ଓଡ଼ିଶାରେ ଦରଦାମ କମୁଛି ?

ସେପ୍ଟେମ୍ବର ମାସର ମୁଦ୍ରାସ୍ଫୀତିକୁ ଦେଖିଲେ, ପନିପରିବା ଓ ଖାଦ୍ୟ ସାମଗ୍ରୀ ଦର ମାସକରେ 5.30%ରୁ ବଢ଼ି 8.36%ରେ ପହଁଚିଛି।

Food Inflation

ପରିବା ମାର୍କେଟ

Manoj Swain
  • Published: Tuesday, 15 October 2024
  • Updated: 15 October 2024, 07:54 PM IST

News Highlights

  • 4 ମାସ ହେଲା ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି କମୁଥିବା ଦେଖାଯାଉଛି
  • ପୂର୍ବରୁ 9 ମାସ ଧରି ଖୁଚୁରା ମୁଦ୍ରାସ୍ଫୀତିରେ 1 ନମ୍ବର ଥିଲା ଓଡ଼ିଶା
  • ଖୁଚୁରା ମୁଦ୍ରାସ୍ଫୀତିରୁ ପ୍ରାୟ ଅଧା ମାର୍କ ନେଇଥାଏ ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫୀତି
  • ପନିପରିବା ଦର ବଢ଼ିବାରୁ ସେପ୍ଟେମ୍ବରର ମୁଦ୍ରାସ୍ଫୀତି 5.49%ରେ ପହଁଚିଛି

Sports

Latest News

ଏବେ ଯେଉଁ ପରିବାରେ ହାତ ମାରିବ ତାହା ପ୍ରାୟ 80 ଟଙ୍କା ଉପରେ। ବାଇଗଣ ଦାମ 100 ଟଙ୍କା ହେଲାଣି ତ ବିନ୍ସ ଦାମ 160 ଟଙ୍କା। ଭୁବନେଶ୍ବର ଖୁଚୁରା ମାର୍କେଟର ଏଭଳି ଚିତ୍ର ପ୍ରାୟ ଅନେକ ଜାଗାରେ ଦେଖିବାକୁ ମିଳୁଛି। ଏତିକିବେଳେ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ମାସିକିଆ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଦେଖିଲେ, ଦେଶର ମୁଦ୍ରାସ୍ପୀତି ହାର 9 ମାସରେ ସର୍ବାଧିକ 5.49%ରେ ପହଁଚିଛି। ଅର୍ଥାତ୍ ଗତ ବର୍ଷ ସେପେଟମ୍ବର ମାସ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟାମୋଟି ଖୁଚୁରା ବଜାର ମୁଦ୍ରାସ୍ଫୀତି ବା ମହଙ୍ଗାଇ 5.49% ବଢ଼ିଛି। ରିଜର୍ଭ ବ୍ୟାଙ୍କ୍ ଖୁଚୁରା ମୁଦ୍ରାସ୍ଫୀତିକୁ 2%ରୁ 6% ଭିତରେ ରହିବାକୁ ସହଣୀୟ ବୋଲି କହୁଥିବାବେଳେ ଏବେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସଠାରୁ ଅର୍ଥାତ୍ ଗତ 4 ମାସ ହେଲା କ୍ରମଶଃ ଖସୁଥିବା ଦେଖାଯାଉଛି। ଗତ ବର୍ଷ ଅକେଟାବରରୁ ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ 7-8 ପ୍ରତିଶତ ରହି ଦେଶରେ ସର୍ବୋଚ୍ଚ ସ୍ଥାନରେ ରହୁଥିବାବେଳେ ସେପଟେମ୍ବର ମୁଦ୍ରାସ୍ଫୀତି 6.56%ରେ ରହିଥିବା ଦେଖାଯାଉଛି। ତେବେ ଏବେ ବି ଦେଶର ହାରାହାରି ମୁଦ୍ରାସ୍ଫୀତି 5.49% ଠାରୁ ଏହା ଆହୁରି 1.07% ଅଧିକ ରହିଥିବା ଦେଖାଯାଉଛି।

