Advertisment

ହଂକଂକୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର  କୋଟି ଡଲାରରେ ପହଞ୍ଚିଥିବାବେଳେ ହଂକଂ ଷ୍ଟକ୍ ମାର୍କେଟର ମୋଟ ବଜାର ଭାରତଠାରୁ ପଛରେ ପଡ଼ିଯାଇଛି। 

Advertisment

ହଂକଂ ଷ୍ଟକ୍ ମାର୍କେଟର କ୍ୟାପ୍ ୪ ଲକ୍ଷ ୨୯ ହଜାର କୋଟି ଡଲାର ସହ ଭାରତଠାରୁ ସାମାନ୍ୟ ପଛରେ ପଡ଼ିଯାଇଛି। ଏହା ସହିତ ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି। ଡିସେମ୍ବର ୫ରେ ପ୍ରଥମ ଥର ପାଇଁ ଏହାର ଷ୍ଟକ୍ ମାର୍କେଟ୍ କ୍ୟାପ୍ ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିଥିଲା।

କ୍ରମାଗତ ଭାବରେ ବଢୁଥିବା ଖୁଚୁରା ନିବେଶକାରୀଙ୍କ ବେସ୍ ଏବଂ ଦୃଢ କର୍ପୋରେଟ୍ ଆୟ କାରଣରୁ ଭାରତରେ ଇକ୍ୱିଟି ବଜାର ଦ୍ରୁତ ଗତିରେ ବଢିଚାଲିଛି। ଏଥି ସହିତ, ୨୦୨୩ରେ ବିଦେଶୀ ପାଣ୍ଠି ମାଧ୍ୟମରେ ଭାରତୀୟ ଷ୍ଟକ ବଜାରରେ ୨୧୦୦ କୋଟି ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଥିଲା, ଯାହା ଦ୍ୱାରା ବେଞ୍ଚମାର୍କ ଇଣ୍ଡେକ୍ସ S&P BSE ସେନସେକ୍ସ ଇଣ୍ଡେକ୍ସକୁ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା। 

Advertisment

ଗୋଟିଏ ପଟେ ଭାରତୀୟ ଷ୍ଟକ୍ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ହଂକଂର ବଜାରରେ ହ୍ରାସ ଦେଖିବାକୁ ମିଳୁଛି, ଯେଉଁଠାରେ ଚୀନର କେତେକ ଶକ୍ତିଶାଳୀ କମ୍ପାନୀ ରହିଛି। ଚୀନ୍ ଏବଂ ହଂକଂ ଷ୍ଟକଗୁଡିକର ମୋଟ ବଜାର ମୂଲ୍ୟ ୬ ଲକ୍ଷ କୋଟି ଡଲାରରୁ ଅଧିକ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Business India Stock Market Largest Stock Market India Overtakes Hong Kong
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe