Advertisment

ଭାରତୀୟ ଅର୍ଥନୀତିର ଦମଦାର ପ୍ରଦର୍ଶନ: GDP ୭.୮% ଗତିରେ ଦୌଡ଼ିଲା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି।

GDP

GDP

Advertisment

ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ କ୍ୱାର୍ଟରର୍‌ରେ ଦେଶର ଜିଡିପି ୭.୮% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ କରାଯାଇଛି।

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ୭.୮% ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସମାନ ସମୟରେ ଏହା ୬.୧% ରହିଥିଲା। ସେହିପରି ଏହାର ପୂର୍ବ ବର୍ଷରେ ମାର୍ଚ୍ଚ କ୍ୱାର୍ଟରରେ ଜିଡିପି ୮.୪% ରହିଥିଲା।

୨୦୨୪ର ୪ର୍ଥ କ୍ୱାର୍ଟରରେ ଦେଶର ଜିଡିପି ୬.୯% ରହିବ ଓ ପୂରା ବର୍ଷରେ ଏହା ୭.୬%କୁ ଛୁଇଁବ ବୋଲି ଆରବିଆଇ ଆକଳନ କରିଥିଲା। ହେଲେ ଆରବିଆଇ ଆକଳନ ଠାରୁ ଜିଡିପି ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଛି। ୨୦୨୩ ଆର୍ଥକ ବର୍ଷ ପ୍ରକୃତ ଜିଡିପି ୭% ରହିଥିଲା। କିନ୍ତୁ ୨୦୨୪ରେ ଏହା ୮.୨% ରହିବ ବୋଲି କୁହାଯାଇଛି।

Advertisment

ସରକାର କହିଛନ୍ତି, “୨୦୨୩-୨୪ରେ ରିୟଲ ଜିଡିପି ୮.୨% ବେଗରେ ବଢ଼ିବ। ୨୦୨୨-୨୩ରେ ଏହା ୭% ରହିଥିଲା। ୨୦୨୩-୨୪ରେ ନୋମିନାଲ ଜିଡିପି ୯.୬% ବେଗରେ ଅଭିବୃଦ୍ଧି ହୋଇଛି। ୨୦୨୨-୨୩ରେ ଏହା ୧୪.୨% ରହିଥିଲା।”

ବିଶ୍ୱରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତର ଅର୍ଥନୀତି ଦମଦାର ପ୍ରଦର୍ଶନ କରି ବିଶେଷଜ୍ଞମାନଙ୍କୁ ଚକିତ କରିଛି।

GDP Indian Economy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe