ସମୁହ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ୍ ରିପୋର୍ଟ୍‌ରେ […]

ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌: ୭୭ ନମ୍ବର ସ୍ଥାନରେ ଭାରତ

31_10_2017-ease-of-doing-bu

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପସନ୍ଦ କରାଯାଉଥିବା ଦେଶ ମଧ୍ୟରେ ଭାରତର ସ୍ଥାନ ୭୭ ନମ୍ବରରେ ରହିଛି। ପୂର୍ବ ଅପେକ୍ଷା ୨୩ ପଏଣ୍ଟ୍ ଉପରକୁ ଉଠି ଏବେ ଭାରତ ଏହି ସ୍ଥାନ ଅକ୍ତିଆର କରିଛି। ଖାଲି ସେତିକି ନୁହେଁ, ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଭାରତ ସବୁଠାରୁ ଆଗରେ ଥିବା ବେଳେ ବ୍ରିକ୍ସ ରାଷ୍ଟ୍ର ସମୁହ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି।

Advertisment

ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ୍ ରିପୋର୍ଟ୍‌ରେ ଏହା ଦର୍ଶାଯାଇଛି।

ଏଥିରେ ସାରା ବିଶ୍ୱର ମୋଟ ୧୯୦ଟି ଦେଶକୁ ନେଇ ଏହି ଆକଳନ କରାଯାଇଛି। ଏହି ସଦ୍ୟତମ ଆକଳନରେ ଭାରତର ସ୍ଥାନ ଯଥେଷ୍ଟ ଉପରକୁ ଉଠିଛି। ବିଜୁଳି ସଂଯୋଗ, ଶିଳ୍ପ ନୀତି ଓ ପ୍ରୋତ୍ସାହନ ଏବଂ ସଂଖ୍ୟାଲଘୁ ଶ୍ରେଣୀଙ୍କୁ ନିବେଶ ସୁବିଧା ପ୍ରଦାନରେ ଭାରତ ଭଲ ପ୍ରଦର୍ଶନ କରି ଏହି ମାପଦଣ୍ଡରେ ଟପ୍‌ ୨୫ ମଧ୍ୟରେ ସ୍ଥାନ ପାଇଛି ବୋଲି ବିଶ୍ୱବ୍ୟାଙ୍କ ଦର୍ଶାଇଛି।

Advertisment

ସୂଚନା ଅନୁସାରେ ଭାରତ ନିଜ ସ୍ଥିତିରେ ସୁଧାର ଆଣିବାରେ ଅନ୍ୟ ଦେଶ ତୁଳନାରେ ଶ୍ରେଷ୍ଠ ସ୍ଥାନରେ ରହିଛି ବୋଲି ବିଶ୍ୱବ୍ୟାଙ୍କ କହିଛି। ସେହିପରି ନିର୍ମାଣ, ଋଣ ପ୍ରାପ୍ତି, ଟିକସ ପ୍ରଦାନ, ବିଶ୍ୱବ୍ୟାପୀ ବାଣିଜ୍ୟ, ବିଜୁଳି ସଂଯୋଗ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ଭାରତ ଏତେ ଉପରକୁ ଉଠିପାରିଛି ବୋଲି ବିଶ୍ୱବ୍ୟାଙ୍କ ଦର୍ଶାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe