Advertisment

ଆଶା ଠାରୁ ଅଧିକ ବେଗରେ ଦୌଡ଼ିଲା ଦେଶର GDP

ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୫% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ଠାରୁ ଅଧିକ ବେଗରେ ଅଭିବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିଛି। ଏହି ସଂଖ୍ୟା ଗତବର୍ଷର ପ୍ରଥମ କ୍ୱାର୍ଟର ଅଭିବୃଦ୍ଧି ତୁଳନାରେ ୧.୩% ଅଧିକ।

author-image
Hemant Lenka
GDP

GDP

ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରେ ଦେଶର ଜିଡିପି ୭.୮% ହାରରେ ଆଗକୁ ବଢ଼ିଛି। ଏହାର ଅର୍ଥ ଦେଶର ଅଭିବୃଦ୍ଧି ୭.୮% ହାରରେ ଆଗକୁ ଦୌଡ଼ୁଛି।

Advertisment

ବାସ୍ତବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୫% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ଠାରୁ ଅଧିକ ବେଗରେ ଅଭିବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିଛି। ଏହି ସଂଖ୍ୟା ଗତବର୍ଷର ପ୍ରଥମ କ୍ୱାର୍ଟର ଅଭିବୃଦ୍ଧି ତୁଳନାରେ ୧.୩% ଅଧିକ।

ଶେଷ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଭାରତ ଜିଡିପି ଅଭିବୃଦ୍ଧି ୬.୫% ହାରରରେ ହୋଇଥିଲା। ୨୦୨୫-୨୦୨୬ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଅଭିବୃଦ୍ଧି ଗତ କ୍ୱାର୍ଟର ତୁଳନାରେ ସବୁଠାରୁ ଦ୍ରୁତ ଓ ଅଧିକ। ଶେଷଥର ପାଇଁ ୨୦୨୪ର ଜାନୁଆରୀରୁ ମାର୍ଚ୍ଚ କ୍ୱାର୍ଟରରେ ଦେଶର ଜିଡିପି ଅଭିବୃଦ୍ଧି ସର୍ବାଧିକ ୮.୪% ରେକର୍ଡ କରାଯାଇଥିଲା। ଏହାପରେ ଅର୍ଥନୀତିକ ଅଭିବୃଦ୍ଧି ହ୍ରାସ ପାଇଥିଲା। ଏବେ ଆଶା ଠାରୁ ଅଧିକ ରହିଛି ଜିଡିପି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲରୁ ଜୁନ କ୍ୱାର୍ଟରରେ ଚାଇନାର ଅଭିବୃଦ୍ଧି ୫.୨% ରହିଥିବା ବେଳେ ଭାରତ ୭.୮% ବେଗରେ ଆଗକୁ ଯାଉଛି। ଏହାର ଅର୍ଥ ଭାରତ ଦ୍ରୁତଗତିରେ ଆଗକୁ ଯାଉଥିବା ଗୋଟିଏ ଅର୍ଥନୀତିକ ରାଷ୍ଟ୍ରରେ ପରିଣତ ହୋଇଛି।

ଏପରି ଅଭିବୃଦ୍ଧି ସେବା ଓ କୃଷି କ୍ଷେତ୍ରରେ ମିଳିଥିବା ସଫଳତା ପାଇଁ ସମ୍ଭବ ହୋଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୩% ରହିଥିବା ବେଳେ କୃଷି କ୍ଷେତ୍ରରେ ଏହା ୩.୭% ରହିଛି। ଗତବର୍ଷ ଏପ୍ରିଲରୁ ଜୁନ କ୍ୱାର୍ଟରରେ ସେବା କ୍ଷେତ୍ରର ଅଭିବୃଦ୍ଧି ୬.୮% ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୫% ହୋଇଥିଲା। ସେହିପରି ଗତବର୍ଷ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହ୍ରାସ ପାଇଛି। ଗତବର୍ଷ ଏହା ୧୦.୧% ରହିଥିବା ବେଳେ ଚଳିତ କ୍ୱାର୍ଟରରେ ୭.୬%କୁ ଖସି ଆସିଛି।

ଆରବିଆଇ ଆକଳନ କରିଥିଲା ଯେ ଦେଶର ଜିଡିପି ଅଭିବୃଦ୍ଧି ୨୦୨୫-୨୬ରେ ୬.୫% ରହିବ। କ୍ୱାର୍ଟର କଥା ବିଚାରକୁ ନେଲେ ଜାନୁଆରୀରୁ ମାର୍ଚ୍ଚ ଏହା ୬.୫%, ଏପ୍ରିଲରୁ ଜୁନରେ ଏହା ୬.୭%, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହା ୬.୬% ଓ ଶେଷ କ୍ୱାର୍ଟରରେ ଏହା ୬.୩% ରହିବ ବୋଲି କହିଥିଲା। କିନ୍ତୁ ଏପ୍ରିଲରୁ ଜୁନରେ ଜିଡିପି ଅଭିବୃଦ୍ଧତ ୭.୮% ରହିଛି।

GDP GDP Growth In India