Advertisment

ଠକୁଛନ୍ତି Dior ଓ Armani, ୪ ହଜାରର ବ୍ୟାଗକୁ ୨ ଲକ୍ଷରେ ବିକ୍ରି କରୁଛନ୍ତି

ଇଟାଲିର ନାମି ଦାମୀ କମ୍ପାନୀ ଡିଓର ଓ ଅରମାନିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ।

ଅଦ୍ୟତନ ହୋଇଛି
Dior Bag

Dior Bag

Advertisment

Dior(ଡିଓର) ଏବଂ Armani(ଅରମାନି) ଭଳି ନାମି ଦାମୀ କମ୍ପାନୀ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଇଟାଲିର ଏହି ନାମି ଦାମୀ କମ୍ପାନୀ କମ୍ ଦାମର ବ୍ୟାଗ୍ କିଣି ଗ୍ରାହକଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି। 

Advertisment

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (WSJ) ରିପୋର୍ଟ କରିଛି ଯେ, ଗୋଟିଏ ବ୍ୟାଗ୍ ତିଆରି କରିବା ପାଇଁ ଡିଓର ୫୩ ୟୁରୋ (୪,୭୭୮ ଟଙ୍କା) ଖର୍ଚ୍ଚ କରି ଦୋକାନରେ ଏହାକୁ ୨,୬୦୦ ୟୁରୋ (୨.୩୪ ଲକ୍ଷ ଟଙ୍କା)ରେ ବିକ୍ରି କରୁଛି।

ସେହିପରି ଅରମାନି ମଧ୍ୟ ସମାନ ଭାବେ ଗ୍ରାହକଙ୍କୁ ଠକି ଚାଲିଛି। ଅରମାନି ଯୋଗାଣକାରୀଙ୍କଠାରୁ ୯୩ ୟୁରୋ (୮,୩୮୫ ଟଙ୍କା)ରେ କିଣୁଥିବା ବ୍ୟାଗକୁ ୧୮୦୦ ୟୁରୋ (୧.୬୨ ଲକ୍ଷ ଟଙ୍କା)ରେ ବିକ୍ରି କରେ।

Advertisment

ଇଟାଲୀରେ ଅନକେ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ କାର୍ଯ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ହୋଇଥିବା ଚଢାଉ ସମୟରେ ଏହି ଗହନ ତଥ୍ୟ ସାମ୍ନାକୁ ଆସିଛି। ଚଢାଉ ସମୟରେ ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ, ବାହାରୁ ଆସୁଥିବା ଶ୍ରମିକଙ୍କୁ କମ୍ ଦରମାରେ ଖଟା ଯାଉଛି। 

ବ୍ୟାଗ୍ ଉପରେ ଏପରି ମୂଲ୍ୟକୁ ନେଇ ଡିଓର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ସେପଟେ ଅରମାନି ପ୍ରତିକ୍ରିୟା ରଖି କହିଛି ଯେ, ଯୋଗାଣ ଚେନ୍ ଉପରେ ସେମାନେ ଯାଞ୍ଚ କରିବେ। ଯଦି ଏପରି କାର୍ଯ୍ୟ ହେଉଥାଏ ତେବେ ଏହାର ସମାଧାନର ବାଟ ବାହାର କରିବେ। 

ପ୍ରକାଶ ଥାଉକି, ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ବ୍ରାଣ୍ଡ ମଧ୍ୟରୁ ଡିଓର ହେଉଛି ଅନ୍ୟତମ। ଏହି କମ୍ପାନୀର ସାମଗ୍ରୀ ସାଧାରଣ ଦୋକାନରେ ମିଳେ ନାହିଁ। ବହୁ ନାମି ଦାମୀ କଳାକାର ଏବଂ ବ୍ୟବସାୟ ଏହାକୁ ବ୍ୟବହାର କରିଥାନ୍ତି। କମ୍ପାନୀର ବ୍ୟାଗ୍ ଏବଂ ଡ୍ରେସ୍ ଖୁବ୍ ପ୍ରସିଦ୍ଧ।  

ସେହିପରି ୧୯୭୫ରେ ଜର୍ଜିୟୋ ଅରମାନି ତାଙ୍କ ବନ୍ଧୁ ତଥା ବ୍ୟବସାୟିକ ସହଯୋଗୀ ସର୍ଜିଓ ଗେଲୋଟିଙ୍କ ସହ ଅରମାନି ବ୍ରାଣ୍ଡ ଆରମ୍ଭ କରିଥିଲେ। ଏହି ବ୍ରାଣ୍ଡ ପ୍ରଥମେ ପୁରୁଷ ଓ ମହିଳାଙ୍କ ଡ୍ରେସ୍ ବ୍ୟବସାୟ ଆରମ୍ଭ କରିଥିଲା। ପରେ ବ୍ୟାଗ, ଜୋତା, ଘଣ୍ଟା, ଚଷମା ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଥିଲା। ଡିୟୌର ପରି ଅରମାନିର ମଧ୍ୟ ପ୍ରସିଦ୍ଧି ରହିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe