ଭାରତରେ ଲଞ୍ଚ୍ ହେଲା ଏକ ନୂଆ 48MP କ୍ୟାମେରା ଯୁକ୍ତ ଫୋନ୍

ନୂଆଦୀଲ୍ଲୀ: ଭାରତରେ ଲଞ୍ଚ୍ ହେଇଯାଇଛି Infinix Hot 9 Pro ଓ Infinix Hot 9। ଏହି ଦୁଇଟି ଯାକ ଫୋନ୍‌ର ଫିଚର ପାଖାପାଖି ସମାନ। ହେଲେ Hot 9 Pro ର ରିୟର୍‌ରେ 48MP କ୍ୟାମେରା ଦିଆଯାଇଥିବାବେଳେ Hot 9ରେ  13MPର କ୍ୟାମେରା ଦିଆଯାଇଛି। କମ୍ପାନୀ Infinix Hot 9 Proର 4GB ରାମ୍ + 64GB ଷ୍ଟୋରେଜ ଭ୍ୟାରିୟାଣ୍ଟର ମୂଲ୍ୟ ୯ ହଜାର ୪୯୯ ଟଙ୍କା ରଖିଥିବାବେଳେ Infinix Hot 9ର 4GB ରାମ୍ […]

9pro

9pro

Chinmayee Roy
  • Published: Sunday, 31 May 2020
  • Updated: 31 May 2020, 02:48 PM IST

Sports

Latest News

ନୂଆଦୀଲ୍ଲୀ: ଭାରତରେ ଲଞ୍ଚ୍ ହେଇଯାଇଛି Infinix Hot 9 Pro ଓ Infinix Hot 9। ଏହି ଦୁଇଟି ଯାକ ଫୋନ୍‌ର ଫିଚର ପାଖାପାଖି ସମାନ। ହେଲେ Hot 9 Pro ର ରିୟର୍‌ରେ 48MP କ୍ୟାମେରା ଦିଆଯାଇଥିବାବେଳେ Hot 9ରେ  13MPର କ୍ୟାମେରା ଦିଆଯାଇଛି।

କମ୍ପାନୀ Infinix Hot 9 Proର 4GB ରାମ୍ + 64GB ଷ୍ଟୋରେଜ ଭ୍ୟାରିୟାଣ୍ଟର ମୂଲ୍ୟ ୯ ହଜାର ୪୯୯ ଟଙ୍କା ରଖିଥିବାବେଳେ Infinix Hot 9ର 4GB ରାମ୍ + 64GB ଷ୍ଟୋରେଜ ଭ୍ୟାରିୟାଣ୍ଟର ମୂଲ୍ୟ ୮ ହଜାର ୪୯୯ ଟଙ୍କା ରଖିଛି। ଗ୍ରାହକ Hot 9 Proକୁ ଜୁନ୍ ୫ ଓ Hot 9କୁ ଜୁନ୍ ୮ରେ ଫ୍ଲିପକାର୍ଟରୁ କିଣିପାରିବେ। ଦୁଇଟିଯାକ ଫୋନ୍‌କୁ ଓସିଏନ୍ ବ୍ଲୁ ଓ ଭାଓଲେଟ୍ କଲର୍ ସହ ଲଞ୍ଚ କରାଯାଇଛି।ଡୁଆଲ୍- ନାନୋସିମ୍ ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍‌ ଦୁଇଟିରେ 6.6 ଇଞ୍ର HD + (720x1600 ପିକ୍ସେଲ) ପଞ୍ଚହୋଲ୍ LCD IPS ଡିସପ୍ଲେ ଅଛି। ଦୁଇଟିଯାକ ଫୋନ୍ ଆଣ୍ଡ୍ରଏଡ୍10 ବେସ୍ଡ XOS 6.0ରେ ଚାଲିଥାଏ।  ଏହି ଦୁଇଟି ସ୍ମାର୍ଟଫୋନରେ 4GB RAM ଏବଂ 64GB ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯାଇଛି, ଯାହାକୁ ମେମୋରି କାର୍ଡ଼୍ ସାହାଯ୍ୟରେ 256GB କୁ ବୃଦ୍ଧି କରାଯାଇପାରିବ। ଉଭୟ ଫୋନ୍‌ରେ IMG PowerVR GE8320 GPU ସହିତ 2.0 GHz Helio P22 ପ୍ରୋସେସର୍ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଉଭୟ Infinix Hot 9 Pro ଓ Infinix Hot 9ର ପଛରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ରହିଛି। Hot 9 Proରେ 48MPର ପ୍ରାଇମେରି କ୍ୟାମେରା, 2MP ଡେପ୍ଥ୍ କ୍ୟାମେରା, 2MP ମାକ୍ରୋ କ୍ୟାମେରା ଏବଂ ଅତିରିକ୍ତ ଲୋ ଲାଇଟ୍ ସେନ୍ସର ମଧ୍ୟ ଦିଆଯାଇଥିବାବେଳେ, ହଟ୍ 9ରେ 13MPର ପ୍ରାଇମେରି କ୍ୟାମେରା ଏବଂ, 2MP ଡେପ୍ଥ୍ କ୍ୟାମେରା, 2MP ମାକ୍ରୋ କ୍ୟାମେରା ଏବଂ ଅତିରିକ୍ତ ଲୋ ଲାଇଟ୍ ସେନ୍ସର ସହ ଟ୍ରିପଲ୍ ଏଲଇଡି ଫ୍ଲାସ୍ ଦିଆଯାଇଛି। ଉଭୟ ଫୋନ୍‌ରେ ସେଲଫି ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି। ଦୁଇଟିଯାକ ଫୋନ୍‌ରେ କମ୍ପାନୀ 5000mAhର ବ୍ୟାଟେରୀ ଦେଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos