Advertisment

ଅର୍ଥନୀତିକ ସର୍ଭେ ରିପୋର୍ଟ: ଦେଶର ଅଭିବୃଦ୍ଧି ହାର କମିବ, ଆସିଛି ସର୍ବାଧିକ ଏଫଡିଆଇ

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡ. ଭି ଅନନ୍ତ ନାଗେଶ୍ୱରନ ସାମ୍ବାଦିକ ସମ୍ମିଳନୀ କରି ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି।

chief economic advisor

chief economic advisor

Advertisment

ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହାପରେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡ. ଭି ଅନନ୍ତ ନାଗେଶ୍ୱରନ ସାମ୍ବାଦିକ ସମ୍ମିଳନୀ କରି ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର କମିବ। ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭% ତୁଳନାରେ ୬.୫%କୁ ଖସିବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଭାରତ ମହାମାରୀ ପୂର୍ବ ସ୍ଥିତିକୁ ଧୀରେଧୀରେ ଫେରୁଥିବା ଡ. ନାଗେଶ୍ୱରନ କହିଛନ୍ତି। 

Advertisment

ଗୋଟିଏ ପଟେ ସରକାର ମହାମାରୀ ପରେ ଦେଶର ଅର୍ଥନୀତି ଟ୍ରାକ୍‌କୁ ଫେରିଛି ଓ ବିଶ୍ୱ ତୁଳନାରେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି ବୋଲି ଦାବି କରୁଥିବା ବେଳେ ଅଭିବୃଦ୍ଧି ହାର ପାଇବା ନେଇ ଆକଳନ କରିବା ସମସ୍ତଙ୍କୁ ଚକିତ କରିଛି।

ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଥିଲେ ହେଁ ଆଗାମୀ ଦିନରେ ଏଥିରେ ସୁଧାର ଆସିବ ବୋଲି ଦମ୍ଭୋକ୍ତି କରାଯାଇଛି। ଅଭିବୃଦ୍ଧି ହାର ହ୍ରାସ ପାଇବାକୁ ଥିଲେ ହେଁ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ସେହିପରି ୨୦୨୨ ଆର୍ଥିକ ବର୍ଷରେ ସର୍ବାଧିକ ଏଫଡିଆଇ ବା ବିଦେଶି ପୁଞ୍ଜି ନିବେଶ ଭାରତକୁ ଆସିଛି। ୨୦୨୨ରେ ମୋଟ ୮୪.୮ ବିଲୟନ ଡଲାରର ଏଫଡିଆଇ ଆସି ବୋଲି ରିପୋର୍ଟରେ ଦାବି କରାଯାଇଛି।

Advertisment

ରିପୋର୍ଟରେ କ’ଣ ସବୁ କୁହାଯାଇଛି

୧- ଭାରତୀୟ ଅର୍ଥବ୍ୟବସ୍ଥା ସବୁ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛି। ଏହା ଆଗକୁ ଆହୁରି ବଢ଼ିବ। ମହାମାରୀ ପୂର୍ବ ସ୍ଥିତିକୁ ଫେରିବ।

୨- ନଭେମ୍ବର ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ଲକ୍ଷ୍ୟ ସୀମା ମଧ୍ୟକୁ ଫେରିଛି।

୩- ଏପ୍ରିଲ୍-ନଭେମ୍ବର ୨୦୨୨ ଅବଧିରେ ପ୍ରତ୍ୟେକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି।

୪- ସହରରେ ବେକାରୀ ହାର ହ୍ରାସ ଓ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠିରେ ପଞ୍ଜିକରଣ ନିଯୁକ୍ତି ସୃଷ୍ଟି କରିଥିବା କଥାକୁ ଦର୍ଶାଉଛି।

୫- ଆର୍ଥିକ ବର୍ଷ ୨୦୨୩ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଜେଟ ବ୍ୟୟ ଜିଡିପିର ୨.୧%କୁ ବୃଦ୍ଧି ପାଇଛି ଓ ୨୦୨୨ ଆର୍ଥିକ ବର୍ଷରେ ଏହା ୨.୨%ରେ ପହଞ୍ଚିଥିଲା। ୨୦୧୧ରେ ଏହା ୧.୬% ରହିଥିଲା।

୬- ସାମାଜିକ କ୍ଷେତ୍ରର ବ୍ୟୟ (କେନ୍ଦ୍ର ଓ ରାଜ୍ୟ ମିଳିତ) ୨୧.୩ ଲକ୍ଷ କୋଟି ଯାଏ ବୃଦ୍ଧି କରାଯାଇଛି। ଏହା ୨୦୧୬ ଆର୍ଥିକ ବର୍ଷରେ ୯.୧ ଲକ୍ଷ କୋଟି ଟଙ୍କା ଥିଲା।

୭- ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଅର୍ଥାତ ଏସସିବିର ମୋଟ ଜିଏନପିଏ ଅନୁପାତ ସାତ ବର୍ଷ ମଧ୍ୟରେ ପ୍ରଥମଥର ୫.୦ ତଳକୁ ଖସିଛି।

୮- ସର୍ଭେରୁ କୁହାଯାଇଛି ଯେ ୨୦୦୫-୦୬ରୁ ୨୦୨୯-୨୦ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳୁ ମୁକୁଳିଛନ୍ତି।

୯- ସେବା କ୍ଷେତ୍ରରେ ଏଫଡିଆ ପରିମାଣ ୨୦୨୨ ଆର୍ଥିକ ବର୍ଷରେ ୮୪.୮ ବିଲିୟନ ଡଲାର ରହିଛି

୧୦- ସେବା କ୍ଷେତ୍ରରେ ଅଭିବୃଦ୍ଧି ୨୦୨୨-୨୩ ବର୍ଷରେ ୯.୧% ରହିବ।

Economic Survey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe