Advertisment

Intel India ପୂର୍ବତନ ମୁଖ୍ୟ ଅବତାର ସାଇନୀଙ୍କ ଦେହାନ୍ତ

ସାଇକେଲ ଚଲାଇବା ସମୟରେ ପଛରୁ ଧକ୍କା ଦେଇଥିଲା ଟ୍ୟାକ୍ସି। ଚିକିସ୍ତାଧୀନ ଅବସ୍ଥାରେ ଦେହାନ୍ତ।

author-image
Debibandita Barick
ଅଦ୍ୟତନ ହୋଇଛି
Avtar Saini

Avtar Saini

ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନୀଙ୍କ ମୃତ୍ୟୁ। ନାଭି ମୁମ୍ବାଇରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଅବତାର ସାଇକେଲରେ ଯାଉଥିବା ସମୟରେ ଏକ ଟ୍ୟାକ୍ସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ପୁଲିସର କହିବା ଅନୁସାରେ, ବୁଧବାର ସକାଳ ପ୍ରାୟ ୫.୫୦ ସମୟରେ ନେରୁଲ ଅଞ୍ଚଳର ପାମ ବିଚ ରୋଡରେ ସାଇକେଲ ଚଳାଉଥିଲେ ଅବତାର। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାକ୍ସି ତାଙ୍କୁ ପଛରୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ଅବତାର ହେଲମେଟ ପିନ୍ଧିଥିଲେ ମଧ୍ୟ ଗୁରୁତର ଭାବେ ଆଘାତ ପାଇଥିଲେ।

ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଦୁର୍ଘଟଣା ପରେ ଫେରାର୍ ହୋଇଯାଇଥିବା ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୁଲିସ। କିନ୍ତୁ ତାଙ୍କୁ ଗିରଫ କରାଯାଇ ନାହିଁ।

Advertisment

ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକାକୀ ରହୁଥିଲେ। ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ଏବଂ ଝିଅ ଆମେରିକାରେ ରୁହନ୍ତି। ସେ ଆସନ୍ତା ମାସରେ ତାଙ୍କ ପିଲାମାନଙ୍କୁ ଭେଟିବାକୁ ଆମେରିକା ଯାଇଥାନ୍ତେ। 

ଅବତାରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି ଇଣ୍ଟେଲ। ଇଣ୍ଟେଲ ଇଣ୍ଡିଆର ଅଧ୍ୟକ୍ଷ ଗୋକୁଲ ଭି ସୁବ୍ରମଣ୍ୟମ କହିଛନ୍ତି ଯେ, ଇଣ୍ଟେଲ ତାଙ୍କ ଅବଦାନକୁ ସର୍ବଦା ମନେ ରଖିବ। ଅବତାର ସୈନୀ ୧୯୮୨ରୁ ୨୦୨୪ ପର୍ଯ୍ୟନ୍ତ ଇଣ୍ଟେଲ ଇଣ୍ଡିଆର ଉପାଧ୍ୟକ୍ଷ ଥିଲେ। ଏହି ସମୟ ମଧ୍ୟରେ, ସେ Intel ୩୮୬, Intel ୪୮୬ ଏବଂ ଲୋକପ୍ରିୟ ପେଣ୍ଟିଅମ୍ ପ୍ରୋସେସର୍ ସହିତ ଅନେକ ପ୍ରୋସେସର୍ ଡିଜାଇନ୍ କରିବାରେ ସାହାଯ୍ୟ କରିଥିଲେ।