Advertisment

୯୯୯ ଟଙ୍କାରେ ମିଳିବ ୪ଜି ଫୋନ୍

ଜୁଲାଇ ୭ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

author-image
Niranjan Mishra
ଅଦ୍ୟତନ ହୋଇଛି
Jio Bharat phone

Jio Bharat phone

୯୯୯ ଟଙ୍କାରେ ମିଳିବ ୪ଜି ଫୋନ୍। ରିଲାନ୍ସ ପକ୍ଷରୁ ଏହି ନୂଆ ଶସ୍ତା ଫୋନ୍ ମାର୍କେଟକୁ ଆସିଛି। ଜିଓ ଭାରତ- ଭି୨ ମଡେଲର ଏହି ଫୋନ୍‌ରେ ଗ୍ରାହକ ଅନେକ ସୁବିଧା ପାଇବେ। ଏହି ଫୋନ୍‌ ଜରିଆରେ ଭାରତକୁ ୨ଜି ମୁକ୍ତ କରିବାକୁ ରିଲାନ୍ସ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛି। ଏହି ମୋବାଇଲ ସହ ଜିଓ ଦୁଇଟି ନୂଆ ରିଚାର୍ଜ ପ୍ଲାନ୍ ମଧ୍ୟ ଆଣିଛି। ଜୁଲାଇ ୭ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

Advertisment

ଏହି ଫୋନ୍‌ରେ ସମସ୍ତ ବେସିକ୍‌ ଫିଚର ରହିଛି। ଇଣ୍ଟର ନେଟ୍‌ ଜରିଆରେ ସମସ୍ତ ଫିଚରକୁ ଚଲାଇ ହେବ। ଏହି ଫୋନ୍‌ର ସହ ସ୍ୱତନ୍ତ୍ର ରିଚାର୍ଜ କରିବାକୁ ପଡ଼ିବ। ଯାହାର ସର୍ବନିମ୍ନ ମାସିକ ରିଚାର୍ଜ ୧୨୩ ଟଙ୍କାରୁ ଆରମ୍ଭ। ୧୨୩ ଟଙ୍କା ରିଚାର୍ଜରେ ଅସୀମିତ କଥାବାର୍ତ୍ତା ସହ ୧୪ ଜିବି ଡାଟା ମିଳିବ। ପ୍ରତିଦିନ ଗ୍ରାହକଙ୍କୁ ଏହି ରିଚାର୍ଜ ଉପରେ .୫ ଜିବି ଡାଟା ମିଳିବ। ସେହିପରି ବର୍ଷିକିଆ ପ୍ଲାନ୍‌ ନେଲେ ଗ୍ରାହକଙ୍କୁ ୧୨୩୪ ଟଙ୍କା ଦେବାକୁ ହେବ ଓ ଏହା ବଦଳରେ ୧୬୪ ଜିବି ଡାଟା ମିଳିବ।

ସେହିପରି ଏହି ଫୋନ୍‌ରେ .୩ ମେଗାପିକ୍‌ସେଲ କ୍ୟାମେରା, ଫ୍ଲାସ ଓ ଟର୍ଚ, ଜିଓ ସିନେମା, ଜିଓ ସାଭନ, ଏଫ୍‌ଏମ୍ ରେଡିଓ ସୁବିଧା ରହିଛି। ଏହି ଫୋନ୍‌ରେ ୪.୫ ସିଏମ୍‌ ଡିଏଏଫ୍‌ଟି ଡିସ୍‌ପ୍ଲେ, ୧ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ, ୩.୫ ଏମ୍‌ଏମ୍ ହେଡ୍‌ଫାନ୍ ସୁବିଧା ରହିଛି। ଏହି ମୋବାଇଲ୍‌ରେ ୧୨୮ ଜିବି ପର୍ଯ୍ୟନ୍ତ ଏସ୍‌ଡି କାର୍ଡ ମଧ୍ୟ ବ୍ୟବହାର ହୋଇପାରିବ ଓ ଫୋନ୍‌ର ଓଜର ୭୧ ଗ୍ରାମ ରହିଛି। ଏହି ଫୋନ୍‌ରେ ୨୨ଟି ଭାଷାର ବ୍ୟବହାର ହୋଇପାରିବ।

Advertisment

ରିଲାଏନ୍ସ ମୁତାବିକ ଏବେ ଦେଶରେ ୨୫୦ ମିଲିୟନ ୨ଜି ଫୋନ୍ ବ୍ୟବହାରକାରୀ ଅଛନ୍ତି। ତାଙ୍କ ପାଖରେ ଇଣ୍ଟର ସୁବିଧା ଥିବା ମୋବାଇଲ ନାହିଁ। ଏହି ଗ୍ରାହକଙ୍କ ପାଖରେ ୪ଜି ଇଣ୍ଟରନେଟ୍‌ ସୁବିଧା ଥିବା ଫୋନ୍ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏହି ଫୋନ୍‌ରେ ୟୁପିଆଇ ପେମେଣ୍ଟ ସୁବିଧା ରହିବ। ମାତ୍ର ଏହା କେବଳ ଜିଓ ପେ’ରେ କାମ କରିବ।

ଏହି ଫୋନ୍‌କୁ ମାର୍କେଟକୁ ଆଣିବା ପାଇଁ ଭାରତୀୟ କମ୍ପାନୀ କାରବୋନ୍ ସହ ରିଲାନ୍ସ ଜିଓ ସହଭାଗିତା କରିଛି। ୭ ଜୁଲାଇରୁ ଏହାର ବିଟା ଟ୍ରାଏଲ ଆରମ୍ଭ ହେବ। ୬୫୦୦ ତହସିଲରୁ ଏହାର ଶୁଭାରମ୍ଭ କରାଯିବ।

Jio Reliance Mobile