ଲୁହାପଥର ଖଣି ଫେରସ୍ତ ନିଷ୍ପତ୍ତିରୁ
ଲୁହାପଥର ଖଣି ଫେରସ୍ତ ନିଷ୍ପତ୍ତିରୁ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓହରି ଯାଇଛି। ଆଜି ଏନେଇ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି। ୨୦୨୦ ଫେବୃୟାରୀ ମାସରେ କେନ୍ଦୁଝର ଜିଲ୍ଲାର ଜାଜଙ୍ଗ ଲୁହାପଥର ଖଣି ଲିଜକୁ ୧୧୦ ପ୍ରତିଶତ ପ୍ରିମିୟମ ଦେଇ ଜେଏସଡବ୍ଲ୍ୟୁ ଷ୍ଟିଲ ହାତେଇଥିଲା।
ସୂଚନା ଅନୁସାରେ, ଜେଏସଡବ୍ଲ୍ୟୁ ଷ୍ଟିଲ ଓଡ଼ିଶାର ଏହି ଲୁହାପଥର ଖଣି ଲିଜକୁ ଫେରସ୍ତ କରିଦେବାକୁ ଯୋଜନା କରିଥିଲା। ନିଲାମ ମାଧ୍ୟମରେ କମ୍ପାନୀ ୨୦୨୦ ଫେବୃୟାରୀ ମାସରୁ ଉକ୍ତ ଖଣି ଲିଜ୍ ପାଇଥିଲେ ମଧ୍ୟ ବ୍ୟବସାୟିକ କ୍ଷତି ହେବାର ଆଶଙ୍କା କରି ଏହାକୁ ଫେରସ୍ତ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା। ଏନେଇ ନୋଟିସ୍ ମଧ୍ୟ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିଲା। ତେବେ ନଭେମ୍ବର ୧୬ତାରିଖରେ କମ୍ପାନୀ ଏହି ଖଣିଫେରସ୍ତ ନିଷ୍ପତ୍ତିରୁ ଓହରି ଯାଇଥିବାର ସୂଚନା ଦେଇଛି। କଂଚାମାଲର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଖଣି ଲିଜ୍ ସମର୍ପଣ କରିବାର ନିଷ୍ପତ୍ତିରୁ କମ୍ପାନୀ ଓହରି ଯାଇଛି।
ଉଲ୍ଲେଖଯୋଗ୍ୟ, କେନ୍ଦୁଝରସ୍ଥିତ ଜଜାଙ୍ଗ ଲୁହାପଥର ଖଣି ପାଇଁ ଡକାଯାଇଥିବା ଟେଣ୍ଡରରେ ଆଦାନୀ, ଜେଏସପିଏଲ୍ , ରୁଙ୍ଗଟା ମାଇନ୍ସ, ସିରାଜୁଦ୍ଦିନ ଓ ଅନ୍ୟାନ୍ୟ କମ୍ପାନୀକୁ ପଛରେ ପକାଇ ୧୧୦ ପ୍ରତିଶତ ପ୍ରିମିୟମ ଅର୍ଥ ଦେଇ ଜେଏସଡବ୍ଲ୍ୟୁ ଷ୍ଟିଲ ଏହି ଖଣି ଲିଜ୍ ହାତେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700146380.jpg)