Advertisment

ଆର୍ଥିକ ଯୋଜନା କରୁନାହାନ୍ତି ଅଧିକାଂଶ ଭାରତୀୟ: ସର୍ଭେ

ନୂଆଦିଲ୍ଲୀ: କୁହାଯାଏ ରୋଜଗାର ଅନୁଯାୟୀ ଖର୍ଚ୍ଚ ହେବା ଦରକାର। ମୋଟ୍ ରୋଜଗାରର ଖର୍ଚ୍ଚ କେମିତି ହେବ ସେଥିପାଇଁ ଆବଶ୍ୟକୀୟ ପ୍ଲାନିଂ ବା ଯୋଜନା ରହିଲେ ଏହା ଜଣେ ବ୍ୟକ୍ତି ହେଉ ଅବା ଅନୁଷ୍ଠାନ ପାଇଁ ଭଲ ହେବ। ଏମିତି ହେଲେ ଆର୍ଥିକ ସ୍ଥିତିରେ ସନ୍ତୁଳନ ରହିବ। ନିକଟରେ ଏକ ଜାତୀୟ ଗଣମାଧ୍ୟମ ଫିନାନସିଆଲ୍ ପ୍ଲାନିଂ ବା ଆର୍ଥିକ ଯୋଜନାକୁ ନେଇ ଏକ ସର୍ଭେ କରିଛି। ଯେଉଁଥିରେ ଜଣାପଡିଛି ଯେ ୭୩% ଭାରତୀୟ ଅବସର ପରର ଯୋଜନା କରିନାହାନ୍ତି। […]

ଆର୍ଥିକ ଯୋଜନା କରୁନାହାନ୍ତି ଅଧିକାଂଶ ଭାରତୀୟ: ସର୍ଭେ

personal-budget

Advertisment

ନୂଆଦିଲ୍ଲୀ: କୁହାଯାଏ ରୋଜଗାର ଅନୁଯାୟୀ ଖର୍ଚ୍ଚ ହେବା ଦରକାର। ମୋଟ୍ ରୋଜଗାରର ଖର୍ଚ୍ଚ କେମିତି ହେବ ସେଥିପାଇଁ ଆବଶ୍ୟକୀୟ ପ୍ଲାନିଂ ବା ଯୋଜନା ରହିଲେ ଏହା ଜଣେ ବ୍ୟକ୍ତି ହେଉ ଅବା ଅନୁଷ୍ଠାନ ପାଇଁ ଭଲ ହେବ। ଏମିତି ହେଲେ ଆର୍ଥିକ ସ୍ଥିତିରେ ସନ୍ତୁଳନ ରହିବ।

Advertisment

ନିକଟରେ ଏକ ଜାତୀୟ ଗଣମାଧ୍ୟମ ଫିନାନସିଆଲ୍ ପ୍ଲାନିଂ ବା ଆର୍ଥିକ ଯୋଜନାକୁ ନେଇ ଏକ ସର୍ଭେ କରିଛି। ଯେଉଁଥିରେ ଜଣାପଡିଛି ଯେ ୭୩% ଭାରତୀୟ ଅବସର ପରର ଯୋଜନା କରିନାହାନ୍ତି। ସେହିପରି ସର୍ଭେ କରାଯାଇଥିବା ଅଧାରୁ ଅଧିକ ଲୋକ ତଥା ୫୩% ଲୋକ ପ୍ରତ୍ୟେକ ମାସରେ ଟଙ୍କା ସଞ୍ଚୟ କରନ୍ତି ନାହିଁ। ଯାହାକି ଚିନ୍ତାଜନକ।

ସେହିପରି ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମାସକୁ ୫୦୦୦ ଟଙ୍କା ତଳେ ସଞ୍ଚୟ କରନ୍ତି। ପ୍ରାୟ ୬୦% ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଜୀବନ ବୀମା କଭର ମଧ୍ୟ ପାଇ ନାହାନ୍ତି। ସେହିଭଳି ସର୍ଭେରେ ଜଣାପଡିଛି ଯେ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ମଧ୍ୟ ଅଧିକାଂଶ ସଞ୍ଚୟ ବା ଯୋଜନା କରୁନାହାନ୍ତି।

Advertisment

ମୋଟ୍ ୧୬,୧୦୦ ଜଣଙ୍କୁ ନେଇ ଏହି ସର୍ଭେ ଜାନୁଆରୀରେ ହୋଇଥିବା ଜଣାପଡ଼ିଛି। ତେବେ ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୬୬% ଘର ଋଣ କରି ନାହାନ୍ତି। ୫୮% ଚଳିତ ବର୍ଷ ଘର କିଣିବାକୁ ଇଚ୍ଛା କରୁ ନାହାନ୍ତି। ୭୦% କାର / ଦୁଇ ଚକିଆ ଋଣ ନାହିଁ। ସେହିପରି ଅଧାରୁ ଅଧିକ ଜନସଂଖ୍ୟା (୫୩%) ଚଳିତ ବର୍ଷ କାର କିମ୍ବା ଦୁଇ ଚକିଆ କିଣିବାକୁ ଯୋଜନା କରି ନାହାନ୍ତି। ପ୍ରତି ୫ ଜଣଙ୍କ ମଧ୍ୟରୁ ପ୍ରାୟ ଦୁଇଜଣ (୩୭%) ଚଳିତ ବର୍ଷ ଲାପଟପ୍ କିଣିବାକୁ ଆଗ୍ରହୀ। ସପିଂ ତାଲିକାରେ ମୋବାଇଲ୍ ଫୋନ୍ ହେଉଛି ଦ୍ୱିତୀୟ ଆଇଟମ୍ (୨୭%)। ଭାରତୀୟମାନେ ଚଳିତ ବର୍ଷ ବୁଲିଯିବେ କି ନାହିଁ ସନ୍ଦେହ କରୁଛନ୍ତି। ଅଧିକାଂଶ ଯେଉଁମାନେ ବୁଲିବାକୁ ଇଚ୍ଛା କରିଛନ୍ତି ସେମାନେ କେବଳ ୧୧% ଅନ୍ତର୍ଜାତୀୟ ଭ୍ରମଣ ଉପରେ ନଜର ରଖିଛନ୍ତି।

ସେହିପରି ସର୍ଭେ ରିପୋର୍ଟ ଅନୁଯାୟୀ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନରେ (୨୯%) ନିବେଶ ପାଇଁ ଆଗ୍ରହୀ। ଷ୍ଟକ୍ ମାର୍କେଟରେ (୧୬%) ଏବଂ ପ୍ରୋଭିଡେଣ୍ଟ୍ ପାଣ୍ଠି (୧୭%) ନିବେଶ କରିବାକୁ ଇଛୁକ। ପ୍ରତ୍ୟେକ ପାଞ୍ଚ ଜଣ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ତିନିଜଣଙ୍କ ପାଖରେ (୫୯%) ସ୍ୱାସ୍ଥ୍ୟ ବୀମା କଭର ନାହିଁ। ସ୍ୱାସ୍ଥ୍ୟ ବୀମା ଉପରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୬୦% ଲୋକଙ୍କ ପାଖରେ ଲାଇଫ୍ ଇନସ୍ୟୁରାନ୍ସ ମଧ୍ୟ ନାହିଁ। ସର୍ଭେରେ ଭାଗ ନେଇଥିବା ମୋଟ୍ ଲୋକଙ୍କ ମଧ୍ୟରୁ ୭୭% ଅବସର ଯୋଜନା କରି ନାହାନ୍ତି।

Economic Survey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe