Advertisment

ଓଡ଼ିଶାରେ ୫୦ ପ୍ରତିଶତ ଟେଲିକମ୍‌ ମାର୍କେଟ୍‌ କବ୍‌ଜା କଲା ଜିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଟେଲିକମ୍‌ କ୍ଷେତ୍ରରେ ଅଗ୍ରଣୀ ଧାରା ବଜାୟ ରଖି ରିଲାଏନ୍ସ ଜିଓ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର)ରେ ୫୦% ରୁ ଅଧିକ ବଜାର ଅଂଶ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ମଧ୍ୟରେ ବିଭିନ୍ନ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ୫୦ ପ୍ରତିଶତ ଟେଲିକମ୍‌ ମାର୍କେଟ୍‌ କବ୍‌ଜା କଲା ଜିଓ

Untitled-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଟେଲିକମ୍‌ କ୍ଷେତ୍ରରେ ଅଗ୍ରଣୀ ଧାରା ବଜାୟ ରଖି ରିଲାଏନ୍ସ ଜିଓ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର)ରେ ୫୦% ରୁ ଅଧିକ ବଜାର ଅଂଶ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ମଧ୍ୟରେ ବିଭିନ୍ନ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ଏହି ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ସୂଚନା ଅନୁସାରେ,ଏହି ସମୟରେରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୩୦୩.୧୯ କୋଟି ଟଙ୍କାର ଏଜିଆର ହାସଲ କରିଥିବାବେଳେ ଭାରତୀ ଏୟାରଟେଲ ୧୭୮.୭୨ କୋଟି ଟଙ୍କା, ଭୋଡାଫୋନ ଆଇଡ଼ିଆ ୭୦.୨୯ କୋଟି ଟଙ୍କା ଏବଂ ବିଏସଏନଏଲ ୪୬.୫୨ କୋଟି ଟଙ୍କାର ଏଜିଆର ହାସଲ କରିଛି।

ସେପ୍ଟେମ୍ବର ତ୍ରୈମାସିକ ତୁଳନାରେ ଡିସେମ୍ବର ତ୍ରୈମାସିକରେ ଓଡ଼ିଶାରେ ଜିଓର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ୩.୬% ବୃଦ୍ଧି ପାଇ ୫୦% ବଜାର ଅଂଶ ଅତିକ୍ରମ କରିଥିବାବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡ଼ିଆର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ରେ ହ୍ରାସ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Advertisment

ସେହିଭଳି ଏହି ତ୍ରୈମାସିକରେ ଓଡ଼ିଶାରେ ମୋଟ ଆୟ (ଗ୍ରସ ରେଭିନ୍ୟୁ) ରେ ମଧ୍ୟ ଜିଓ ଅଗ୍ରଣୀ ସ୍ଥାନ ବଜାୟ ରଖି ୩୭୧.୧୧ କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ଏହି ଅବଧିରେ ଏୟାରଟେଲର ମୋଟ ଆୟ ୩୪୩.୪୦ କୋଟି ଟଙ୍କା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ତ୍ରୈମାସିକରେ ଭୋଡାଫୋନ ଆଇଡ଼ିଆର ମୋଟ ଆୟ ୧୨୮.୬୫ କୋଟି ଟଙ୍କା, ବିଏସଏନଏଲର ୪୬.୫୨ କୋଟି ଟଙ୍କା ଏବଂ ଟାଟା ଟେଲି ସର୍ଭିସେସର ୯.୮୧ କୋଟି ଟଙ୍କା ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ପ୍ରଥମ ଥର ପାଇଁ ଓଡ଼ିଶାରେ ମୋଟ ଆୟରେ ଭାରତୀ ଏୟାରଟେଲଠାରୁ ଆଗକୁ ବଢ଼ି ପ୍ରଥମ ସ୍ଥାନ ଅଧିକାର କରିଥିଲା।

ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ଡିସେମ୍ବର ତ୍ରୈମାସିକରେ ଏଜିଆର ଭିତ୍ତିରେ ଅନ୍ୟ ସବୁ କମ୍ପାନୀ ମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଟ୍ରାଇର ଏହି ତ୍ରୈମାସିକ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି। ଦେଶର ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଏଜିଆରରେ ଜିଓ ୧୩ ଟି ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୮ଟି  ସର୍କଲରେ ଦ୍ଵିତୀୟ ସ୍ଥାନ ହାସଲ କରିଛି।
ନିକଟରେ ଟ୍ରାଇ ଦ୍ୱାରା ପ୍ରକାଶ ପାଇଥିବା ଟେଲିକମ ଉପଭୋକ୍ତା ସମ୍ପର୍କିତ ତଥ୍ୟ ଅନୁଯାୟୀ ଡିସେମ୍ବର ୩୧, ୨୦୧୮ ସୁଦ୍ଧା ଓଡ଼ିଶାରେ ଜିଓର ୮୦.୮ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧ କୋଟି, ଭୋଡାଫୋନ ଆଇଡ଼ିଆର ୫୮.୮୬ ଲକ୍ଷ, ବିଏସଏନଏଲର ୫୫.୨୭ ଲକ୍ଷ ଏବଂ ଟାଟା ଟେଲିସର୍ଭିସେସର ୫.୨୭ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe