ନିର୍ବାଚନ ପୂର୍ବରୁ ପୋସ୍କୋ ଅଂଚଳର ୨୬୭୭ ଏକର ଜଙ୍ଗଲ ଜମିକୁ ଦଖଲ କଲା ଜେଏସଡବ୍ଲ୍ୟୁ, କରିବ ମେଗା ପ୍ରକଳ୍ପ

ସାଧାରଣ ନିର୍ବାଚନ ପୂର୍ବରୁ ଜେଏସଡବ୍ଲ୍ୟୁ ଷ୍ଟିଲର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏହି ବିବାଦୀୟ ଜମିକୁ ନିଜ ଦଖଲକୁ ନେବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

JSW

Representational Image

Ordigital Desk
  • Published: Saturday, 06 January 2024
  • Updated: 06 January 2024, 04:20 PM IST

Sports

Latest News

 ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅଂଚଳରେ(ପ୍ରସ୍ତାବିତ ପୋସ୍କୋ ଅଂଚଳ) ୨୯୫୦.୩୧ଏକର ଜମିକୁ ଦଖଲକୁ ନେଲା ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ । ପୂର୍ବରୁ ଓଡ଼ିଶା ସରକାରଙ୍କ ୨୭୨.୫୧ଏକର ଅଣଜଙ୍ଗଲ ଜମିର ଲିଜକୁ ଦଖଲକୁ ନେଇଥିଲା ଜେଏସଡବ୍ଲ୍ୟୁ । ଏବେ ୨୬୭୭.୮୦ଏକର ଜଙ୍ଗଲ ଜମିକୁ ଦଖଲକୁ ନେଇଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କଠୁ ପଜେସନ୍ ଦସ୍ତାବିଜ ମିଳିଥିବା ଜେଏସଡବ୍ଲ୍ୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ନିଜର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ରାଜନଗର ବନଖଣ୍ଡ ଅଧିକାରୀଙ୍କଠୁ ୨୬୭୭.୮୦ଏକର ଜଙ୍ଗଲ ଜମିକୁ ଦଖଲକୁ ନେବାର ଦସ୍ତାବିଜ ମିଳିଛି । କମ୍ପାନୀକୁ ପୂର୍ବରୁ ଓଡ଼ିଶା ସରକାର ୨୭୨.୫୧ ଏକର ଅଣଜଙ୍ଗଲ ଜମିକୁ ଲିଜରେ ଦେଇଥିଲେ ।  ଏହାସହିତ ନିଜର ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଏରସମା (ରାଜନଗର ବନଖଣ୍ଡ ଅନ୍ତର୍ଗତ) ତହସିଲ ଅଂଚଳରେ ମୋଟ୍ ୨୯୫୦.୩୧ ଏକର ଜମି ଦଖଲକୁ ନେଇଛି । ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଗତ ଏହି ଜଙ୍ଗଲ ଜମିକୁ କମ୍ପାନୀକୁ ପଜେସନ୍ ଦିଆଯାଇଛି ବୋଲି ସୂଚନା ମିଳିଛି ।

Also Read

ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଏହି ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପକୁ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ କ୍ଲିଅରାନ୍ସ ମିଳିଥିଲା । ଯାହା ସଂଶୋଧିତ ସର୍ତ୍ତାବଳୀ ସହ ୨୦୨୩ ସେପ୍ଟେମ୍ବରରେ ପୁଣିଥରେ ମଞ୍ଜୁର ହୋଇଛି । ୨୦୨୩ ଏପ୍ରିଲ ମାସରେ ଏନଜିଟି ଏହି ପରିବେଶ ମଞ୍ଜୁରୀ ଉପରେ ରୋକ୍ ଲଗାଇବା ସହ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୨୦୧୭ ଜୁନ୍ ୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଦ୍ୱାରା ଏରସମାରେ ମେଗା ପ୍ରକଳ୍ପ ନିର୍ମାଣକୁ ହାଇଲେଭଲ ବୈଠକରେ ମଞ୍ଜୁରୀ ପ୍ରଦାନ କରିଥିଲେ । କମ୍ପାନୀ ସେଠାରେ ବାର୍ଷିକ ୧୩.୨ ନିୟୁତ ଟନ୍ ବିଶିଷ୍ଟ ମେଗା ଇସ୍ପାତ କାରଖାନା, ବାର୍ଷିକ ୧୦ ନିୟୁତ ଟନ ଉତ୍ପାଦନ ବିଶିଷ୍ଟ ସିମେଂଟ କାରଖାନା ଓ ୯୦୦ ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ ନିମନ୍ତେ ମୋଟ ୬୫ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋକୁ ସ୍ଥାନୀୟ ଲୋକଙ୍କ ବିରୋଧ ଓ ସରକାରଙ୍କ ସହଯୋଗ ନ ମିଳିବାରୁ ନିଜର ପ୍ରସ୍ତାବିତ ପ୍ରକଳ୍ପରୁ କମ୍ପାନୀ ୨୦୧୭ ମସିହାରେ ଓହରି ଯାଇଥିଲା । ଏହାପରେ ଉକ୍ତ ଅଂଚଳ ଉପରେ ଜେଏସଡବ୍ଲ୍ୟୁ ଆଖି ପକାଇଥିଲା । ତେବେ ଜେଏସଡବ୍ଲ୍ୟୁ ଉତ୍କଳର ପାରାଦୀପ ବନ୍ଦର ନିକଟରେ ପ୍ରସ୍ତାବିତ ଜେଟି ନିର୍ମାଣକୁ ଏପର୍ଯ୍ୟନ୍ତ ପରିବେଶ କ୍ଲିଅରାନ୍ସ ମିଳିନଥିବା ଜଣାପଡ଼ିଛି । ଅବଶ୍ୟ କମ୍ପାନୀ ନିଜର ଏହି ମେଗା ଇସ୍ପାତ ପ୍ରକଳ୍ପକୁ ଗ୍ରୀନଫିଲଡ୍ ପ୍ରକଳ୍ପ ଭାବେ ନାମିତ କରିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ୫ରୁ ୭ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି ।

ପୂର୍ବରୁ ସ୍ଥାନୀୟ ଲୋକେ ଓ ପରିବେଶବିତମାନେ ଜେଏସଡବ୍ଲ୍ୟୁର ଏହି ମେଗା ପ୍ରକଳ୍ପ ପାଇଁ ମହାନଦୀରୁ ଘଣ୍ଟା ପ୍ରତି ୧୦ହଜାର ଘନମିଟର ଜଳ ଦେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏପରିକି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ମଧ୍ୟ ଏନେଇ ଆପତ୍ତି ଉଠାଇଥିଲେ । କଟକର ଯୋବ୍ରାରୁ ଏହି ଜଳ କମ୍ପାନୀକୁ ଦିଆଯିବ । ଏହାଦ୍ୱାରା ମହାନଦୀରେ ଜଳ ପ୍ରବାହ ପ୍ରଭାବିତ ହେବା ସହ ଲୋକଙ୍କ ଉପଯୋଗ ନିମନ୍ତେ ପାନୀୟ ଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story