Advertisment

ପେଟ୍ରୋଲ ଓ ଡିଜେଲରେ ସର୍ବାଧିକ ଟିକସ ନେଉଛି ଭାରତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ୬୯% ଟିକସ ବା କର ନେଉଛନ୍ତି ଭାରତ ସରକାର। ଟିକସର ପରିମାଣ ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୧୦ ଟଙ୍କା ଓ ୧୩ ଟଙ୍କା ବଢ଼ାଇବା ପରେ ‘ବିଜନେସ ଟୁଡେ’ କହିଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୭୧.୨୬ ଟଙ୍କା ଥିବାବେଳେ ଏଥିରେ ୪୯.୪୨ ଟଙ୍କାର ଟିକସ ଅନ୍ତର୍ଭୁକ୍ତ। ସେହିପରି ଡିଜେଲ ଦର ଲିଟର ପିଛା ୬୯.୩୯ […]

ଅଦ୍ୟତନ ହୋଇଛି
‘ଏଣିକି ମାସ୍କ ନାହିଁ ତ ପେଟ୍ରୋଲ ନାହିଁ’

petrol

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ୬୯% ଟିକସ ବା କର ନେଉଛନ୍ତି ଭାରତ ସରକାର। ଟିକସର ପରିମାଣ ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୧୦ ଟଙ୍କା ଓ ୧୩ ଟଙ୍କା ବଢ଼ାଇବା ପରେ ‘ବିଜନେସ ଟୁଡେ’ କହିଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୭୧.୨୬ ଟଙ୍କା ଥିବାବେଳେ ଏଥିରେ ୪୯.୪୨ ଟଙ୍କାର ଟିକସ ଅନ୍ତର୍ଭୁକ୍ତ। ସେହିପରି ଡିଜେଲ ଦର ଲିଟର ପିଛା ୬୯.୩୯ ଟଙ୍କ ଅଛି ଓ ଏହା ଭିତରେ ୪୮.୦୯ ଟଙ୍କା ହେଉଛି ଟିକସ।

Advertisment

ମଙ୍ଗଳବାର ରାତିରେ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ପରେ ପେଟ୍ରୋଲ ଓ ଡିଜେଲ ଦର ନକମାଇ ସ୍ଥିର ରଖିବାକୁ ଦ୍ୱିତୀୟ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏଁ ଉତ୍ପାଦ ଟ୍ୟାକ୍ସ ବଢ଼ାଇଛନ୍ତି। ଏହାବାଦ ପେଟ୍ରୋଲରେ ଅତିରିକ୍ତ ୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଅତିରିକ୍ତ ଶୁଳ୍କ ବଢ଼ାଇଛନ୍ତି। ମୋଟ୍ ଉପରେ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ୧୦ ଟଙ୍କା ଓ ୧୩ ଟଙ୍କା ବଢ଼ାଇଛନ୍ତି ସରକାର।

ଉଦାହରଣ ସ୍ୱରୂପ ଦିଲ୍ଲୀରେ ୭୧.୨୬ ପଇସା ରହିଛି ପେଟ୍ରୋଲ ଦର। ସେଥିରେ ୪୯.୪୨ ପଇସା ଟିକସ ରହିଛି। ଡିଜେଲ ଦାମ ୬୯.୩୯ ପଇସା ରହିଥିବାବେଳେ ୪୮.୦୯ ପଇସା ଟିକସ ରହିଛି।

Advertisment

ବର୍ଦ୍ଧିତ ଉତ୍ପାଦ ଶୁଳ୍କକୁ ମିଶାଇଲେ ଭାରତ ପେଟ୍ରୋଲ ଓ ଡିଜେଲରୁ ସର୍ବାଧିକ ୬୯% ଟିକସ ଆଦାୟ କରୁଛି। ୬୪% ସହିତ ଦ୍ୱିତୀୟରେ ଇଟାଲୀ ରହିଛି। ଫ୍ରାନ୍ସ ଏବଂ ଜର୍ମାନୀ ୬୩%, ବ୍ରିଟେନ ୬୨%, ସ୍ପେନ୍ ୫୩%, ଜାପାନ ୪୭%, କାନାଡା ୩୩%, ଆମେରିକା ୧୯% ଟିକସ ନେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe