Advertisment

ଓଡ଼ିଶାରେ ମାର୍କେଟ ନେଇଛି 'ଜିଓ', ତିନି ମାସରେ କମେଇଛି ୪୦୩. କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍‌ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି। ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ମାର୍କେଟ ନେଇଛି 'ଜିଓ', ତିନି ମାସରେ କମେଇଛି ୪୦୩. କୋଟି

JIO

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍‌ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି।

Advertisment

ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ ୪୦୩.୧୯ କୋଟି ଟଙ୍କା ଆୟ କରିଥିବା ବେଳେ ଏୟାରଟେଲ୍ ୩୫୭.୪୪ କୋଟି, ଭୋଡାଫୋନ୍ ଆଇଡିଆ ୧୨୧.୯ କୋଟି ଏବଂ ବିଏସ୍‌ଏନ୍‌ଏଲ୍ ୬୦.୦୫ କୋଟି ଟଙ୍କା ଆୟ କରିଛି। ସେହିପରି ଟାଟା ଟେଲିସର୍ଭିସ୍‌ ପଛରେ ପଡ଼ିଯାଇ ମୋଟ୍ ୯.୨୨ କୋଟି ଟଙ୍କା ଆୟ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe