Advertisment

ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସାବୁନ, ସାମ୍ପୋ ଠାରୁ ଆରମ୍ଭ କରି ଆଇଟି ପ୍ରଡକ୍ଟ ପର୍ଯ୍ୟନ୍ତ ଶତାଧିକ ବ୍ୟବାହାର୍ଯ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଆଇଟିସି (ITC Limited) ଏହାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି। ଦୀର୍ଘ ଦିନ ଧରି ଓ୍ୱାଇ.ସି. ଦେବେଶ୍ୱର କମ୍ପାନୀର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସିଥିବା ବେଳେ ନିକଟରେ ତାଙ୍କର ଦେହାନ୍ତ ହେବାରୁ କମ୍ପାନୀ ସଞ୍ଜୀବ ପୁରୀଙ୍କୁ ଏହି ପଦରେ ବସାଇଛି। ସୂଚନା ଅନୁସାରେ ଆଜି କମ୍ପାନୀ ଏହାର ବୋର୍ଡ ମିଟିଂରେ ସଞ୍ଜୀବଙ୍କୁ ମ୍ୟାନେଜିଂ ଡିରେକ୍ଟର […]

author-image
Jagamohan Maharana
ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ

6

ନୂଆଦିଲ୍ଲୀ: ସାବୁନ, ସାମ୍ପୋ ଠାରୁ ଆରମ୍ଭ କରି ଆଇଟି ପ୍ରଡକ୍ଟ ପର୍ଯ୍ୟନ୍ତ ଶତାଧିକ ବ୍ୟବାହାର୍ଯ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଆଇଟିସି (ITC Limited) ଏହାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି।

Advertisment

ଦୀର୍ଘ ଦିନ ଧରି ଓ୍ୱାଇ.ସି. ଦେବେଶ୍ୱର କମ୍ପାନୀର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସିଥିବା ବେଳେ ନିକଟରେ ତାଙ୍କର ଦେହାନ୍ତ ହେବାରୁ କମ୍ପାନୀ ସଞ୍ଜୀବ ପୁରୀଙ୍କୁ ଏହି ପଦରେ ବସାଇଛି।

ସୂଚନା ଅନୁସାରେ ଆଜି କମ୍ପାନୀ ଏହାର ବୋର୍ଡ ମିଟିଂରେ ସଞ୍ଜୀବଙ୍କୁ ମ୍ୟାନେଜିଂ ଡିରେକ୍ଟର ଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ନେଇ ଘୋଷଣା କରିଛି। ଦେବେଶ୍ୱର ୧୯୮୪ ମସିହାରୁ ଏଯାବତ ଏହି ଦାୟିତ୍ୱରେ ରହି ଆସିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ଆଦି ପଦରେ ମଧ୍ୟ ଥିଲେ।

Advertisment