Advertisment

ଇନଫୋସିସ ନାଁରେ ୩୨ ହଜାର କୋଟିର GST ଫାଙ୍କିବା ଅଭିଯୋଗ

ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସକୁ ମିଳିଛି ବଡ଼ଧରଣର GST ଝଟକା। ୩୨ ହଜାର କୋଟି ଟଙ୍କାର GST ଫାଙ୍କିଥିବା ମାମଲାରେ କମ୍ପାନୀକୁ ମିଳିଛି ନୋଟିସ୍‌।

ଅଦ୍ୟତନ ହୋଇଛି
infosys

infosys

Advertisment

ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସକୁ ମିଳିଛି ବଡ଼ଧରଣର GST ଝଟକା। ୩୨ ହଜାର କୋଟି ଟଙ୍କାର GST ଫାଙ୍କିଥିବା ମାମଲାରେ କମ୍ପାନୀକୁ ମିଳିଛି ନୋଟିସ୍‌। କମ୍ପାନୀ ବି ଏହା ଉପରେ ନିଜ ପକ୍ଷ ରଖି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

Advertisment

GST ଫାଙ୍କିର ଏହି ମାମଲା ୨୦୧୭ ମସିହାରୁ ୨୦୨୨ ମସିହା ମଧ୍ୟରେ ଘଟିଥିବ GST ଇନଣ୍ଟେଲଜିନ୍ସ ପକ୍ଷରୁ ଅଭିଯୋଗ ହୋଇଛି। ଉକ୍ତ ସମୟ ଅବଧି ମଧ୍ୟରେ ଇନଫୋସିସି ନିଜ ବିଦେଶୀ ଶାଖାରୁ ପ୍ରାପ୍ତ କରିଥିବା ସେବା ଉପରେ କୌଣସି GST ପ୍ରଦାନ କରି ନାହିଁ। ଫଳରେ କମ୍ପାନୀ ଉପରେ ୩୨,୪୦୩ କୋଟି ଟଙ୍କାର GST ଫାଙ୍କିଥିବା ଅଭିଯୋଗ ହୋଇଛି।

ଏହା ଉପରେ ନିଜ ପକ୍ଷ ରଖି ଇନଫୋସିସ କହିଛି, ଏହା ପ୍ରି- ସୋ’ କଜ ନୋଟିସ୍‌ । ଦେଶରେ ପ୍ରଣିତ ନିୟମ ଅନୁଯାୟୀ ଏପରି ସେବା ଉପରେ GST ଲାଗୁ ହୁଏ ନାହିଁ।

Advertisment

ଇନଫୋସିସ ପ୍ରବକ୍ତା କହିଛନ୍ତି, GST ପରିଷଦ ବୈଠକରେ ଜାରି ସର୍କୁଲାର ଅନୁଯାୟୀ, ଭାରତୀୟ କମ୍ପାନୀ ବିଦେଶୀ ଶାଖାରୁ ପାଉଥିବା ସେବା GST ଅନ୍ତର୍ଗତ ନୁହେଁ। ଆଇଟି ସର୍ଭିସ ରପ୍ତାନୀ ଓ ଆମଦାନୀ ଉପରେ GST ଲାଗୁ ହେଉଥିବା ବେଳେ ଏହା ସେଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି କମ୍ପାନୀ କହିଛି। ଆମେ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ମାନିବା ସହ ଠିକ୍‌ ସମୟରେ GST ପ୍ରଦାନ କରୁଛୁ ବୋଲି କର୍ଣ୍ଣାଟକାସ୍ଥିତ ଇନଫୋସିସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

GST Infosys
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe