Advertisment

ସର୍ବକାଳୀନ ରେକର୍ଡ କଲା ବିମାନ ଇନ୍ଧନ ମୂଲ୍ୟ, ପୁଣି ୨% ବଢ଼ିଲା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଓ ଏଲପିଜି ଭଳି ବିମାନ ଇନ୍ଧନର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଆଜି ବିମାନ ଇନ୍ଧନ ମୂଲ୍ୟ ୨% ବଢ଼ି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ମିଶାଇ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ ବା ବିମାନ ଇନ୍ଧନ ମୂଲ୍ୟ ଚଳିତ ବର୍ଷ ୭ମ ଥର ପାଇଁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ ଉଡ଼ାଣ ପାଇଁ ଆବଶ୍ୟକ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌(ଏଟିଏଫ୍‌)ର ଦାମ କିଲୋଲିଟର୍‌ ପିଛା ୨,୨୫୮.୫୪ ଟଙ୍କା ବୃଦ୍ଧି […]

author-image
Hemant Lenka
ସର୍ବକାଳୀନ ରେକର୍ଡ କଲା ବିମାନ ଇନ୍ଧନ ମୂଲ୍ୟ, ପୁଣି ୨% ବଢ଼ିଲା

air-India

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଓ ଏଲପିଜି ଭଳି ବିମାନ ଇନ୍ଧନର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଆଜି ବିମାନ ଇନ୍ଧନ ମୂଲ୍ୟ ୨% ବଢ଼ି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ମିଶାଇ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ ବା ବିମାନ ଇନ୍ଧନ ମୂଲ୍ୟ ଚଳିତ ବର୍ଷ ୭ମ ଥର ପାଇଁ ବୃଦ୍ଧି ପାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିମାନ ଉଡ଼ାଣ ପାଇଁ ଆବଶ୍ୟକ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌(ଏଟିଏଫ୍‌)ର ଦାମ କିଲୋଲିଟର୍‌ ପିଛା ୨,୨୫୮.୫୪ ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ଏଟିଏଫର ଦାମ କିମି ପିଛା ୧,୧୨,୯୨୪.୮୩ ଟଙ୍କା ଛୁଇଁଛି। ପୂର୍ବରୁ କେବେ ହେଲେ ବିମାନ ଇନ୍ଧନର ମୂଲ୍ୟ ଏତେ ଟଙ୍କା ଛୁଇଁ ନଥିଲା।

ବିମାନର ଇନ୍ଧନ ମୂଲ୍ୟ ବଢ଼ିଥିବାରୁ ଏଣିକି ଟିକେଟ ମୂଲ୍ୟ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଶେଷଥର ମାର୍ଚ୍ଚ ୧୬ ତାରିଖରେ ଏଟିଏଫ୍‌ ଦର ୧୮.୩% ଅର୍ଥାତ୍‌ ୧୭,୧୩୫.୬୩ ଟଙ୍କା ବଢ଼ିଥିଲା।

Advertisment

ଅନ୍ୟପକ୍ଷରେ ଆଜି ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି। ୧୧ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତୈଳ ଦର ବଢ଼ିନି। କିନ୍ତୁ ବାକି ୯ ଦିନରେ ତୈଳଦର ଲିଟର ପିଛା ପ୍ରାୟ ୬.୪୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି।