Advertisment

ଆଉ ନୂଆ ଗ୍ରାହକ ଯୋଡି ପାରିବନି କୋଟାକ୍ ମହିନ୍ଦ୍ରା

ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆର୍‌ବିଆଇ କଟକଣା ଲଗାଇଛି।

Kotak Mahindra Bank

Kotak Mahindra Bank

Advertisment

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ ଆକ୍ସନ ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆର୍‌ବିଆଇ କଟକଣା ଲଗାଇଛି।

Advertisment

ସୁରକ୍ଷା କାର୍ଯ୍ୟରେ ତ୍ରୁଟି, ଆଇଟି ବିପଦ ପରିଚାଳନା ଓ ଡାଟା ଲିକ୍‌ ହେତୁ ଆରବିଆଇ ଏହି ପଦକ୍ଷେପ ନେଇଛି। ପୂର୍ବରୁ ବ୍ୟାଙ୍କ ସହିତ ଯୋଡି ହୋଇ ରହିଥିବା ଗ୍ରାହକମାନଙ୍କୁ ସେବା ଜାରି ରହିବ। ବ୍ୟାଙ୍କ ଏହାର ବିଦ୍ୟମାନ ଗ୍ରାହକମାନଙ୍କୁ ସମସ୍ତ ପ୍ରକାରର ସେବାଗୁଡିକ ସହଜରେ ଯୋଗାଇବା ଜାରି ରଖିବ। ଏଥିରେ କ୍ରେଡିଟ୍ କାର୍ଡ ଗ୍ରାହକ ମଧ୍ୟ ସାମିଲ ଅଛନ୍ତି।

ଆର୍‌ବିଆଇର ସୂଚନା ମୁତାବକ, କୋଟାକ୍ ବ୍ୟାଙ୍କ ନିଜର ଗ୍ରୋଥ ସହ ଏହାର ଆଇଟି ସିଷ୍ଟମରେ ଉନ୍ନତି ଆଣିବାରେ ବିଫଳ ହୋଇଛି। ୨୦୨୨ ଏବଂ ୨୦୨୩ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କର ଆଇଟି ଅନୁସନ୍ଧାନରୁ ସାମ୍ନାକୁ ଆସିଥିବା ସମସ୍ୟାକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ଏହି ସମସ୍ୟାକୁ ଠିକ୍‌ ସମୟରେ ସମାଧାନ କରିବାରେ ବ୍ୟାଙ୍କର କ୍ରମାଗତ ବିଫଳତା ସାମ୍ନାକୁ ଆସିଛି ବୋଲି ଆରବିଆଇ କହିଛି।

Advertisment
RBI Kotak Mahindra Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe