Advertisment

ଭାରତରେ ଲଞ୍ଚ୍‌ ହେଲା ୱାଟର୍‌ଡ୍ରପ୍‌ ନଚ୍ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: itel ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Vision 1 ଲଞ୍ଚ୍‌ କରିଛି। କମ୍ପାନୀର ସୂଚନା ମୁତାବକ ଏହା ଭାରତର ୱାଟର୍‌ଡ୍ରପ ନଚ୍ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍। ଏହି ଫୋନ୍‌ର ମୂଲ୍ୟ ମାତ୍ର ୫ ହଜାର ୪୯୯ ଟଙ୍କା ରହିଛି। itel Vision 1 କିଣିଲେ ଆପଣଙ୍କୁ ୭୯୯ ଟଙ୍କାର ଏକ ୱେୟାରଲେସ୍ ହେଡ୍‌ସେଟ୍‌ ମିଳିବ। ଏହା ବ୍ୟତୀତ ଲଞ୍ଚିଂ ଅଫର୍‌ରେ କ୍ୟାଶ ବ୍ୟାକ୍‌ ହିସାବରେ ରିଲାଏନ୍ସ ଜିଓ ତରଫରୁ ଏକ୍‌ଷ୍ଟ୍ରା ଡାଟା ମଧ୍ୟ ମିଳିବ। […]

author-image
Chinmayee Roy
ଭାରତରେ ଲଞ୍ଚ୍‌ ହେଲା ୱାଟର୍‌ଡ୍ରପ୍‌ ନଚ୍ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍

vison-1

ନୂଆଦିଲ୍ଲୀ: itel ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Vision 1 ଲଞ୍ଚ୍‌ କରିଛି। କମ୍ପାନୀର ସୂଚନା ମୁତାବକ ଏହା ଭାରତର ୱାଟର୍‌ଡ୍ରପ ନଚ୍ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍। ଏହି ଫୋନ୍‌ର ମୂଲ୍ୟ ମାତ୍ର ୫ ହଜାର ୪୯୯ ଟଙ୍କା ରହିଛି। itel Vision 1 କିଣିଲେ ଆପଣଙ୍କୁ ୭୯୯ ଟଙ୍କାର ଏକ ୱେୟାରଲେସ୍ ହେଡ୍‌ସେଟ୍‌ ମିଳିବ। ଏହା ବ୍ୟତୀତ ଲଞ୍ଚିଂ ଅଫର୍‌ରେ କ୍ୟାଶ ବ୍ୟାକ୍‌ ହିସାବରେ ରିଲାଏନ୍ସ ଜିଓ ତରଫରୁ ଏକ୍‌ଷ୍ଟ୍ରା ଡାଟା ମଧ୍ୟ ମିଳିବ।

Advertisment

itel Vision 1ର ଫିଚର:  itel Vision 1ରେ ୬.୦୮ ଇଞ୍ଚ୍ ୨.୫ଡି କର୍ଭଡ଼୍ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ 1.6 Ghz ଅକ୍ଟାକୋର ପ୍ରୋସେସର୍‌ରେ ଚାଲେ। ଏହାର ଡିସ୍‌ପ୍ଲେରେ ୱାଟର ଡ୍ରପ୍‌ ଷ୍ଟାଇଲ୍‌ର ନଚ୍‌ ଦିଆଯାଇଛି। ଏହା ଆଣ୍ଡ୍ରଏଡ୍‌ ୯ ପାଇରେ ଚାଲେ।

itel Vision 1ରେ 2GB ରାମ୍ ଓ 32GB ଇଣ୍ଟରନାଲ୍‌ ଷ୍ଟୋରେଜ୍ ଦିଆଯାଇଛି। ଏହା ବ୍ୟତୀତ ରିୟର ପ୍ୟାନେଲ୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି। ସିକ୍ୟୁରିଟି ପାଇଁ ଏହି ଫୋନ୍‌ରେ ସେଲ୍‌ଫି କ୍ୟାମେରା ବେସ୍ଡ ଫେସ୍‌ ଅନ୍‌ଲକ୍‌ ସିଷ୍ଟମ୍‌ ଦିଆଯାଇଛି।

Advertisment

publive-imageitel Vision 1ରେ ଫଟୋଗ୍ରାଫି ପାଇଁ ଏଲ୍‌ଇଡି ଫ୍ଲାଶ୍ ସହ ଡୁଆଲ୍‌ ରିୟର କ୍ୟାମେରା ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମେରା ୮ ମେଗାପିକ୍ସେଲ ହୋଇଥିବାବେଳେ ସେକେଣ୍ଡାରି କ୍ୟାମେରାଟି ୦.୦୮ ମେଗାପିକ୍ସେଲ୍‌ର ରହିଛି।

ସେଲ୍‌ଫି ପାଇଁ ଏଥିରେ ୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ AI ବେସ୍ଡ କ୍ୟାମେରା ଫିଲ୍ଟର ଓ ଷ୍ଟିକର୍ସ ମଧ୍ୟ ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ 4,000mAh ର ବ୍ୟାଟେରୀ ଓ କନେକ୍ଟିଭିଟି ପାଇଁ 4G LTE ସପୋର୍ଟ ଦିଆଯାଇଛି। ଫୋନ୍‌ଟି ଗ୍ରେଡିଏଶନ୍‌ ବ୍ଲୁ ଓ ପର୍ପଲ ରଙ୍ଗରେ ଉପଲବ୍ଧ ହେଉଛି।