Advertisment

ସର୍ଭିସ୍ ନାଁ ବଦଳାଇଲା ବ୍ଲୁ ଡାର୍ଟ କମ୍ପାନୀ, ରଖିଲା 'ଭାରତ ଡାର୍ଟ'

ଇଣ୍ଡିଆ-ଭାରତ ବିବାଦ ମଧ୍ୟରେ ଖ୍ୟାତନାମା କୋରିଅର୍ ଡେଲିଭର୍ ସର୍ଭିସ୍ ବ୍ଲୁ ଡାର୍ଟ ଏକ୍ସପ୍ରେସ୍ ଲିମିଟେଡ୍ ଏକ ସର୍ଭିସ 'ଡାର୍ଟ ପ୍ଲସ୍'କୁ 'ଭାରତ ଡାର୍ଟ'ରେ ପରିବର୍ତ୍ତନ କରିଛି।

ଅଦ୍ୟତନ ହୋଇଛି
File Image

File Image

Advertisment

ଦେଶର ନାମ ଇଣ୍ଡିଆ-ଭାରତ ବିବାଦ ମଧ୍ୟରେ ଖ୍ୟାତନାମା କୋରିଅର୍ ଡେଲିଭର୍ ସର୍ଭିସ୍ ବ୍ଲୁ ଡାର୍ଟ ଏକ୍ସପ୍ରେସ୍ ଲିମିଟେଡ୍ ତା'ର ଏକ ସର୍ଭିସର ନାମ ପରିବର୍ତ୍ତନ କରିଛି। ଏହାର 'ଡାର୍ଟ ପ୍ଲସ୍' ସର୍ଭିସ୍ ନାମକୁ 'ଭାରତ ଡାର୍ଟ'କୁ ପରିବର୍ତ୍ତନ କରିଛି କମ୍ପାନୀ। ଏନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ ଘୋଷଣା କରାଯାଇଛି।

Advertisment

'ବ୍ଲୁ ଡାର୍ଟ'ର ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ କହିଛନ୍ତି, "ଏହି ରିବ୍ରାଣ୍ଡିଂ (ପୁନଃନାମକରଣ) ଆମ ପାଇଁ ଏକ ରୋମାଞ୍ଚକର ପରିବର୍ତ୍ତନ। ଭାରତ ଡାର୍ଟ ହେଉଛି ଆମ କମ୍ପାନୀ ଏବଂ ରାଷ୍ଟ୍ର ପାଇଁ ଏକ ନୂତନ ତଥା ରୋମାଞ୍ଚକର ଅଧ୍ୟାୟର ପ୍ରଥମ ପଦକ୍ଷେପ। ଭାରତ ଡାର୍ଟ(ପୂର୍ବରୁ ବ୍ଲୁ ଡାର୍ଟ ନାମରେ ଜଣାଶୁଣା) ଏକ ଭାରତୀୟ ଲୋଜିଷ୍ଟିକ୍ସ କମ୍ପାନୀ, ଯାହା କୋରିଅର୍ ଡେଲିଭରୀ ସେବା ଯୋଗାଇଦିଏ। ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ।

ଜି-20 ଶିଖର ସମ୍ମିଳନୀରେ ନୈଶ୍ୟ ଭୋଜି ନିମନ୍ତ୍ରଣ ପତ୍ରରେ ପାରମ୍ପାରିକ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ବିରୋଧୀ ମେଣ୍ଟ ଇଣ୍ଡିଆ ନାମକରଣ ସହ ଯୋଡି କଟାକ୍ଷ କରିଥିଲେ ବିରୋଧୀ। ବିରୋଧୀ ମେଣ୍ଟ ନାମ ଇଣ୍ଡିଆ ରଖାଯାଇ ଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସେମାନେ ଅଭିଯୋଗ କରିଥିଲେ। ପରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ଲାକାର୍ଡରେ ମଧ୍ୟ ଭାରତ ଲେଖାଯାଇଥିଲା।   

Advertisment

ନାମ ପରିବର୍ତ୍ତନକୁ ଅନେକ ରାଜନେତା, ଅଭିନେତା ଏବଂ କ୍ରୀଡାବିତ ମଧ୍ୟ ସମର୍ଥନ କରିଥିଲେ। ବର୍ତ୍ତମାନ ଏକ ବ୍ୟବସାୟୀ ସଂସ୍ଥା ତା'ର ବ୍ରାଣ୍ଡର ନାମକୁ ଭାରତ ସହ ବଦଳାଇବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe