Advertisment

ଅମ୍ୱାନୀଙ୍କୁ ଚେକ୍ ଦେଲେ ଚାଷୀ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଅନେକ ପ୍ରକଳ୍ପର ଟେଣ୍ଡର ହାତେଇବାରେ ସଫଳ ହେଉଥିବା ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓକୁ ଝଟକା। ନିକଟରେ ଚାଷୀ କେନ୍ଦ୍ର ସରକାରର କୃଷି ଆଇନକୁ ବିରୋଧ କରି ରିଲାଏନ୍ସ ଏବଂ ଆଦାନୀର ସାମଗ୍ରୀ ଏବଂ ପେଟ୍ରୋଲ ପମ୍ପକୁ ବୟକଟ କରିବାକୁ ଆହ୍ୱାନ କରିଥିଲେ। ଏବେ ଜିଓ ଟ୍ରାଇ ପାଖରେ ଅଭିଯୋଗ କରିଛି ଯେ ଜିଓ ଗ୍ରାହକ ଅନ୍ୟ କମ୍ପାନୀକୁ ପୋର୍ଟିଂ କରୁଛନ୍ତି। ତେବେ ଏଥିପାଇଁ ଚାଷୀଙ୍କୁ ନୁହେଁ ବରଂ ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍, […]

ଅଦ୍ୟତନ ହୋଇଛି
ଅମ୍ୱାନୀଙ୍କୁ ଚେକ୍ ଦେଲେ ଚାଷୀ!

JIO-FARMER

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଅନେକ ପ୍ରକଳ୍ପର ଟେଣ୍ଡର ହାତେଇବାରେ ସଫଳ ହେଉଥିବା ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓକୁ ଝଟକା। ନିକଟରେ ଚାଷୀ କେନ୍ଦ୍ର ସରକାରର କୃଷି ଆଇନକୁ ବିରୋଧ କରି ରିଲାଏନ୍ସ ଏବଂ ଆଦାନୀର ସାମଗ୍ରୀ ଏବଂ ପେଟ୍ରୋଲ ପମ୍ପକୁ ବୟକଟ କରିବାକୁ ଆହ୍ୱାନ କରିଥିଲେ। ଏବେ ଜିଓ ଟ୍ରାଇ ପାଖରେ ଅଭିଯୋଗ କରିଛି ଯେ ଜିଓ ଗ୍ରାହକ ଅନ୍ୟ କମ୍ପାନୀକୁ ପୋର୍ଟିଂ କରୁଛନ୍ତି। ତେବେ ଏଥିପାଇଁ ଚାଷୀଙ୍କୁ ନୁହେଁ ବରଂ ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍, ଭୋଡ଼ାଫୋନ କମ୍ପାନୀ ନାଁରେ ଦୋଷ ଲଦିଛି ଜିଓ।

Advertisment

ମିଛ ଖବର ପ୍ରଚାର କରି ଏହି ଦୁଇ ଟେଲିକମ କମ୍ପାନୀ ଜିଓର ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ବୋଲି ଜିଓ ଅଭିଯୋଗ କରିଛି। ତେଣୁ ଏହି ଦୁଇ କମ୍ପାନୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଟ୍ରାଇ ପାଖରେ ଦାବି କରିଛି ଜିଓ। ଡିସେମ୍ୱର ୧୧ରେ ଜିଓ ଏ ନେଇ ଟ୍ରାଇକୁ ଏକ ଚିଠି ଦେଇଥିବା ଜଣାପଡ଼ିଛି।

ଫରିଦାବାଦ, ବାହଦୁର୍ଗ, ଚଣ୍ଡିଗଡ, ଫିରୋଜପୁର ଏବଂ ଏନସିଆରର ଅନ୍ୟାନ୍ୟ ସ୍ଥାନରେ ଜିଓର ଗ୍ରାହକ ପୋର୍ଟିଂ କରି ଏୟାରଟେଲ୍ ଏବଂ ଭୋଡାଫୋନ୍ (ଭିଆଇ)ରେ ଯୋଡି ହେଉଥିବା କମ୍ପାନୀ କହିଛି। ତେବେ ସେଠିକାର ରିଟେଲର କିନ୍ତୁ ଆଉ କିଛି କହିଛନ୍ତି। ରିଟେଲର କହିଛନ୍ତି ଆନ୍ଦୋଳନ ପାଇଁ ଆସୁଥିବା ଚାଷୀମାନେ ସିମ୍ ପୋର୍ଟିଂ କରୁଛନ୍ତି। ତେବେ କମ୍ପାନୀ କହିଛି ଏୟାରଟେଲ୍, ଭିଆଇ ଆଦି ଫେକ୍ ନ୍ୟୁଜ୍ ତିଆରି କରି ଜିଓର କଷ୍ଟମରକୁ ଡାଇଭର୍ଟ କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ସେପ୍ଟେମ୍ୱର ମାସର ରିପୋର୍ଟ ଅନୁଯାୟୀ ଜିଓ ପାଖରେ ୪୦୬ ମିଲିଅନ ଗ୍ରାହକ ଥିଲା, ଏୟାରଟେଲ୍ ପାଖରେ ୨୯୪ ମିଲିଅନ୍, ଭିଆଇ ପାଖରେ ୨୨୭ ମିଲିଅନ ଗ୍ରାହକ ଥିଲେ। ମୋଟ୍ ଟେଲିକମ ଗ୍ରାହକର ୫୦ ପ୍ରତିଶତ ହେଉଛନ୍ତି ଜିଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe