Advertisment

ମହଙ୍ଗା ମାଡ଼ ଭିତରେ ଆଶ୍ୱସ୍ତିର ଖବର, ଖୁଚୁରା ମୁଦ୍ରାସ୍ଫୀତି ୨ ବର୍ଷ ଭିତରେ ସବୁଠୁ କମ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ତୃତୀୟ ମାସ ପାଇଁ ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟ ରହିଛି।

Inflation

Inflation

Advertisment

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ମିଳିଛି ଆଶ୍ୱସ୍ତି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨୫ ମାସ ମଧ୍ୟରେ ସବୁଠାରୁ ତଳକୁ ଖସିଛି। ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୫% ରହିଛି। ଖାଦ୍ୟ ସାମଗ୍ରୀର ଦର ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତିରେ ଏପରି ସୁଧାର ଆସିଛି। ଅର୍ଥ ନୀତିକ ବିଶେଷଜ୍ଞମାନେ ମଧ୍ୟ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ମଧ୍ୟ ପୂର୍ବାନୁମାନ କରିଥିଲେ।

Advertisment

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଏହା ୪.୨୫% ରହିଥିବାରୁ ଅର୍ଥନୀତି ପାଇଁ କିଛି ଭଲ ଖବର ଆସିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ତୃତୀୟ ମାସ ପାଇଁ ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟ ରହିଛି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା। ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୫% ରହିଛି। ଏହା ୨୦୨୧ ଏପ୍ରିଲ ପରେ ସବୁଠାରୁ କମ। ୨୦୨୧ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୩% ରହିଥିଲା। ଏହାପରଠାରୁ ମହଙ୍ଗା ମାଡ଼ ଲୋକଙ୍କ ଉପରେ ଦାଉ ସାଜିଥିଲା।

Advertisment

ଅନ୍ୟପକ୍ଷରେ ଚଳିତ ବର୍ଷ ମା’ ମାସରେ ଗ୍ରାମୀଣ ମୁଦ୍ରାସ୍ଫୀତି ୪.୧୭% ଓ ସହରର ମୁଦ୍ରାସ୍ଫୀତି ୪,୨୭% ରେକର୍ଡ କରାଯାଇଛି।

Inflation Rate Indian Economy Inflation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe