ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?

ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Tariffs

ଭାରତ-ଆମେରିକା

Hemant Lenka
  • Published: Tuesday, 01 April 2025
  • Updated: 01 April 2025, 03:58 PM IST

Sports

Latest News

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତଥାକଥିତ ଟାରିଫ ମୁକ୍ତି ଦିବସ ଯୋଜନାର ସମୟ ପାଖେଇ ଆସୁଛି। ଆସନ୍ତାକାଲି ଟ୍ରମ୍ପ ଭାରତ ଠାରୁ ଆରମ୍ଭ କରି ବିଭିନ୍ନ ରାଷ୍ଟ୍ର ଉପରେ ରେସିପ୍ରୋକାଲ ଟାରିଫ ବା ପାରସ୍ପରିକ ଶୁଳ୍କ ଲାଗୁ କରିବେ। ଆମେରିକା ଦ୍ରବ୍ୟ ଗୁଡ଼ିକ ଉପରେ ବିଭିନ୍ନ ଦେଶ ପକ୍ଷରୁ ଯେଉଁ ପରିମାଣର ଶୁଳ୍କ ଲାଗୁଛି, ୱାଶିଂଟନ ଅନୁରୂପ ଭାବେ ସେମାନଙ୍କ ଦ୍ରବ୍ୟଗୁଡ଼ିକ ଉପରେ ଶୁଳ୍କ ଲଗାଇବ ବୋଲି ଟ୍ରମ୍ପ କହିଛନ୍ତି।

ଏହି ରେସିପ୍ରୋକାଲ ଟାରିଫରେ କୌଣସି ପ୍ରକାରର ଛାଡ଼ କାହାକୁ ମିଳିବ ନାହିଁ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହ୍ୱାଇଟ ହାଉସର ମୁଖପାତ୍ର କାରୋଲିନ ଲିଭିଟ୍ଟ କହିଛନ୍ତି ଯେ ଏପରି ପକ୍ଷପାତିତା ପୂର୍ଣ୍ଣ ବାଣିଜ୍ୟ ଉପରେ ନିହାତି ରୋକ ଲାଗିବା ଦରକାର। ବୁଧବାର ଆରମ୍ଭ ହେଉଥିବା ନୂଆ ଯୋଜନନାର ଲକ୍ଷ୍ୟ ହେଲା ରାଷ୍ଟ୍ର ଭିତ୍ତିକ ଟାରିଫ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏହା କ୍ଷେତ୍ର ଭିତ୍ତିକ ଟାରିଫ। ରାଷ୍ଟ୍ରପତି ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁ କିଛି ତାଙ୍କ ଘୋଷଣା ସମୟରେ ଜଣାପଡ଼ିବ। ଏବେ ପାରସ୍ପରିକ ଶୁଳ୍କ ଆଦାୟର ସମୟ।

କାରୋଲିନଙ୍କ କହିବା କଥା ଯେ ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି। ଆପଣମାନେ ଯଦି ପକ୍ଷପାତିତା ପୂର୍ଣ୍ଣ ବାଣିଜ୍ୟକୁ ଦେଖିବେ, ତା’ହେଲେ ଜାଣି ପାରିବେ ଯେ ଆମେରିକାର ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ୟୁରୋପୀୟ ୟୁନିୟନ ୫୦% ଟାରିଫ ଲାଗୁ କରୁଛି। ସେହିପରି ଜାପାନ ୭୦୦ ପ୍ରତିଶିତ ଟାରିଫ ଆମେରିକାର ଚାଉଳ, ଆମେରିକାର କୃଷି ଜାତୀୟ ଦ୍ରବ୍ୟ ଉପରେ ଭାରତ ୧୦୦% ଟାରିଫ ଓ କାନାଡା ପକ୍ଷରୁ ଆମେରିକାର ଲହୁଣୀ ଓ ଚିଜ ଉପରେ ୩୦୦% ଟାରିଫ ଲଗା ଯାଉଛି। ଏପରି ବ୍ୟବସ୍ଥା ଯୋଗୁ ଉକ୍ତ ଦେଶଗୁଡ଼ିକର ମାର୍କେଟରେ ଆମେରିକାର ଦ୍ରବ୍ୟ ପହଞ୍ଚି ପାରୁନି। ଅନେକ ଆମେରିକୀୟ ବ୍ୟବସାୟ ଛାଡ଼ି ଦେଉଛନ୍ତି ଓ ସେମାନେ ବେକାର ହୋଇ ଦଶନ୍ଧି ଦଶନ୍ଧି ହେଲା ରହୁଛନ୍ତି ବୋଲି କାରୋଲି ଦାବି କରିଛନ୍ତି।

Also Read

ବିଭିନ୍ନ ଦେଶଗୁଡ଼ିକ ବିଦେଶୀରୁ ଆମଦାନୀ ହେଉଥିବା ଦ୍ରବ୍ୟ ଗୁଡ଼ିକ ଉପରେ ବଡ଼ ଧରଣର ଟାରିଫ ଲାଗୁ କରିବାର କାରଣ ହେଉଛି ଯେ ନିଜସ୍ୱ ଅର୍ଥନୀତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶିଳ୍ପ ବା କ୍ଷେତ୍ରର ସୁରକ୍ଷା। ରାଷ୍ଟ୍ରପତି ଟ୍ରମ୍ପଙ୍କ ପାରସ୍ପରିକ ଟାରିଫର ଲକ୍ଷ୍ୟ ହେଲା ବିଭିନ୍ନ ରାଷ୍ଟ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଆମେରିକା ଦ୍ରବ୍ୟଗୁଡ଼ିକରୁ ଆଦାୟ କରୁଥିବା ଟାରିଫକୁ କାଉଣ୍ଟର କରିବା ଓ ନିଜ ଦେଶର ରପ୍ତାନୀକୁ ବୃଦ୍ଧି କରିବା।

ଭାରତର କେଉଁ ସବୁ କ୍ଷେତ୍ର ପ୍ରଭାବିତ ହେବ?

ଟ୍ରମ୍ପଙ୍କ ପାସ୍ପରିକ ଶୁଳ୍କ ଆଦାୟର ସମୟସୀମା ପାଖେଇ ଆସୁଥିବା ବେଳେ ଏହାର କାର୍ଯ୍ୟକାରୀତାକୁ ନେଇ ଅଂଶୀଦାରମାନେ ଏବେ ବି ଅନ୍ଧାରରେ ରହିଛନ୍ତି। ଏହାର କାରଣ ହେଲା ଭାରତ ସହ ନୂଆ ବ୍ୟବସାୟିକ ବୁଝାମଣା ଦିଗରେ ଆମେରିକା ପୁଣିଥରେ ପ୍ରୟାସ ଆରମ୍ଭ କରିଛି। ଆମେରିକା ସାମ୍ନା କରୁଥିବା ବାଣିଜ୍ୟ ଅଭାବକୁ ପାରସ୍ପରିକ ଶୁଳ୍କ ବ୍ୟବସ୍ଥା କେମିତି ପୂରଣ କରିବ ଓ ଭାରତ ଏହା ଦ୍ୱାରା କେମିତି ଓ କେତେ ପ୍ରଭାବିତ ହେବ, ସେସବୁ ଏହା କେମିତି କାର୍ଯ୍ୟକାରୀ ହେଉଛି, ତା’ ଉପରେ ନିର୍ଭର କରୁଛି। ପାରସ୍ପରିକ ଶୁଳ୍କ ଦ୍ରବ୍ୟ ସ୍ତରରେ, କ୍ଷେତ୍ର ସ୍ତରରେ କିମ୍ବା ରାଷ୍ଟ୍ର ସ୍ତରରେ ଲାଗୁ ହେଉଛି, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏଠାରେ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଆମେରିକା ୨୦୨୧-୨୨ରୁ ୨୦୨୩-୨୪ ଯାଏ ଭାରତର ସବୁଠାରୁ ବଡ଼ ବାଣିଜ୍ୟ ପାର୍ଟନର ରହିଥିଲା। ଭାରତରୁ ରପ୍ତାନୀ ହୋଇଥିବା ମୋଟ ଦ୍ରବ୍ୟର ୧୮% ଆମେରିକାକୁ ଯାଇଥିଲା। ୬.୨୨% ଆମଦାନୀ ଓ ୧୦.୭୩% ଦ୍ୱିପାକ୍ଷିକ ବାଣିଜ୍ୟ ଆମେରିକା ସହ ହୋଇଥିଲା।

ଦେଶର ୩୦ଟି କ୍ଷେତ୍ରର ରପ୍ତାନୀ ସହ ଆମେରିକା ଜଡ଼ିତ। ଏହା ମଧ୍ୟରୁ ୬ଟି କୃଷି ଓ ୨୪ଟି ଶିଳ୍ପ ଜାତୀୟ ଦ୍ରବ୍ୟ ରହିଛି। ଯଦି କ୍ଷେତ୍ର ସ୍ତରୀୟ ଟାରିଫ ଲାଗୁ ହେବ, ତା’ହେଲେ ନିମ୍ନଲିଖିତ ଦ୍ରବ୍ୟ ପ୍ରଭାବିତ ହେବେ।

ମଦ, ୱାଇନ ଓ ସ୍ପିରିଟ୍ସ: ଏହି ସବୁ ଦ୍ରବ୍ୟ ଉପରେ ସର୍ବାଧିକ ୧୨୨.୧୦% ଟାରିଫ ବୃଦ୍ଧି ହୋଇପାରେ। କିନ୍ତୁ ରପ୍ତାନୀ କେବଳ ୧୯.୨୦ ମିଲିୟନ ଡଲାର ରହିଛି।

ଦୁଗ୍ଧ ଜାତୀୟ ଦ୍ରବ୍ୟ: ୩୮.୨୩% ଟାରିଫ ବୃଦ୍ଧି ଦ୍ୱାରା ଘିଅ, ଲହୁଣୀ ଓ ଦୁଗ୍ଧ ଜାତୀୟ ପାଉଡର ମହଙ୍ଗା ହେବ ଓ ସେଗୁଡ଼ିର ମାର୍କେଟ ଶେୟାର ହ୍ରାସ ପାଇବ। ଏହା ଦ୍ୱାରା ୧୮୧.୪୯ ମିଲିୟନ ଡଲାର ମୂଲ୍ୟର ବାଣିଜ୍ୟ ପ୍ରଭାବିତ ହେବ।

ମାଛ, ମାଂସ ଓ ପ୍ରୋସେସଡ ସି ଫୁଡ: ୨୭.୮୩% ଟାରିଫ ପରିବର୍ତ୍ତନ ୨.୫୮ ବିଲିୟନ ଡଲାରର ରପ୍ତାନୀକୁ ପ୍ରଭାବିତ କରିବ। Shrimp ହେଉଛି ସବୁଠାରୁ ବଡ଼ ରପ୍ତାନୀ ସଂସ୍ଥା। ଟାରିଫ ପରିବର୍ତ୍ତନ ପରେ ଏହାର ଗୁରୁତ୍ୱ କମି ଯିବ।

ଜୀବନ୍ତ ପଶୁ ଓ ପ୍ରାଣୀଜାତ ଉତ୍ପାଦ: ୧୦.୩୧ ମିଲିୟନ ଡଲାରର ରପ୍ତାନୀ ୨୭.୭୫% ଟାରିଫ ଦ୍ୱାରା ପ୍ରଭାବିତ ହେବ।

ପ୍ରୋସେସଡ ଖାଦ୍ୟ, ଚିନି ଓ କୋକ: ୨୪.୯୯% ଟାରିଫ ବୃଦ୍ଧି ଯୋଗୁ ୧.୦୩ ବିଲିୟନ ଡଲାର ରପ୍ତାନୀରେ ସମସ୍ୟା ସୃଷ୍ଟି ହେବ। ଏହାଦ୍ୱାରା ଭାରତର ସ୍ନାକ୍ସ ଓ ମିଠା ଜାତୀୟ ଖାଦ୍ୟ ଆମେରିକାରେ ମହଙ୍ଗା ହେବ।

ଜୋତା ଓ ଚପଲ: ଏହି ସେକ୍ଟର ୧୫.୫୬% ଟାରିଫ ବୃଦ୍ଧିର ସମ୍ମୁଖୀନ ହୋଇପାରେ।

ହୀରା, ସୁନା ଓ ରୁପା: ଏହି କ୍ଷେତ୍ର ଉପରେ ୧୩.୩୨% ଅଧିକ ଟାରିଫ ଲାଗୁ ହୋଇପାରେ। ବର୍ତ୍ତମାନ ଭାରତରୁ ୧୧.୮୮ ବିଲିୟନ ଡଲାରର ହୀରା, ରୁପା ଓ ସୁପା ରପ୍ତାନୀ ହେଉଛି। ଟାରିଫ ବୃଦ୍ଧି ହେଲେ ଅଳଙ୍କାରର ଦାମ ବୃଦ୍ଧି ପାଇବ ଓ ପ୍ରତିଯୋଗିତା ହ୍ରାସ ପାଇବ।

ଶିଳ୍ପ ଜାତୀୟ ଦ୍ରବ୍ୟ: ଫାର୍ମାସିଟ୍ୟୁକାଲ ସେକ୍ଟର ଗୁଡ଼ିକ ୧୦.୯୦% ଟାରିଫ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି। ଏହାଦ୍ୱାରା ଜେନେରିକ ମେଡିସନ ଓ ସ୍ୱତନ୍ତ୍ର ଔଷଧଗୁଡ଼ିକର ଦାମ ବଢ଼ିବ।

ଖାଇବା ତେଲ: ଏହି କ୍ଷେତ୍ର ୧୦.୬୭% ଟାରିଫ ବୃଦ୍ଧି ସାମ୍ନା କରିପାରେ। ଏଥିଯୋଗୁ ନଡ଼ିଆ ଓ ସୋରିଷ ତେଲର ଦାମ ମହଙ୍ଗା ହେବ।

ଲୁହା ପଥର, ଖଣିଜ ପଦାର୍ଥ, ପେଟ୍ରୋଲିୟମ ଓ ଗାରମେଣ୍ଟ: ଏହି କ୍ଷେତ୍ର ଗୁଡ଼ିକ ଉପରେ କୌଣସି ପ୍ରକାରର ଟାରିଫ ଲାଗୁ ହୋଇ ନ ପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story