ଅର୍ଥନୀତି ବିଶ୍ଲେଷକ ପ୍ରଭାସ ମିଶ୍ର କୁହନ୍ତି- ସମ୍ଭବତଃ ନୂଆ ସରକାର ଆସିବା ପରେ ହୋର୍ଡିଂ ଉପରେ କିଛିଟା କଟକଣା ଆସିଛି। ସେଥିପାଇଁ 4 ମାସରେ କିଛିଟା ଖୁଚୁରା ମୁଦ୍ରାସ୍ଫୀତି କମିଥିବା ମନେ ହେଉଛି। ମାତ୍ର ଅନ୍ତତଃ ବର୍ଷେ ପର୍ଯ୍ୟନ୍ତ ଏହି ଧାରା ଜାରି ନ ରହିଲେ, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି କ୍ରମଶଃ କମୁଛି ବୋଲି କୁହାଯାଇପାରିବ ନାହିଁ। ତେବେ ଶୀତ ଋତୁ ଆସିଲେ, ପରିବା ଓ ଖାଉଟି ସାମଗ୍ରୀ ଦରଦାମ କମିବା ସହ ମୁଦ୍ରାସ୍ଫୀତି କମିବ ବୋଲି ଆଶା କରାଯାଇପାରିବ।

Also Read

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ କରିବା ପାଇଁ ଦେଶର ସହର ଓ ଗ୍ରାମାଞ୍ଚଳର ପ୍ରାୟ 2 ହଜାରରୁ ଅଧିକ ବଜାରରୁ ସାପ୍ତାହିକ ତଥ୍ୟ ସଂଗ୍ରହ କରିଥାଏ। ସେପ୍ଟେମ୍ବର ମାସର ମୁଦ୍ରାସ୍ଫୀତିକୁ ଦେଖିଲେ, ପନିପରିବା ଓ ଖାଦ୍ୟ ସାମଗ୍ରୀ ଦର ମାସକରେ 5.30%ରୁ ବଢ଼ି 8.36%ରେ ପହଁଚିଛି। ବିହାରରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବାଧିକ 7.5% ରହିଥିବାବେଳେ ଛତିଶଗଡ଼ରେ ମୁଦ୍ରାସ୍ଫୀତି 7.36%, ଉତ୍ତରପ୍ରଦେଶରେ 6.74% ଓ ଓଡ଼ିଶାରେ ମୁଦ୍ରାସ୍ଫୀତି 6.56% ରହିଛି। ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠାରୁ କମ୍ 3.67% ରହିଛି।

ଅନ୍ୟପଟରେ ଚାର୍ଟଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ କହିଛନ୍ତି- ମୌସୁମୀରେ ବିଭ୍ରାଟ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ପ୍ରଭାବିତ ହୋଇଥାଏ। ତେବେ 4 ମାସର ତଥ୍ୟରୁ ଆମେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି କମୁଛି ବୋଲି କହିପାରିବା ନାହିଁ। ତେବେ ଓଡ଼ିଶା ମୁଖ୍ୟତଃ ଏକ ଉତ୍ପାଦନକାରୀ ରାଜ୍ୟ ନ ହୋଇ ଖାଉଟି ରାଜ୍ୟ ହୋଇଥିବାରୁ ଅନ୍ୟ କେତେକ ବାହ୍ୟ କାରଣ ପାଇଁ ମୁଦ୍ରାସ୍ଫୀତି ବଢ଼ିଯାଉଛି। ଏହାର ସମାଧାନ ପାଇଁ ଓଡ଼ିଶାର ନୀତି ପ୍ରଣେତାମାନେ ଦୃଷ୍ଟି ଦେବା ଦରକାର।

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story