Advertisment

ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିବ ୨୩ଟି ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ

ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୩ଟି ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ଦିନ-ରାତି ଖୋଲା ରଖିବାକୁ ଅନୁମତି ଦେଇଛନ୍ତି।

author-image
Debibandita Barick
Arvind Kejriwal

Arvind Kejriwal

ରାଜଧାନୀ ଦିଲ୍ଲୀରେ କେତେକ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟିଆ ଖୋଲା ରଖିବାକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୩ଟି ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ଦିନ-ରାତି ଖୋଲା ରଖିବାକୁ ଅନୁମତି ଦେଇଛନ୍ତି।

Advertisment

ଦିଲ୍ଲୀ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି ପ୍ରସ୍ତାବକୁ ଶେଷ ଅନୁମୋଦନ ପାଇଁ ଉପରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ଉପରାଜ୍ୟପାଳଙ୍କଠାରୁ ଅନୁମତି ଆସିବା ପରେ ଦିଲ୍ଲୀରେ ଥିବା ଏହି ସବୁ ଦୋକାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ।

ଅନୁମୋଦନ ପ୍ରାପ୍ତ ପରେ ସମସ୍ତ ପ୍ରତିଷ୍ଠାନକୁ ଦିଲ୍ଲୀ ଦୋକାନ ପ୍ରତିଷ୍ଠା ଅଧିନିୟମ, ୧୯୫୪ର ନିୟମକୁ କଡାକଡି ପାଳନ କରିବାକୁ ପଡିବ। ସରକାର ମଧ୍ୟ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ। ଯଦି ନିୟମ ଉଲ୍ଲଂଘନ ହୁଏ ତେବେ ଆଇନ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଦିଲ୍ଲୀ ସରକାରଙ୍କ ବିବୃତ୍ତି ଅନୁଯାୟୀ, ୨୪ ଘଣ୍ଟିଆ ଖୋଲା ରହିବାକୁ ଥିବା ପ୍ରତିଷ୍ଠାନଗୁଡ଼ିକ ବାଣିଜ୍ୟିକ, ଖୁଚୁରା ବ୍ୟବସାୟ କିମ୍ବା ବୃତ୍ତିଗତ ବର୍ଗର।

Advertisment

ନିକଟରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀର ୬୯୯ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଥିଲେ। ଦିଲ୍ଲୀ ସରକାର କହିଛନ୍ତି ଯେ, ଏହି ପଦକ୍ଷେପ ଆର୍ଥିକ କାରବାର ବୃଦ୍ଧି କରିବା ସହ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।

Delhi Arvind Kejriwal Business Delhi Shops