Advertisment

ବିଶ୍ୱର ଅରବପତି ୱାରେନ୍ ବଫେଟଙ୍କ ଆକଳନ, ଭାରତୀୟ ବଜାରରେ ରହିଛି ବିପୁଳ ସୁଯୋଗ

ଭାରତରେ ଏପରି ସୁଯୋଗ ଥାଇପାରେ, ଯାହା ପୂର୍ବରୁ କେବେ ଆବିଷ୍କୃତ ହୋଇନାହିଁ କିମ୍ବା ସେଥିପ୍ରତି ଧ୍ୟାନ ଦିଆଯାଇ ନାହିଁ ବୋଲି ବିଶ୍ୱର ଅରବପତି ନିବେଶକ ୱାରେନ୍ ବଫେଟ୍ କହିଛନ୍ତି।

author-image
Debibandita Barick
Warren Buffett

Warren Buffett

ଭାରତୀୟ ବଜାରରେ ପୁଞ୍ଜି ନିବେଶ ଓ ଭବିଷ୍ୟତ ଉପରେ ବଡ଼ ବୟାନ ଦେଇଛନ୍ତି ବିଶ୍ୱର ଅରବପତି ନିବେଶକ ୱାରେନ୍ ବଫେଟ୍। ସେ କହିଛନ୍ତି, ଭାରତୀୟ ବଜାରରେ ଅନ୍ୱେଷିତ ସୁଯୋଗ ରହିଛି, ଯାହା ପୂର୍ବରୁ କେବେ ଆବିଷ୍କୃତ ହୋଇନାହିଁ କିମ୍ବା ସେଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ତାଙ୍କ କମ୍ପାନୀ ଆଗକୁ ଏହି ସୁଯୋଗଗୁଡିକ ଅନୁସନ୍ଧାନ କରିବାକୁ ଚାହୁଁଛି ବୋଲି ଆଶା ପ୍ରକଟ କରିଛନ୍ତି।

Advertisment

ୱାରେନ୍ ବଫେଟ୍ ହେଉଛନ୍ତି ବର୍କଶାୟର ହୈଥୱେ(Berkshire Hathaway)ର ସହ ପ୍ରତିଷ୍ଠାତା, ଚେୟାରମ୍ୟାନ୍ ତଥା ସିଇଓ। କମ୍ପାନୀର ବାର୍ଷିକ ବୈଠକରେ ସେ ଭାରତ ବଜାରରେ ଥିବା ସୁଯୋଗ ଉପରେ ଆଲୋକପାତ କରିଛନ୍ତି। ୱାରେନ କହିଛନ୍ତି, ଭାରତୀୟ ବଜାରରେ ଅନେକ ସୁଯୋଗ ରହିଛି। ଆମ କମ୍ପାନୀ ଏହି ସୁଯୋଗର ଅନ୍ୱେଷଣ କରୁ ବୋଲି ମୁଁ ଚାହୁଁଛି। ଆଗକୁ ମଧ୍ୟ କମ୍ପାନୀ ଭାରତୀୟ ବଜାରରେ ପୁଞ୍ଜି ନିବେଶ କରିବ। 

ଆମେରିକାର ଇକ୍ୱିଟିରେ ବିନିଯୋଗ କରୁଥିବା ଦୂରଦର୍ଶୀ ଆଡଭାଇଜର୍ସର ରାଜୀବ ଅଗ୍ରୱାଲ ତାଙ୍କୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତରେ ବର୍କଶାୟର କି ପ୍ରକାର ଆଶା ରଖିଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ୱାରେନ କହିଥିଲେ, "ଏହା ଖୁବ୍ ଭଲ ପ୍ରଶ୍ନ। ମୁଁ ନିଶ୍ଚିତ ଯେ ଭାରତ ଭଳି ଦେଶରେ ଅନେକ ସୁଯୋଗ ଅଛି।"

Advertisment

୯୩ ବର୍ଷୀୟ ଅରବପତି ବଫେଟ୍ ଆହୁରି କହିଛନ୍ତି, "ବର୍କଶାୟର ହୈଥୱେ ଶକ୍ତିଶାଳୀ ପରିଚାଳନା ଏହାକୁ ଆହୁରି ଆଗକୁ ନେଇପାରେ। ଭାରତରେ ଏପରି ସୁଯୋଗ ଥାଇପାରେ, ଯାହା ପୂର୍ବରୁ କେବେ ଆବିଷ୍କୃତ ହୋଇନାହିଁ କିମ୍ବା ସେଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। କିନ୍ତୁ ଭବିଷ୍ୟତରେ ଏହାକୁ ଆବିଷ୍କାର କରାଯାଇପାରେ।"

Investor Warren Buffett Investor Indian Markets