Advertisment

୧ ଘଣ୍ଟାରେ ଘରେ ପହଞ୍ଚିବ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଏବେ ରୋଷେଇ ସିଲିଣ୍ଡର ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଗୋଟିଏ ସିଲିଣ୍ଡର ଥିବ ଆଉ ରୋଷେଇ କରିବା ବେଳେ ଯଦି ସରିଯିବ ତାହେଲେ ଅନ୍ୟତ୍ର ରୋଷେଇ ପାଇଁ ବ୍ୟବସ୍ଥା କରିବାକୁ ପଡ଼େ। ହେଲେ ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଇଣ୍ଡିଆନ୍ ଓଏଲ ଆରମ୍ଭ କରିବାକୁ ଯାଉଛି ‘ତତ୍କାଳ ଗ୍ୟାସ ସିଲିଣ୍ଡିର ଡେଲଭରୀ’ ସେବା। ଅର୍ଥାତ୍ ବୁକିଂର ଘଣ୍ଟାଏ ମଧ୍ୟରେ ସିଲିଣ୍ଡର ଘର ଆଗରେ ହାଜର ହେବ। ପ୍ରଥମ ପର୍ଯ୍ୟାୟରେ, ପ୍ରତ୍ୟେକ ରାଜ୍ୟର ଗୋଟିଏ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

LPG-CYLINDER

ନୂଆଦିଲ୍ଲୀ: ଏବେ ରୋଷେଇ ସିଲିଣ୍ଡର ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଗୋଟିଏ ସିଲିଣ୍ଡର ଥିବ ଆଉ ରୋଷେଇ କରିବା ବେଳେ ଯଦି ସରିଯିବ ତାହେଲେ ଅନ୍ୟତ୍ର ରୋଷେଇ ପାଇଁ ବ୍ୟବସ୍ଥା କରିବାକୁ ପଡ଼େ। ହେଲେ ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଇଣ୍ଡିଆନ୍ ଓଏଲ ଆରମ୍ଭ କରିବାକୁ ଯାଉଛି 'ତତ୍କାଳ ଗ୍ୟାସ ସିଲିଣ୍ଡିର ଡେଲଭରୀ' ସେବା। ଅର୍ଥାତ୍ ବୁକିଂର ଘଣ୍ଟାଏ ମଧ୍ୟରେ ସିଲିଣ୍ଡର ଘର ଆଗରେ ହାଜର ହେବ।

Advertisment

ପ୍ରଥମ ପର୍ଯ୍ୟାୟରେ, ପ୍ରତ୍ୟେକ ରାଜ୍ୟର ଗୋଟିଏ ସହରରେ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ସେବା ଅଧୀନରେ କମ୍ପାନୀ ୩୦ ରୁ ୪୫ ମିନିଟ ମଧ୍ୟରେ ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇବ। କମ୍ପାନୀ କହିଛି ଯେ ବର୍ତ୍ତମାନ ଏହି ସୁବିଧା ଉପରେ କାମ ଚାଲିଛି। ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ।

ଫେବୃଆରୀ ୨ରୁ ଏହି ସେବା ଆରମ୍ଭ ହୋଇପାରେ। ଏବେ ଦେଶରେ ପ୍ରାୟ ୨୮ କୋଟି ଏଲପିଜି ଗ୍ରାହକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୪ କୋଟି ଇଣ୍ଡେନ୍ ଗ୍ୟାସର ଗ୍ରାହକ।

Advertisment

ତେବେ ଏହି ତତ୍କାଳ ସେବା ପାଇଁ ଗ୍ରାହକଙ୍କୁ କିଛି ଚାର୍ଜ ଦେବାକୁ ପଡିପାରେ। ଏହି ଚାର୍ଜ କେତେ ହେବ, ତାହା ସ୍ଥିର ହୋଇନାହିଁ। ସାଧାରଣତଃ ଏହି ସେବା ସେହିମାନଙ୍କ ପାଇଁ ଲାଭ ହେବ ଯେଉଁମାନଙ୍କର ଗୋଟିଏ ସିଲିଣ୍ଡର ଥିବ। କାରଣ ଡବଲ ସିଲିଣ୍ଡର ଥିଲେ ତତ୍କାଳ ସିଲିଣ୍ଡର ସେବାର ଆବଶ୍ୟକ ପଡ଼ିନପାରେ।