Advertisment

ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା, ୮୩.୦୨ରେ ପହଞ୍ଚିଲା

ନୂଆଦିଲ୍ଲୀ: ଆମେରିକା ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ସ୍ଥଳକୁ ଖସି ଯାଇଛି। ଆଜି କାରବାର ବନ୍ଦ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୩.୦୨ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଟଙ୍କାର ମୂଲ୍ୟ ଏତେ ପରିମାଣର ହ୍ରାସ ହୋଇ ନଥିଲା। ମଙ୍ଗଳବାର କାରବାର ବନ୍ଦ ହେବା ବେଳେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୮୨.୩୬ […]

author-image
Hemant Lenka
ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା, ୮୩.୦୨ରେ ପହଞ୍ଚିଲା

Dollar

ନୂଆଦିଲ୍ଲୀ: ଆମେରିକା ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ସ୍ଥଳକୁ ଖସି ଯାଇଛି। ଆଜି କାରବାର ବନ୍ଦ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୩.୦୨ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଟଙ୍କାର ମୂଲ୍ୟ ଏତେ ପରିମାଣର ହ୍ରାସ ହୋଇ ନଥିଲା।

Advertisment

ମଙ୍ଗଳବାର କାରବାର ବନ୍ଦ ହେବା ବେଳେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୮୨.୩୬ ଟଙ୍କା ଥିଲା। ଆଜି ବଜାର ଖୋଲିବା ବେଳେ ଏଥିରେ ୬ ପଇସା ସୁଧାର ଆସିଥିଲା। ଅର୍ଥାତ ଗୋଟିଏ ଡଲାରର ମୂଲ୍ୟ ୮୨.୩୦ ଟଙ୍କା ଥିବା ବେଳେ କାରବାର ଆରମ୍ଭ ହୋଇଥିଲା। କାରବାର ବଢ଼ିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା। ଶେଷରେ ସନ୍ଧ୍ୟାରେ ବ୍ୟବସାୟ ବନ୍ଦ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୩.୦୨ ଟଙ୍କାରେ ପହଞ୍ଚି ଯାଇଥିଲା।

ଡଲାରର ଅଧିକ ଚାହିଦା ଓ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା କୁହାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଏପରି ହେଲେ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ଭାରତକୁ ଆମଦାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ମହଙ୍ଗା ହେବ। ଫଳରେ ଆମଦାନୀ ଜିନିଷର ଦାମ ବୃଦ୍ଧି ପାଇବ। ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତୈଳ।

Advertisment

ଡଲାରର ମଜବୁତ ଓ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଟଙ୍କାକୁ ଦୁର୍ବଳ ହେବାରେ ସାହାଯ୍ୟ କରିଛି। ଭାରତ ନିଜ ଆବଶ୍ୟକତାର ୮୦% ତୈଳ ବିଦେଶରୁ ଆମଦାନୀ କରିଥାଏ ଓ ଏଥିପାଇଁ ଡଲାର ଆକାରରେ ଟଙ୍କା ପୈଠ କରାଯାଏ। ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ। ଏଣୁ ଏଗୁଡ଼ିକର ମୂଲ୍ୟ ମଧ୍ୟ ବଢ଼ିବ। ୨୦୧୪ରୁ ୨୦୨୨ ମଧ୍ୟରେ ଡଲାର ତୁଳନାରେ ଟଙ୍କା ୨୫ରୁ ୨୭% ଅଧିକ ଦୁର୍ବଳ ହୋଇଛି।