Hospital
ଅନୁଗୋଳରେ ପ୍ରତିଷ୍ଠା ହେବ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍। ଜିନ୍ଦଲ ନଗର ପରିସରରେ ଏହି ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଏଠାରେ ଏଲୋପାଥି, ଆୟୁର୍ବେଦ ଓ ନେଚରପାଥି ଚିକିତ୍ସା ସେବା ଯୋଗାଇ ଦିଆଯିବ। ଜିନ୍ଦଲ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟ(ଜେଏସ୍ପି) ଫାଉଣ୍ଡେସନ୍ର ଚେୟାରମ୍ୟାନ୍ ସାଲୁ ଜିନ୍ଦଲ ଏନେଇ ସୂଚନା ଦେଇଛନ୍ତି। ଆଜି ଏହାର ଶିଳାନ୍ୟାସ୍ ହୋଇଛି।
ହସ୍ପିଟାଲ୍ର ନାଁ ରହିଛି ‘ଜିନ୍ଦଲ ଆରୋଗ୍ୟମ୍ ହସ୍ପିଟାଲ’। ଏହା ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ। ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଓ ଜେଏସ୍ପି ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସାଲୁ ଜିନ୍ଦଲଙ୍କ ଆଜି ଏହି ହସ୍ପିଟାଲ୍ର ଶିଳାନ୍ୟାସ୍ କରିଛନ୍ତି। ଦେଢ଼ବର୍ଷ ଭିତରେ ହସ୍ପିଟାଲ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ନବୀନ ଜିନ୍ଦଲ କହିଛନ୍ତି।
ହସ୍ପିଟାଲରେ ଏଲୋପାଥି ସହ ଆୟୁର୍ବେଦ ଓ ନେଚରପାଥି ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଥିସହ ଟ୍ରମା, ବର୍ଣ୍ଣ ୱାର୍ଡ, ହାର୍ଟ ସର୍ଜରୀ ସହ ବିଭିନ୍ନ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ। ଯେଉଁ ରୋଗୀମାନେ ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରିପାରିବେ ନାହିଁ, ସେମାନଙ୍କୁ ନିଶୁଳ୍କ ଚିକିତ୍ସା ସେବା ଯୋଗାଇଦିଆଯିବ ବୋଲି ଜିନ୍ଦଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ସୂଚନା ଦେଇଛନ୍ତି।
ରିପୋର୍ଟ-ଅନୁଗୋଳରୁ ବିରଜା ଦାଶ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hospital_1674751256.jpg)