Advertisment

ରିଲାଏନ୍ସରେ ନୂଆ ଯୁଗର ଆରମ୍ଭ; ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଈଶା, ଆକାଶ ଓ ଅନନ୍ତ ସାମିଲ

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ ହେବା ପାଇଁ ଈଶା ଓ ଆକାଶଙ୍କୁ ୯୮% ଭୋଟ୍ ମିଳିଥିବା ବେଳେ ଅନନ୍ତଙ୍କୁ ୯୨.୭୫% ଭୋଟ୍ ମିଳିଥିଲା।

author-image
Jitendra Garnayak
Akash, Isha and Anant Ambani

Akash, Isha and Anant Ambani

ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଓ ଦୁଇ ପୁଅ ଆକାଶ ଏବଂ ଅନନ୍ତଙ୍କୁ ‘ବୋର୍ଡ ଅଫ୍ ଡାଇରକ୍ଟେର୍ସ’ରେ ସାମିଲ କରାଯାଇଛି।

Advertisment

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ ହେବା ପାଇଁ ଈଶା ଓ ଆକାଶଙ୍କୁ ୯୮% ଭୋଟ୍ ମିଳିଥିବା ବେଳେ ଅନନ୍ତଙ୍କୁ ୯୨.୭୫% ଭୋଟ୍ ମିଳିଥିଲା।

ଈଶା, ଆକାଶ ଓ ଅନନ୍ତ ଗତ କିଛି ବର୍ଷ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସହିଥ ସଂଶ୍ଳୀଷ୍ଟ ଅଛନ୍ତି। ସେମାନେ କମ୍ପାନୀର ବିଭିନ୍ନ ପ୍ରମୁଖ ବ୍ୟବସାୟ କ୍ଷେତ୍ରର ନେତୃତ୍ୱ ନେଇ ଆସୁଛନ୍ତି।

Advertisment

୬୬ ବର୍ଷରେ ପହଞ୍ଚି ସାରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହି ତାଙ୍କ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବେ।

ଈଶା ଅମ୍ବାନୀ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ କରିଛନ୍ତି। ସେ ରିଲାଏନ୍ସ ରିଟେଲ ବ୍ୟବସାୟର ନେତୃତ୍ୱ ନେଉଛନ୍ତି। ସେ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି। ଆନନ୍ଦ ହେଉଛନ୍ତି ଦେଶର ଅନ୍ୟତମ ଜଣାଶୁଣା ଶିଳ୍ପପତି ଅଜୟ ପିରାମଲଙ୍କ ପୁଅ।

ଆକାଶ ଅମ୍ବାନୀଙ୍କୁ ଗତ ବର୍ଷ ଜୁନ୍ ମାସରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଭାବେ ପଦୋନ୍ନତି ମିଳିଥିଲା। ମୁକେଶ ଅମ୍ବାନୀ ଏହି ପଦ ଛାଡ଼ିବା ପରେ ସେଥିରେ ଆକାଶଙ୍କୁ ନିଯୁକ୍ତି ମିଳିଥିଲା। ୨୮ ବର୍ଷୀୟ ଅନନ୍ତ କମ୍ପାନୀର ଅକ୍ଷୟ ଶକ୍ତି ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି।

Reliance