Advertisment

ଇସ୍ତଫା ଦେଲେ ଇନଫୋସିସର ସଭାପତି ମୋହିତ ଯୋଶୀ

ମାର୍ଚ୍ଚ ୧୧ରୁ ମୋହିତ ଯୋଶୀଙ୍କ ଛୁଟି ଆରମ୍ଭ ହେଉଛି ଓ କମ୍ପାନୀ ସହ ତାଙ୍କର ଶେଷ ଦିନ ହେଉଛି ୨୦୨୩ ଜୁନ ୯।

Mohit Joshi

Mohit Joshi

Advertisment

ଇନଫୋସିସ ସଭାପତି ମୋହିତ ଯୋଶୀ କମ୍ପାନୀରୁ ହଠାତ୍‌ ଇସ୍ତଫା ଦେଇଛନ୍ତି। ସେ ଇନଫୋସିସର ଚୀରପ୍ରତିଦ୍ୱନ୍ଦ୍ୱୀ ଟେକ ମହିନ୍ଦ୍ରାରେ ଯୋଗଦେବେ। ଏନେଇ ଦୁଇ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇ ଦିଆଯାଇଛି।

Advertisment

୨୦୦୦ ମସିହାରୁ ମୋହିତ ଯୋଶୀ ଇନଫୋସିସ ସହ ଯୋଡ଼ି ହୋଇ ରହିଥିଲେ। କିନ୍ତୁ କମ୍ପାନୀ ସହ ସେ ଦୀର୍ଘ ୨୩ ବର୍ଷର ସମ୍ପର୍କକୁ ଚ୍ଛିନ୍ନ କରିଛନ୍ତି। ଟେକ ମହିନ୍ଦ୍ରରେ ତାଙ୍କୁ ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

‍ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଇନଫୋସିସ ପକ୍ଷରୁ ଅବଗତ କରାଯାଇଛି ଯେ ମାର୍ଚ୍ଚ ୧୧ରୁ ମୋହିତ ଯୋଶୀଙ୍କ ଛୁଟି ଆରମ୍ଭ ହେଉଛି ଓ କମ୍ପାନୀ ସହ ତାଙ୍କର ଶେଷ ଦିନ ହେଉଛି ୨୦୨୩ ଜୁନ ୯। ଆଗାମୀ ପିଢ଼ିର ଡିଜିଟାଲ ସେବା ଓ କନଲ୍ଟିଂ ସେବା ଯୋଗାଇ ଆସୁଥିବା ବିଶ୍ୱସ୍ତରୀୟ କମ୍ପାନୀ ଇନଫୋସିସ ତା’ର ବିବୃତିରେ ସଭାପତି ମୋହିତ ଯୋଶୀଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛି। ଏଥିସହ ଦୀର୍ଘ ବର୍ଷ ଧରି ଶ୍ରୀ ଯୋଶୀ କମ୍ପାନୀ ପାଇଁ କରିଥିବା କାମକୁ ପ୍ରଶଂସା କରାଯାଇଛି।

Advertisment

ସଭାପତି ଭାବେ ମୋହିତ ଯୋଶୀ ଇନଫୋସିସର ଫାଇନାନସିଆଲ ସେବା ଓ ହେଲ୍ଥ କେୟାର/ଲାଇଫ ସାଇନ୍ସ ବ୍ୟବସାୟର ତଦାରଖ କରୁଥିଲେ। ଏଥିସହ ସେ Edgeverve Systems Ltdର ଅଧ୍ୟକ୍ଷ ଥିଲେ ଓ କମ୍ପାନୀର ସଫ୍ଟୱେୟାର ବ୍ୟବସାୟ କଥା ବୁଝୁଥିଲେ।

୨୦୧୪ରେ ମୋହିତଙ୍କୁ ବିଶ୍ୱ ଅର୍ଥନୀତିକ ମଞ୍ଚରେ ଆୟୋଜିତ ଗ୍ଲୋବାଲ ୟଙ୍ଗ ଲିଡର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ସେ ବ୍ରିଟିଶ ଇଣ୍ଡଷ୍ଟ୍ରୀର ଇକୋନୋମିକ ଗ୍ରୋଥ ବୋର୍ଡ ଅଫ କନଫେଡେରସନର ଉପାଧ୍ୟକ୍ଷ ଓ ୟଙ୍ଗ ପ୍ରେସିଡେଣ୍ଟସ ଅର୍ଗାନାଇଜେସନର ଜଣେ ସଦସ୍ୟ ମଧ୍ୟ ଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିବା ଶ୍ରୀ ଯୋଶୀ ANZ Grindlays and ABN AMROର କର୍ପୋରେଟ ଓ ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ କାର୍ଯ୍ୟ କରିଥିଲେ। ଦିଲ୍ଲୀର ସେଣ୍ଟ ଷ୍ଟେଫେନ କଲେଜରୁ ସେ ଇତିହାସରେ ବ୍ୟାଚଲ ଡିଗ୍ରୀ ହାସଲ କରିଛନ୍ତି।

Business Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe