Advertisment

ଜେଏସଡବ୍ଲ୍ୟୁ ସହ ବୁଝାମଣା କଲା ପସ୍କୋ, ୧୯ ବର୍ଷ ପରେ ଓଡ଼ିଶା ଫେରିବ

ଦକ୍ଷିଣ କୋରିଆର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମେଗା  ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ଭାରତର ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ପସ୍କୋ ଗ୍ରୁପ୍ ଏମଓୟୁ ସ୍ୱାକ୍ଷର କରିଛି ।

POSCO

POSCO

Advertisment

ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବ । ଆଉ ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ, ବ୍ୟାଟେରୀ ସାମଗ୍ରୀ ଓ ଅକ୍ଷୟଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସହମତ ହୋଇଛି । ଓଡ଼ିଶାର ପାରାଦୀପଠାରେ(ପସ୍କୋର ପୁରୁଣା ପ୍ରକଳ୍ପ ସ୍ଥାନ) ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପରେ ଏକାଠି କାମ କରିବାକୁ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡ଼ିଛି ।

Advertisment

ଦକ୍ଷିଣ କୋରିଆର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମେଗା  ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ଭାରତର ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ପସ୍କୋ ଗ୍ରୁପ୍ ଏମଓୟୁ ସ୍ୱାକ୍ଷର କରିଛି । ଉଭୟ କମ୍ପାନୀ ଓଡ଼ିଶାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଂଟରେ ବାର୍ଷିକ ୫ନିୟୁତ ଟନ୍ ଉତ୍ପାଦନ କରିବା ସହ ଭବିଷ୍ୟତରେ ଏହାର କ୍ଷମତା ସମ୍ପ୍ରସାରଣ ପାଇଁ ମଧ୍ୟ ରାଜି ହୋଇଛନ୍ତି । ଉଭୟ କମ୍ପାନୀ ୫୦ ପ୍ରତିଶତ ଲେଖାଏଁ ପୁଞ୍ଜିନିବେଶ କରିବେ  ଯାହାକି ବିଲିୟନ ଡଲାରରେ ବୋଲି ଆଶା କରାଯାଉଛି ।

ଏହି ଏମଓୟୁ ପରେ ପସ୍କୋ ଗ୍ରୁପ୍ ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ୱା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ଭାଗିଦାରୀ ଦ୍ୱାରା କୋରିଆ ଓ ଭାରତର ଆର୍ଥିକ ବିକାଶରେ ଯୋଗଦାନ ଦେଇପାରିବୁ ବୋଲି ଆଶା କରୁଛୁ । ପସ୍କୋ ଭବିଷ୍ୟତରେ ନିଜର ବିଦେଶୀ ପୁଞ୍ଜିନିବେଶକୁ ବୃଦ୍ଧି କରିବ । ଏହି ଭାଗିଦାରୀ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଇସ୍ପାତ ଚାହିଦାକୁ ଦୃଷ୍ଟିରେ ରଖି କରାଯାଇଛି । ଗତବର୍ଷ ଭାରତରେ ଇସ୍ପାତ ଚାହିଦା ୧୨୦ ମିଲିୟନ ଟନ୍ ଥିବାବେଳେ ୨୦୪୭ ସୁଦ୍ଧା ଏହା ୪୦୦ ମିଲିୟନ ଟନରେ ପହଂଚିବ ବୋଲି ପସ୍କୋ ପକ୍ଷରୁ ଆକଳନ କରାଯାଇଛି । ପସ୍କୋ ଏବେ ମହାରାଷ୍ଟ୍ରରେ ରୋଲିଂ ମିଲ୍ ସ୍ଥାପନ କରିଛି ।

Advertisment

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପାରାଦୀପ(ଏରସମା)ଠାରେ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ପସ୍କୋ ୧୨ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ୨୦୦୫ ମସିହାରେ ତତକାଳୀନ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ନମିଳିବାରୁ କମ୍ପାନୀ ୨୦୧୭ରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା । ଏବେ ପୁଣିଥରେ କମ୍ପାନୀ ଓଡ଼ିଶା ଫେରିବାକୁ ନିଷ୍ପତ୍ତି ନେଇଛି । ଜେଏସଡବ୍ଲ୍ୟୁ ଏବେ ଏରସମାଠାରେ ନିଜର ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଜାରି ରଖିଛି । କମ୍ପାନୀକୁ ରାଜ୍ୟ ସରକାର ଜମି ହସ୍ତାନ୍ତର କରିସାରିଛନ୍ତି । ପସ୍କୋ ଏବେ ନିଜର ସେହି ପୁରୁଣା ସ୍ଥାନରେ ଜେଏସଡବ୍ଲ୍ୟୁ ସହ ମିଶି ପ୍ରକଳ୍ପ କରିବ ବୋଲି ଜଣାପଡ଼ିଛି ।

JSW Project POSCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe