Advertisment

X ବ୍ଲୁ ଟିକ୍‌ ଧାରୀଙ୍କୁ ମିଳିଲା ଲକ୍ଷାଧିକ ଟଙ୍କା

ଭାରତର ମଧ୍ୟ ଅନେକ ବ୍ଲୁ ଟିକ ଆକାଉଣ୍ଟଧାରୀ ଟଙ୍କା ପାଇଛନ୍ତି। କିଛି ଲୋକ ୨ ଲକ୍ଷ ଟଙ୍କା ପାଇଥିବା ବେଳେ ଆଉ କିଛି ଲୋକ ସାଢ଼େ ୩ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି।

author-image
Hemant Lenka
X

X

ମାଲେମାଲ ହୋଇଛନ୍ତି X ବ୍ଲୁ ଟିକ ଧାରୀ। ପୂର୍ବରୁ ଏହା ଟ୍ୱିଟର୍‌ର ନାଁରେ ପରିଚିତ ଥିଲା। କିଛି ଦିନ ତଳେ ସଂସ୍ଥାର ମାଲିକ ଏଲନ ମସ୍କ ଟ୍ୱିଟର ନାଁକୁ ବଦଳାଇ X କରିଥିଲେ। ଏବେ Xର ବ୍ଲୁ ଟିକଧାରୀଙ୍କୁ ଲକ୍ଷାଧିକ ଟଙ୍କା ବିଜ୍ଞାପନ ରାଜସ୍ୱ ବାବଦରେ ମିଳିଛି। ୯୦୦ ଟଙ୍କା ଦେଇ Xର ପ୍ରିମିୟମ ସଦସ୍ୟତା ଗ୍ରହଣ କରିଥିବା ଲୋକଙ୍କୁ ଏପରି ଟଙ୍କା ମିଳିଛି।

Advertisment

ଭାରତର ମଧ୍ୟ ଅନେକ ବ୍ଲୁ ଟିକ ଆକାଉଣ୍ଟଧାରୀ ଟଙ୍କା ପାଇଛନ୍ତି। କିଛି ଲୋକ ୨ ଲକ୍ଷ ଟଙ୍କା ପାଇଥିବା ବେଳେ ଆଉ କିଛି ଲୋକ ସାଢ଼େ ୩ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି। ବ୍ଲୁ ଟିକ ଧାରୀ ଗବ୍ବର ସିଂହଙ୍କୁ ୨.୦୯ ଲକ୍ଷ ଟଙ୍କା ମିଳିଥିବା ବେଳେ ମିଥୁନ ନାମକ ଜଣେ ଆକାଉଣ୍ଟଧାରୀ ସାଢ଼େ ୩ ଲକ୍ଷ ଟଙ୍କା X ତରଫରୁ ପାଇଥିବା ସମସ୍ତଙ୍କୁ ଜଣାଇଛନ୍ତି।

ଜୁଲାଇ ମାସରେ ମସ୍କ ଟଙ୍କା ରୋଜଗାର ପାଇଁ କଣ୍ଟେଣ୍ଟ କ୍ରିଏଟର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାର ଫାଇଦା କେବଳ Xର ପ୍ରିମିୟମ ସଦସ୍ୟତା ଗ୍ରହଣ କରିଥିବା ଲୋକମାନେ ହିଁ ପାଇପାରିବେ ବୋଲି କୁହାଯାଇଥିଲା।

Advertisment

ଏବେ ସତକୁ ସତ ଗବ୍ବର ସିଂହ, ମିଥୁନ ଓ ବିଙ୍ଗ ହ୍ୟୁମର ଭଳି ଆକାଉଣ୍ଟଧାରୀମାନେ ଟଙ୍କା ପାଇଥିବା ଏସ୍‌ଏମଏସର ସ୍କ୍ରିନ ଶଟକୁ ଶେୟାର କରିଛନ୍ତି। X ରୁ ଟଙ୍କା ପାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ପ୍ରଥମେ ବ୍ଲୁ ଟିକ୍‌କୁ ସବସ୍କ୍ରିବସନ କରିବାକୁ ହେବ।

ସେହିପରି ସେମାନଙ୍କ ପୋଷ୍ଟକୁ ୩ ମାସ ମଧ୍ୟରେ ଅତି କମରେ ଦେଢ଼ କୋଟି ଲୋକ ଦେଖିଥିବେ। ସେହିପରି ତାଙ୍କର ୫୦୦ ଜଣ ଅନୁଗାମୀ ମଧ୍ୟ ଥିବେ। ଏହି ନିୟମକୁ ପୂରଣ କରୁଥିବା ଲୋକମାନେ ବିଜ୍ଞାନ ରାଜସ୍ୱ ଭାବେ ଟଙ୍କା ପାଇବେ। 

Elon Musk Twitter