/odisha-reporter/media/post_attachments/uploads/2015/11/Indigo-621x414.jpg)
Indigo
ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ପହିଲାରୁ ବେଙ୍ଗାଲୁରୁ-ଭୁବନେଶ୍ୱର-କୋଲକାତାକୁ ସିଧାସଳଖ ବିମାନସେବା ଆରମ୍ଭ ହେବ। ଏହି ସୁବିଧା ଆଣିଛି ଇଣ୍ଡିଗୋ ବିମାନ ସେବା ପ୍ରଦାନକାରୀ ସଂସ୍ଥା। ଏହି ଉଡାଣ ଆରମ୍ଭ ହେବା ପରେ ଭୁବନେଶ୍ୱରରୁ ଉଡାଣ କରୁଥିବା ବିମାନ ସଂଖ୍ୟା ୨୧ରେ ପହଞ୍ଚିବ। ବେଙ୍ଗ।ଲୁରୁରୁ ଇଣ୍ଡିଗୋର ବିମାନ ଉଡାଣ ଭରି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରେ ପହଞ୍ଚିବ। ଏହାପରେ ବିମାନ ଭୁବନେଶ୍ୱରରୁ କୋଲକାତାକୁ ଯାତ୍ରା କରିବ। କୋଲକାତାରୁ ଭୁବନେଶ୍ୱରକୁ ଫେରି ପୁଣି ବେଙ୍ଗ।ଲୁରୁକୁ ଯାତ୍ରା କରିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ୍ କୁମାର କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
