Advertisment

ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ବୁଝାମଣା: କାହାକୁ କ’ଣ ଫାଇଦା ମିଳିବ?

ଗୋଟିଏ ଦଶନ୍ଧି ମଧ୍ୟରେ କୌଣସି ବିକଶିତ ଅର୍ଥନୀତିକ ରାଷ୍ଟ୍ର ସହ ଭାରତ ପ୍ରଥମଥର ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି।

UK

UK

Advertisment

ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ବୁଝାମଣା(ଏଫଟିଏ) ସ୍ୱାକ୍ଷରିତ ହେବାକୁ ଯାଉଛି। ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ସମୟରେ ଏହି ଚୁକ୍ତି ଉପରେ ମୋହର ବାଜିବ। ଦୀର୍ଘ ୩ ବର୍ଷର ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ବୁଝାଣା ଗୁରୁବାର ସଫଳ ରୂପ ନେବାକୁ ଯାଉଛି।

Advertisment

ଗୋଟିଏ ଦଶନ୍ଧି ମଧ୍ୟରେ କୌଣସି ବିକଶିତ ଅର୍ଥନୀତିକ ରାଷ୍ଟ୍ର ସହ ଭାରତ ପ୍ରଥମଥର ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି। ବ୍ରିଟେନର ସଂସଦ ଓ ଭାରତର କ୍ୟାବିନେଟ ଆଇନଗତ ମଞ୍ଜୁରୀ ମଧ୍ୟ ପ୍ରଦାନ କରିବା କ୍ଷଣି ଏହା ଲାଗୁ ହେବାକୁ ଯାଉଛି।

ଭାରତ ଓ ବ୍ରିଟେନ: କିଏ କ’ଣ ଫାଇନା ପାଇବେ?

ଭାରତର ରିହାତି

ନିଶାଯୁକ୍ତ ପାନୀୟ: ସ୍କଚ, ହ୍ୱିସ୍କି ଭଳି ନିଶାଯୁକ୍ତ ଦ୍ରବ୍ୟ ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ୧୫୦%ରୁ ୭୫% ଖସି ଆସିବ। ୧୦ ବର୍ଷ ମଧ୍ୟରେ ଏହା ୪୦%ରେ ପହଞ୍ଚିବ।

Advertisment

ଅଟୋମୋବାଇଲ: ବ୍ରିଟେନ ନିର୍ମିତ କାର ଉପରେ ବର୍ତ୍ତମାନ ଶୁଳ୍କ ୧୦୦%ରୁ ଅଧିକ ଲାଗୁ ହେଉଛି। ଏଫଟିଏ ପରେ ଏହା ୧୦%କୁ ଖସି ଆସିବ।

ଅନ୍ୟାନ୍ୟ ସାମଗ୍ରୀ: ବ୍ରିଟେନରୁ ଆସୁଥିବା କସମେଟିକ, ଚୋକୋଲେଟ, ବିସ୍କୁଟ ଓ ମେଡିକାଲ ଯନ୍ତ୍ରପାତି ଉପରେ ଲାଗୁ ହେଉଥିବା ଶୁଳ୍କ ଆଶାତୀତ ଭାବେ ହ୍ରାସ ପାଇବ।

ବ୍ରିଟେନର ରିହାତି

ଏଫଟିଏ ପରେ ବ୍ରିଟେନ ମାର୍କେଟକୁ ଭାରତରୁ ରପ୍ତାନୀ ହେଉଥିବା ୯୯% ଜିନିଷ ଉପରେ କୌଣସି ପ୍ରକାରର ସୀମା ଶୁଳ୍କ ଲାଗୁ ହେବନି।

ଭାରତୀୟ ଶିଳ୍ପର ବିଜେତା

ଏଫଟିଏ ଦ୍ୱାରା ଲାଭ ପାଇବାକୁ ଥିବା କ୍ଷେତ୍ର ମଧ୍ୟରେ କପଡ଼ା, ଜୋତା, ଅଟୋ କମ୍ପୋନେଟ୍ସ, ସୁନା, ହୀରା, ମୂଳବାନ ଧାତୁ, ଫର୍ଣ୍ଣିଚର, କ୍ରୀଡ଼ା ସାମଗ୍ରୀ, କେମିକାଲ ଆଦି ଶିଳ୍ପ ରହିଛନ୍ତି। ଏହା ମଧ୍ୟରୁ ଅଧିକାଂଶ ଜିନିଷ ଉପରେ ଏବେ ୟୁକେ ୪%ରୁ ୧୬% ଶୁଳ୍କ ଲାଗୁ କରୁଛି। ଏଫଟିଏ ପରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଭାରତରେ ଉତ୍ପାଦନ ହେଉଥିବା ବୈଦ୍ୟୁତିକ ଓ ହାଇବ୍ରିଡ ଗାଡ଼ି ମଧ୍ୟ ନୂଆ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ଲାଭବାନ ହେବେ।

ବ୍ରିଟେନର ଆକଳନ

ବ୍ରିଟିଶ ସରକାରଙ୍କ ଆକଳନ କରିଛନ୍ତି ଯେ ଏଫଟିଏ ଦ୍ୱାରା ବ୍ରିଟେନର ଜିଡିପି ବାର୍ଷିକ ୫୬,୧୫୦ କୋଟି ଟଙ୍କାରେ ପହଞ୍ଚିବ। ଭାରତୀୟ ଜିତିଷ ଓ ଖାଦ୍ୟ ସାମଗ୍ରୀ ବ୍ରିଟେନର ଲୋକମାନେ ଶସ୍ତାରେ ପାଇବେ। ଭାରତ ମଧ୍ୟ ବ୍ରିଟେନର ସାମଗ୍ରୀ ଉପରେ ଲାଗୁ କରୁଥିବା ଶୁଳ୍କକୁ ୯୦% ଯାଏ ହ୍ରାସ କରିବ।

ବ୍ରିଟେନରେ ସ୍କଚ ଓ ହ୍ୱିସ୍କି ପ୍ରସ୍ତୁତ କରୁଥିବା କମ୍ପାନୀ ଏବଂ କାର ନିର୍ମାଣକାରୀ କମ୍ପାନୀ ଗୁଡ଼ିକ ସହଜରେ ଭାରତୀୟ ମାର୍କେଟରେ ନିଜ ବ୍ୟବସାୟୀକୁ ବୃଦ୍ଧି କରିପାରିବେ।

ଏଫଟିଏ ପରେ ବ୍ରିଟେନ ଅସ୍ଥାୟୀ ଭାବେ ଯୁବ ଯୋଗ ଶିକ୍ଷକ, ରୋଷେୟା, ସଂଗୀତଜ୍ଞ ଓ ଅନ୍ୟ ଚୁକ୍ତି ଭିତ୍ତିକ ସେବା ପ୍ରଦାନକାରୀଙ୍କୁ ସେଠାରେ କାମ କରିବୁ ସୁଯୋଗ ଦେବ। ବ୍ରିଟେନରେ କାମ କରୁଥିବା ଭାରତୀୟ କର୍ମଜୀବୀଙ୍କୁ ୩ ବର୍ଷ ଯାଏ ସାମାଜିକ ସୁରକ୍ଷା ଯୋଗାଦାନରୁ ମୁକ୍ତ କରାଯିବ। ଏହାଦ୍ୱାରା ୪ ହଜାର କୋଟି ଟଙ୍କା ବଞ୍ଚି ପାରିବ।

୨ ବିଲିୟନରୁ ଅଧିକ ଅଣ ସମ୍ବେଦନଶୀଳ ସରକାରୀ ଠିକା କାମକୁ ନେବା ପାଇଁ ବ୍ରିଟେନ କମ୍ପାନୀଗୁଡ଼ିକ ନିଲାମ ଡାକି ପାରିବେ। ଏହା ୪.୦୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୪୦ ହଜାର ଟେଣ୍ଡର ପାଇଁ ଲାଗୁ ହେବ ବୋଲି ବ୍ରିଟେନ ସରକାର ଆକଳନ କରିଛନ୍ତି।

ଏଫଟିଏର ଫାଇଦା

ଏହି ଚୁକ୍ତି ଦ୍ୱିପାକ୍ଷିକ ନିବେଶକୁ ଅଧିକ ସଶକ୍ତ କରିବ। ଏବେ ୧୦୦୦ରୁ ଅଧିକ ଭାରତୀୟ କମ୍ପାନୀ ବ୍ରିଟେନରେ କାମ କରୁଛନ୍ତି। ଏହି କମ୍ପାନୀଗୁଡ଼ିକରେ ୧ ଲକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଥିବା ବେଳେ ୧.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି।

ଭାରତରେ ବ୍ରିଟେନ ୩.୧୧ ଲକ୍ଷ କୋଟି ଟଙ୍କାର ନିବେଶ କରିଛି। ଭାରତରେ ବ୍ରିଟେନ ୬ ବୃହତ୍ତ ବିଦେଶୀ ନିବେଶକାରୀ ରାଷ୍ଟ୍ର ବନି ଯାଇଛି।

୨୦୧୪ରେ କ୍ଷମତା ଦଖଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୪ର୍ଥ ଥର ପାଇଁ ବ୍ରିଟେନ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ସମୟରେ ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଆଦି ବିଷୟବସ୍ତୁ ଫୋକସ କରାଯିବ।

india-uk-free-trade-agreement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe