Advertisment

ଭାରତରେ ଆରମ୍ଭ ହେବ ସ୍ୟାଟେଲାଇଟ ଇଣ୍ଟରନେଟ, ଜିଓକୁ ମିଳିଲା ଅନୁମତି

ଏଯାଏ ଟେଲିକମ୍ୟୁନେକସନ ପକ୍ଷରୁ ସ୍ୟାଟେଲାଇଟ ଇଣ୍ଟରନେଟ ପାଇଁ ଅନୁମତି ମିଳିଛି। ଟେଲିକମ୍ୟୁନିକେସନ ଅନୁମତି ଦେଲେ ସେବା ଆରମ୍ଭ ହେବ।

Jio

Jio

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଜିଓ ପ୍ଲାଟଫର୍ମକୁ ଭାରତ ପକ୍ଷରୁ ମିଳିଛି ବଡ଼ ଅନୁମତି। Luxembourg's SES ସହ ମିଶି ଦେଶରେ ଆରମ୍ଭ କରିବ ସ୍ୟାଟେଲାଇଟ ଇଣ୍ଟରନେଟ। ହାଇସ୍ପିଡ ଇଣ୍ଟରନେଟ ପାଇଁ ଜିଓକୁ ଭାରତର ସ୍ପେଶ ପ୍ରାଧିକରଣ ଏପରି ଅନୁମତି ଦେଇଛି।

Advertisment

ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୟାଟେଲାଇଟ ଦ୍ୱାରା ଇଣ୍ଟରନେଟ ଯୋଗାଇ ଦେବା ପାଇଁ ଅର୍ବିଟ କନେକ୍ଟ ଇଣ୍ଡିଆକୁ ୩ଟି ଅନୁମତି ଦିଆଯାଇଛି। ଇଣ୍ଡିଆନ ନ୍ୟାଶନାଲ ସ୍ପେଶ ପ୍ରମୋସନ ଓ ଅଥୋରାଇଜେସନ ସେଣ୍ଟର(ଆଇଏନ-ସ୍ପେଶ) ଏପ୍ରିଲ ଓ ଜୁନ ମାସରେ ୩ଟି ଅନୁମତି ଦେଇଛି। ତେବେ ଏଯାଏ ଟେଲିକମ୍ୟୁନେକସନ ପକ୍ଷରୁ ସ୍ୟାଟେଲାଇଟ ଇଣ୍ଟରନେଟ ପାଇଁ ଅନୁମତି ମିଳିଛି। ଟେଲିକମ୍ୟୁନିକେସନ ଅନୁମତି ଦେଲେ ସେବା ଆରମ୍ଭ ହେବ।

ଆମଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭଳି ସ୍ୟାଟେଲାଇଟ କମ୍ପ୍ୟୁନିକେସନ ସେବା ପାଇଁ ଅନୁମତି ମାଗୁଥିବା ବେଳେ ଭାରତ ପକ୍ଷରୁ ଜିଓକୁ ଗ୍ରୀନ ସିଗ୍ନାଲ ମିଳିଛି।

Advertisment

ଆଇଏନ-ସ୍ପେଶ ଅଧ୍ୟକ୍ଷ ପବନ ଗୋଏଙ୍କା କହସିଛନ୍ତି, Inmarsat ଓ ଅନ୍ୟମାନଙ୍କୁ ମଧ୍ୟ ସ୍ୟାଟେଲାଇଟ ଚଳାଇବାକୁ ଅନୁମତି ମିଳିଛି। ସ୍ୟାଟେଲାଇଟ ବ୍ରଡବ୍ୟାଣ୍ଡ ମାର୍କେଟ ପ୍ରତି କମ୍ପାନୀଗୁଡ଼ିକର ଆଗ୍ରହ ବଢ଼ୁଥିବା ଏଥିରୁ ସ୍ପଷ୍ଟ ହୋଇଛି।

Deloitte ଆକଳନ କରିଛି ଯେ ଭାରତର ସ୍ୟାଟେଲାଇନ ବ୍ରଡବ୍ୟାଣ୍ଡ ମାର୍କେଟ ଆସନ୍ତା ୫ ବର୍ଷ ମଧ୍ୟରେ ବାର୍ଷିକ ୩୬% ଲେଖାଏ ବୃଦ୍ଧି ପାଇବ। ଏଥିସହ ୨୦୩୦ ସୁଦ୍ଧା ଏଥିରୁ ରାଜସ୍ୱ ୧.୯ ବିଲିୟନ ଟଙ୍କା ମିଳିବ।

Jio Satellite Internet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe