Advertisment

ଇନଫୋସିସକୁ ଆଶ୍ୱସ୍ତି, ୩୨ ହଜାର କୋଟିର GST ନୋଟିସ୍‌ ପ୍ରତ୍ୟାହୃତ

GST ଫାଙ୍କିଥିବା ମାମଲାରେ ଦୁଇ ଦିନ ପୂର୍ବେ କମ୍ପାନୀକୁ କର୍ଣ୍ଣାଟକା ସରକାର ୩୨,୪୦୩ କୋଟି ଟଙ୍କାର ନୋଟିସ୍‌ ପଠାଇଥିଲେ। ଏହାକୁ ନେଇ ଆଇଟି ସେକ୍ଟରରେ ହଲଚଲ ସୃଷ୍ଟି ହୋଇଥିବା ବେଳେ କମ୍ପାନୀର ଶେଆର ବଜାର ମୂଲ୍ୟ ବି ହ୍ରାସ ପାଇଥିଲା।

Infosys

Infosys

Advertisment

ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସକୁ ମିଳିଛି ଆଶ୍ୱସ୍ତି। GST ଫାଙ୍କିଥିବା ମାମଲାରେ ଦୁଇ ଦିନ ପୂର୍ବେ କମ୍ପାନୀକୁ କର୍ଣ୍ଣାଟକା ସରକାର ୩୨,୪୦୩ କୋଟି ଟଙ୍କାର ନୋଟିସ୍‌ ପଠାଇଥିଲେ। ଏହାକୁ ନେଇ ଆଇଟି ସେକ୍ଟରରେ ହଲଚଲ ସୃଷ୍ଟି ହୋଇଥିବା ବେଳେ କମ୍ପାନୀର ଶେଆର ବଜାର ମୂଲ୍ୟ ବି ହ୍ରାସ ପାଇଥିଲା। ମାତ୍ର ଏବେ କମ୍ପାନୀକୁ ଆଶ୍ୱସ୍ତି ମିଳିଛି କାରଣ କର୍ଣ୍ଣାଟକା ସରକାର ଏହି ନୋଟିସ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି।

Advertisment

GST ଫାଙ୍କିର ଏହି ମାମଲା ୨୦୧୭ ମସିହାରୁ ୨୦୨୨ ମସିହା ମଧ୍ୟରେ ଘଟିଥିବ କର୍ଣ୍ଣାଟକାସ୍ଥିତ GST ଇନଣ୍ଟେଲଜିନ୍ସ ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା। ଉକ୍ତ ସମୟ ଅବଧି ମଧ୍ୟରେ ଇନଫୋସିସି ନିଜ ବିଦେଶୀ ଶାଖାରୁ ପ୍ରାପ୍ତ କରିଥିବା ସେବା ଉପରେ କୌଣସି GST ପ୍ରଦାନ କରି ନାହିଁ। ଫଳରେ ୩୨,୪୦୩ କୋଟି ଟଙ୍କାର GST ଫାଙ୍କିଥିବା ଅଭିଯୋଗ ନେଇ କର୍ଣ୍ଣାଟକା ସରକାର କମ୍ପାନୀକୁ ସୋ’ କଜ ନୋଟିସ୍‌ ଜାରି କରିଥିଲେ।

ଏହା ଉପରେ ନିଜ ପକ୍ଷ ରଖି ଇନଫୋସିସ କହିଥିଲା, ଏହା ପ୍ରି- ସୋ’ କଜ ନୋଟିସ୍‌ । ଦେଶରେ ପ୍ରଣିତ ନିୟମ ଅନୁଯାୟୀ ଏପରି ସେବା ଉପରେ GST ଲାଗୁ ହୁଏ ନାହିଁ।

Advertisment

ଇନଫୋସିସ ପ୍ରବକ୍ତା କହିଥିଲେ, GST ପରିଷଦ ବୈଠକରେ ଜାରି ସର୍କୁଲାର ଅନୁଯାୟୀ, ଭାରତୀୟ କମ୍ପାନୀ ବିଦେଶୀ ଶାଖାରୁ ପାଉଥିବା ସେବା GST ଅନ୍ତର୍ଗତ ନୁହେଁ। ଆଇଟି ସର୍ଭିସ ରପ୍ତାନୀ ଓ ଆମଦାନୀ ଉପରେ GST ଲାଗୁ ହେଉଥିବା ବେଳେ ଏହା ସେଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି କମ୍ପାନୀ କହିଛି। ଆମେ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ମାନିବା ସହ ଠିକ୍‌ ସମୟରେ GST ପ୍ରଦାନ କରୁଛୁ ବୋଲି କର୍ଣ୍ଣାଟକାସ୍ଥିତ ଇନଫୋସିସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Karnataka GST Scam GST Infosys
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe