ନରାଜରେ ବିଦ୍ୟୁତଚାଳିତ ଗାଡ଼ି ଓ ବ୍ୟାଟେରୀ ଉତ୍ପାଦନ କରିବ ଜେଏସଡବ୍ଲ୍ୟୁ

କଟକର ନରାଜଠାରେ ଜେଏସଡବ୍ଲ୍ୟୁ ଗ୍ରୁପ ୪୦ହଜାର କୋଟି ଟଙ୍କା ନିବେଶ କରି ବିଦ୍ୟୁତଚାଳିତ (ଇଭି) ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ସ୍ଥାପନ କରିବ।

JSW Project

ଜେଏସଡବ୍ଲ୍ୟୁ ଗ୍ରୁପ

Ordigital Desk
  • Published: Monday, 22 January 2024
  • Updated: 22 January 2024, 10:34 PM IST

Sports

Latest News

କଟକର ନରାଜଠାରେ ଜେଏସଡବ୍ଲ୍ୟୁ ଗ୍ରୁପ ୪୦ହଜାର କୋଟି ଟଙ୍କା ନିବେଶ କରି ବିଦ୍ୟୁତଚାଳିତ (ଇଭି) ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ସ୍ଥାପନ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜେଏସଡବ୍ଲ୍ୟୁ ଗ୍ରୁପକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯିବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରୋତ୍ସାହନ ପ୍ୟାଜେକୁ ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଜେଏସଡବ୍ଲ୍ୟୁ ଗ୍ରୁପ୍ ଦ୍ୱାରା ପ୍ରଥମ ଇଭି ଉତ୍ପାଦନ ଶିଳ୍ପ ସ୍ଥାପନ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିଲା । ଜେଏସଡବ୍ଲ୍ୟୁ ଦ୍ୱାରା କଟକର ନରାଜ ଓ ପାରାଦୀପଠାରେ ବିଦ୍ୟୁତଚାଳିତ ଯାନ ଓ ଏହାର ଉପକରଣ ଉତ୍ପାଦନ କରିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ୪୦ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ଓ ୧୧ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସହ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

ଜେଏସଡବ୍ଲ୍ୟୁ ଗ୍ରୁପ୍ ଦ୍ୱାରା କଟକର ନରାଜଠାରେ ଇଭି ଗାଡ଼ି ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରାଯିବ । ଏହି ୫୦ ଜିଡବ୍ଲ୍ୟୁଏଚ୍ କ୍ଷମତା ବିଶିଷ୍ଟ ଏକ ଉନ୍ନ୍‌ତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଏହି କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଏକକ ପ୍ରକଳ୍ପ ହେବ । ଦୁଇଟି ପର୍ଯ୍ୟାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଓ ଉପାଦାନଗୁଡ଼ିକୁ ଉତ୍ପାଦନ ପାଇଁ ଏକ ଓରିଜିନାଲ ଇକ୍ୟୁପମେଂଟ ମାନୁଫାକଚରର କାରଖାନା ସ୍ଥାପନ କରିବାକୁ କମ୍ପାନୀ ଯୋଜନା କରୁଛି । ଯାହା ୪ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ।

Also Read

ଏହାସହିତ ଜେଏସଡବ୍ଲ୍ୟୁ ନୂଆ ଯୁଗର ବୈଷୟିକ କ୍ଷେତ୍ରର ପାଦଚିହ୍ନର ସ୍ୱରୂପ ତୃତୀୟ ପର୍ଯ୍ୟାୟରେ ପାରାଦୀପରେ ତମ୍ବା ସ୍ମେଲଟର ସହିତ ଲିଥିୟମ ସ୍ମେଲଟର ଓ ବିଦ୍ୟୁତିକ ଯାନର ଆନୁସାଙ୍ଗିକ ଉପାଦାନ ଉତ୍ପାଦନ କମ୍ପେ୍ଲକ୍ସ ସ୍ଥାପନ କରିବାକୁ ଯୋଜନା କରିଛି । ଏହି ପର୍ଯ୍ୟାୟରେ ଜେଏସଡବ୍ଲ୍ୟୁ ୭ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରି ରାଜ୍ୟରେ ୧୫ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story