Advertisment

ଟେଲିକମ୍ ପରେ ଗ୍ରୋସରୀରେ ହଇଚଇ ସୃଷ୍ଟି କରିବ ରିଲାଏନ୍ସ!

ମୁମ୍ୱାଇ: ଟେଲିକମ୍ ଶିଳ୍ପରେ ରିଲାଏନ୍ସ ଜିଓ ହଇଚଇ ସୃଷ୍ଟି କରିବା ପରେ ଏବେ ଗ୍ରୋସରୀରେ ରିଲାଏନ୍ସ ଜିଓମାର୍ଟ ହଇଚଇ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ରିଲାଏନ୍ସ ଏବେ ହ୍ୱାଟସଆପ୍ ଜରିଆରେ ଗ୍ରୋସରୀ କିଣିବା ପ୍ରକ୍ରିୟା ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରିଛି। ସବୁଠୁ ବଡ଼କଥା ହେଲା ଜିଓମାର୍ଟ ଏବେ କ୍ରେଡ଼ିଟ୍ ଲିମିଟ୍ ବା ଧାର ନେବା ରାଶି ଦୁଇ ଗୁଣା ବୃଦ୍ଧି କରୁଛି। ପ୍ରତ୍ୟେକ ଗ୍ରୋସରୀ ଦୋକାନର ଅର୍ଡର ଏବଂ ଦୋକାନ ପରିଚାଳନା ପାଇଁ ଏକ କାର୍ଯ୍ୟନିର୍ବାହୀ […]

ଅଦ୍ୟତନ ହୋଇଛି
ଟେଲିକମ୍ ପରେ ଗ୍ରୋସରୀରେ ହଇଚଇ ସୃଷ୍ଟି କରିବ ରିଲାଏନ୍ସ!

JioMart

Advertisment

ମୁମ୍ୱାଇ: ଟେଲିକମ୍ ଶିଳ୍ପରେ ରିଲାଏନ୍ସ ଜିଓ ହଇଚଇ ସୃଷ୍ଟି କରିବା ପରେ ଏବେ ଗ୍ରୋସରୀରେ ରିଲାଏନ୍ସ ଜିଓମାର୍ଟ ହଇଚଇ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ରିଲାଏନ୍ସ ଏବେ ହ୍ୱାଟସଆପ୍ ଜରିଆରେ ଗ୍ରୋସରୀ କିଣିବା ପ୍ରକ୍ରିୟା ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରିଛି। ସବୁଠୁ ବଡ଼କଥା ହେଲା ଜିଓମାର୍ଟ ଏବେ କ୍ରେଡ଼ିଟ୍ ଲିମିଟ୍ ବା ଧାର ନେବା ରାଶି ଦୁଇ ଗୁଣା ବୃଦ୍ଧି କରୁଛି। ପ୍ରତ୍ୟେକ ଗ୍ରୋସରୀ ଦୋକାନର ଅର୍ଡର ଏବଂ ଦୋକାନ ପରିଚାଳନା ପାଇଁ ଏକ କାର୍ଯ୍ୟନିର୍ବାହୀ ନିଯୁକ୍ତ କରିଛି। ଏହା କାର୍ଯ୍ୟନିର୍ବାହୀ  ଅଧିକାରୀ ରିଲାଏନ୍ସ ରିଟେଲ୍ ନେଟଓ୍ୱର୍କରୁ ନିଯୁକ୍ତ ହୋଇଛନ୍ତି।

Advertisment

ଏବେ ପାଇଲଟ ପ୍ରକଳ୍ପ ଭାବରେ ରିଲାଏନ୍ସ ନଭୀ ମୁମ୍ୱାଇରେ ଥିବା ଗ୍ରୋସରୀ ଦୋକାନରୁ ଆରମ୍ଭ ହୋଇଛି। ହେଲେ ଅର୍ଡର ହ୍ୱାଟସଆପ୍ ବଦଳରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋନ୍ ଯୋଗେ ଅର୍ଡର ରଖୁଛନ୍ତି। ଏହାପରେ ଜିଓମାର୍ଟ ପ୍ରତି ଘରେ ଅର୍ଡର ପହଞ୍ଚାଉଛି। କିଛି ସ୍ଥାନରେ ଗ୍ରୋସରୀ ଦୋକାନୀ ନିଜେ ଅର୍ଡର ହୋମ୍ ଡେଲିଭରୀ କରୁଛନ୍ତି ନହେଲେ ଗ୍ରାହକ ନିଜେ ଯାଇ ଗ୍ରୋସରୀ ଦୋକାନରୁ ଅର୍ଡର ଆଣୁଛନ୍ତି।

ଜିଓମାର୍ଟ ଜରିଆରେ ଗ୍ରାହକଙ୍କ ପାଖରୁ ହ୍ୱାଟସଆପ ଜରିଆରେ ଅର୍ଡର ନେବାକୁ ଥିବା ଗ୍ରୋସରୀ ଦେକାନର ମାଲିକ ପ୍ରକାଶ କହିଛନ୍ତି, “ଜିଓମାର୍ଟର ଯୋଜନା ଅନୁଯାୟୀ ଡେଲିଭରୀ ଦାୟିତ୍ୱ ସେମାନଙ୍କର। ଲକଡାଉନ୍ ପରେ ଡେଲିଭରୀ ପ୍ରକ୍ରିୟା ଅତି ସରଳ ହୋଇଯିବ”।

Advertisment

ସୂଚନାଯୋଗ୍ୟ, ପ୍ରତି ଘରେ ରିଲାଏନ୍ସର ଜିଓମାର୍ଟ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ସୋଶାଲ ମିଡିଆ କିଙ୍ଗ ଫେସବୁକକୁ ନିଜ ରିଲାଏନ୍ସ ମାର୍ଟରେ ୧୦ ପ୍ରତିଶତ ଶେୟାର ବିକ୍ରି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe