JSW Project
ଓଡ଼ିଶାରେ ହେବ ପ୍ରଥମ ଅଟୋ ମୋବାଇଲ ପ୍ଲାଣ୍ଟ। JSW ଗ୍ରୁପ୍ ସ୍ଥାପନ କରିବ ଏକ ମେଗା ସମନ୍ୱିତ ଇଲେକ୍ଟ୍ରିକ ଭେଇକିଲ ଓ EV ବ୍ୟାଟେରୀ ଉତ୍ପଦନ ପ୍ଲାଣ୍ଟ। ଏନେଇ ଆଜି ଲୋକସେବା ଭବନରେ JSW ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ବା ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଛି MOU। ପ୍ରସ୍ତାବିତ EV ପ୍ଲାଣ୍ଟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW ଗ୍ରୁପ। ଏଥିପାଇଁ ରାଜ୍ୟ ସରକାର ୧୩ ଶହ ଏକର ଜମି ଯୋଗାଇ ଦେବେ। ନରାଜରେ EV ପ୍ଲାଣ୍ଟ ପାଇଁ ୯୦୦ ଏକର ଓ ପାରାଦୀପରେ EV ବ୍ୟାଟେରୀ ପ୍ଲାଣ୍ଟ ପାଇଁ ୪୦୦ ଏକର ଜମି ଯୋଗାଇବେ ସରକାର।
ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୧ ହଜାର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଆସନ୍ତା ଅକ୍ଟୋବରରେ ପ୍ରକଳ୍ପର ଶିଳାନ୍ୟାସ ହେବ। ୩ ବର୍ଷ ଭିତରେ ଆରମ୍ଭ ହେବ ଉତ୍ପାଦନ। ଉଭୟ ଯାତ୍ରୀବାହୀ ଏବଂ ବାଣିଜ୍ୟକ ଯାନ (ବସ, ଟ୍ରକ୍ ଓ କାର) ଏଠାରୁ ଉତ୍ପାଦନ ହେବ।
ଜେଏସଡବ୍ଲୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଏହି ପ୍ରକଳ୍ପ ବହୁତ ବଡ଼ ପ୍ରକଳ୍ପ ହେବ। ବିଶ୍ୱର ସବୁଠୁ ବଡ଼ ବ୍ୟାଟେରୀ ଶିଳ୍ପ ହେବ ଓ ଶିଳ୍ପ କ୍ଷେତ୍ର ରେ ପରିବର୍ତ୍ତନ ଆଣିବ। ଜମି ଅଛି। ପରିବେଶ ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ। ବର୍ଷା ଦିନ ପରେ କାମ ଆରମ୍ଭ ହେବ। ଦୁଇ ବର୍ଷ ଭିତରେ ଉତ୍ପାଦନ ଆରମ୍ଭ ହେବ। କମର୍ସିଆଲ ଓ ପାସେଞ୍ଜର ସବୁ ଗାଡ଼ି ପର୍ଯ୍ୟାୟ କ୍ରମେ ତିଆରି ହେବ। ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ବାଂଲାଦେଶ ଓ ମାଲେସିଆ ବଜାରକୁ ଗାଡ଼ି ରପ୍ତାନି କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707561178.jpeg)