Advertisment

ବଢ଼ିଲା ଇପିଏଫ୍ ସୁଧ ହାର

ଉପକୃତ ହେବେ ୬ କୋଟି କର୍ମଚାରୀ

ବଢ଼ିଲା ଇପିଏଫ୍ ସୁଧ ହାର

epfo

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍)ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କାରଣ ପୂର୍ବାପେକ୍ଷା ଏଥର ଇପିଏଫ୍ ଆକାଉଣ୍ଟଧାରୀ ଅଧିକ ସୁଧ ପାଇବେ। ମିଳିଥିବା ସୂଚନା ଅନୁସାରେ,ଇପିଏଫ୍‌ଓ ଏହାର ସୁଧହାର ୮.୫୫%ରୁ ୮.୬୫%କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି।

Advertisment

ଇପିଏଫ୍ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍‌(ସିବିଟି)ର ବୈଠକରେ ସମସ୍ତ ସଦସ୍ୟ ସୁଧହାର ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି। ବୈଠକ ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇ କହିଛନ୍ତି ବୋର୍ଡ ସଦସ୍ୟମାନଙ୍କ ସୁପାରିସକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ। ଏହାଦ୍ୱାରା ପ୍ରାୟ ୬ କୋଟି ଇଫିଏଫ୍ ହିତାଧିକାରୀ ଉପକୃତ ହେବେ।

ସୂଚନା ଅନୁସାରେ ୨୦୧୫-୧୬ରେ ଇପିଏଫ୍‌ଓ କର୍ମଚାରୀମାନଙ୍କୁ ୮.୮% ସୁଧ ଦେଉଥିବା ବେଳେ ଏହାକୁ ବିଭିନ୍ନ ସମୟରେ ହ୍ରାସ କରି ୮.୫୫%କୁ ଖସାଇ ଦେଇଥିଲା। ୨୦୧୭-୧୮ରେ ଏହା ୮.୬୫% ଥିଲା। ସେହିପରି ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଏହା ୮.୭୫% ଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe