ନୂଆଦୀଲ୍ଲୀ: ଭାରତରେ ଲଞ୍ଚ୍ ହେଇଯାଇଛି Infinix Hot 9 Pro ଓ Infinix Hot 9। ଏହି ଦୁଇଟି ଯାକ ଫୋନ୍ର ଫିଚର ପାଖାପାଖି ସମାନ। ହେଲେ Hot 9 Pro ର ରିୟର୍ରେ 48MP କ୍ୟାମେରା ଦିଆଯାଇଥିବାବେଳେ Hot 9ରେ 13MPର କ୍ୟାମେରା ଦିଆଯାଇଛି।
କମ୍ପାନୀ Infinix Hot 9 Proର 4GB ରାମ୍ + 64GB ଷ୍ଟୋରେଜ ଭ୍ୟାରିୟାଣ୍ଟର ମୂଲ୍ୟ ୯ ହଜାର ୪୯୯ ଟଙ୍କା ରଖିଥିବାବେଳେ Infinix Hot 9ର 4GB ରାମ୍ + 64GB ଷ୍ଟୋରେଜ ଭ୍ୟାରିୟାଣ୍ଟର ମୂଲ୍ୟ ୮ ହଜାର ୪୯୯ ଟଙ୍କା ରଖିଛି। ଗ୍ରାହକ Hot 9 Proକୁ ଜୁନ୍ ୫ ଓ Hot 9କୁ ଜୁନ୍ ୮ରେ ଫ୍ଲିପକାର୍ଟରୁ କିଣିପାରିବେ। ଦୁଇଟିଯାକ ଫୋନ୍କୁ ଓସିଏନ୍ ବ୍ଲୁ ଓ ଭାଓଲେଟ୍ କଲର୍ ସହ ଲଞ୍ଚ କରାଯାଇଛି।
ଫଟୋଗ୍ରାଫି ପାଇଁ ଉଭୟ Infinix Hot 9 Pro ଓ Infinix Hot 9ର ପଛରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ରହିଛି। Hot 9 Proରେ 48MPର ପ୍ରାଇମେରି କ୍ୟାମେରା, 2MP ଡେପ୍ଥ୍ କ୍ୟାମେରା, 2MP ମାକ୍ରୋ କ୍ୟାମେରା ଏବଂ ଅତିରିକ୍ତ ଲୋ ଲାଇଟ୍ ସେନ୍ସର ମଧ୍ୟ ଦିଆଯାଇଥିବାବେଳେ, ହଟ୍ 9ରେ 13MPର ପ୍ରାଇମେରି କ୍ୟାମେରା ଏବଂ, 2MP ଡେପ୍ଥ୍ କ୍ୟାମେରା, 2MP ମାକ୍ରୋ କ୍ୟାମେରା ଏବଂ ଅତିରିକ୍ତ ଲୋ ଲାଇଟ୍ ସେନ୍ସର ସହ ଟ୍ରିପଲ୍ ଏଲଇଡି ଫ୍ଲାସ୍ ଦିଆଯାଇଛି। ଉଭୟ ଫୋନ୍ରେ ସେଲଫି ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି। ଦୁଇଟିଯାକ ଫୋନ୍ରେ କମ୍ପାନୀ 5000mAhର ବ୍ୟାଟେରୀ ଦେଇଛି।