Advertisment

ଧନୀ ହିରୋଇନ୍ ତାଲିକାର ଦ୍ୱିତୀୟରେ ଐଶ୍ୱର୍ଯ୍ୟା ରାୟ, ପ୍ରଥମରେ...

ଭାରତର ଶ୍ରେଷ୍ଠ ୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ ପାଇଛି।

Aishwarya Rai Bachchan

Aishwarya Rai Bachchan

Advertisment

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦରତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଉ ପ୍ରତିଯୋଗିତା ହୁଏ। କେଉଁ ହିରୋଇନ ସବୁଠୁ ସୁନ୍ଦର ସେ ଆଲୋଚନା-ପର୍ଯ୍ୟାଲୋଚନା କରନ୍ତି ଫ୍ୟାନ୍। କିନ୍ତୁ ବର୍ତ୍ତମାନ ସମୟରେ କେଉଁ ହିରୋଇନ ବେଶି ଧନୀ ସେନେଇ ଏକ ଚର୍ଚ୍ଚା ଚାଲିଛି।

Advertisment

ସୋଶାଲ ମିଡିଆରେ ୧୦ ଜଣ ଧନୀ ହିରୋଇନଙ୍କ ତାଲିକା ଭାଇରାଲ୍ ହେଉଛି। ଏହି ତାଲିକାର ଦ୍ୱିତୀୟରେ ବଲିଉଡ ବିଉଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଛନ୍ତି। ତେବେ ତାଲିକାର ପ୍ରଥମରେ କିଏ ଅଛନ୍ତି ଏବଂ ଆଉ କେଉଁ ହିରୋଇନ ଏଥିରେ ସାମିଲ ଅଛନ୍ତି, ଜାଣନ୍ତୁ...

ନିକଟରେ ହୁରୁନ୍ ଇଣ୍ଡିଆ ଭାରତର ଶ୍ରେଷ୍ଠ ୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 80 ଦଶକରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମୟର ହିରୋଇନ୍ ସାମିଲ୍ ଅଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ୯୦ ଦଶକର ଜଣେ ହିରୋଇନ ଧନୀ ତାଲିକାର ପ୍ରଥମ ସ୍ଥାନ ନେଇଯାଇଛନ୍ତି।

Advertisment

୯୦ ଦଶକ କଥା କହିଲେ ଆପଣ କରୀନା କପୁର, କାଜଲ, କରିସ୍ମା କପୁର, ରାଣୀ ମୁଖାର୍ଜୀ, ମାଧୁରୀ ଦୀକ୍ଷିତଙ୍କ କଥା ଭାବୁଥିବେ ନିଶ୍ଚୟ। କିନ୍ତୁ ନା, ଏମାନେ କେହି ଭାରତର ଧନୀ ହିରୋଇଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ନାହାନ୍ତି, ବରଂ ଦୀର୍ଘ ଦିନ ହେବ କ୍ୟାମେରାରୁ ଦୂରେଇ ରହିଥିବା ଜୁଇ ଚାୱଲା ଏହି ସ୍ଥାନ ଅଳଙ୍କୃତ କରିଛନ୍ତି। ସେ ହେଉଛନ୍ତି ଭାରତର ସବୁଠୁ ଧନୀ ହିରୋଇନ୍

ତାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଦ୍ୱିତୀୟ ଶ୍ରେଷ୍ଠ ଧନୀ ହିରୋଇନ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ମୂଲ୍ୟ 850 କୋଟି ଟଙ୍କା ହୋଇ ଥିବାବେଳେ ଜୁଇ ଚାୱଲାଙ୍କ ସମ୍ପତ୍ତି ମୂଲ୍ୟ ୪,୬୦୦ କୋଟି ଟଙ୍କା। ଏହାପରେ ୬୫୦ କୋଟି ଟଙ୍କା ସହ ତୃତୀୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ଚତୁର୍ଥରେ ଆଲିଆ ଭଟ୍ଟ ଏବଂ ପଞ୍ଚମରେ ଦୀପିକା ପାଦୁକୋନ ଅଛନ୍ତି।

ଜୁଇ ଚାୱଲା ଅଭିନୟ ଜଗତରେ ନଥିଲେ ମଧ୍ୟ ତାଙ୍କର ଅନେକ ବ୍ୟବସାୟୀକ ସଂସ୍ଥା ରହିଛି। ତାଙ୍କ ସ୍ୱାମୀ ଜୟ ମେହତା ଜଣେ ବ୍ୟବସାୟୀ। ଜୁଇ ଚାୱଲା ମଧ୍ୟ ରେଡ୍ ଚିଲ୍ଲିଜ୍ ଗ୍ରୁପର ସହପ୍ରତିଷ୍ଠାତା ଅଛନ୍ତି। ଏଥିସହ ସେ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ ଅଛନ୍ତି। 

Kareena Katrina Priyanka India’s Richest Actress Alia Bhatt Deepika Padukon Aishwarya Rai Bachchan Juhi Chawla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe