Advertisment

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ

ସ୍ୱିଡେନ ନୋବେଲ ପୁରସ୍କାର କମିଟି ପକ୍ଷରୁ ଅର୍ଥନୀତିରେ ଗୋଲଡିନ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Economics

Economics

Advertisment

ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Advertisment

ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ କାମ କରି ଆସୁଥିଲେ। ସ୍ୱିଡେନ ନୋବେଲ ପୁରସ୍କାର କମିଟି ପକ୍ଷରୁ ଅର୍ଥନୀତିରେ ଗୋଲଡିନ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି। ସେ ତୃତୀୟ ମହିଳା ଭାବେ ଅର୍ଥନୀତିରେ ନୋବେଲ ପାଇବାକୁ ମନୋନୀତ ହୋଇଛନ୍ତି। 

କମିଟି କହିଛି ଯେ ଗୋଲଡିନ ପ୍ରଥମଥର ପାଇଁ ମହିଳାଙ୍କ ଆୟ ଓ ଲେବର ମାର୍କେଟ ଆଉଟ କମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ସେ କରିଥିବା ଗବେଷଣା ଦ୍ୱାରା ନୂଆ ପାର୍ଟନ, ପରିବର୍ତ୍ତନର କାରଣ ଜଣାପଡ଼ିଥିଲା। କିନ୍ତୁ ତାଙ୍କ ଗବେଷଣାରେ ସେ ଜାରି ରହିଥିବା ଲିଙ୍ଗଗତ ପାର୍ଥକ୍ୟର ମୁଖ୍ୟ କାରଣ ସମ୍ପର୍କରେ ମଧ୍ୟ କହିଥିଲେ। ତାଙ୍କୁ “having advanced our understanding of women's labour market outcomes" ପାଇଁ ନୋବେଲ ପୁରସ୍କାର ମିଳିଥିବା କମିଟି କହିଛି।

Advertisment

ଗୋଲଡିନ ହାର୍ବର୍ଡ ବିଶ୍ୱବିଦ୍ୟେଳୟରେ ଅର୍ଥନୀତିକ ବିଭାଗର ପ୍ରଫେସର ଅଛନ୍ତି। ସେ ଆମେରିକା ଅର୍ଥନୀତି ସହ ଜଡ଼ିତ ବିଭିନ୍ନ ସଂସ୍ଥା ଓ ବିଭାଗର ବଡ଼ବଡ଼ ପଦବୀରେ କାମ କରିଛନ୍ତି। ସେ ତାଙ୍କ ଲେଖାରେ ମହିଳା ଶ୍ରମ ଶକ୍ତି, ଆୟରେ ଥିବା ଲିଙ୍ଗଗତ ପାର୍ଥକ୍ୟ, ଆୟରେ ଅସମାନତା, ବୈଷୟିକ ପରିବର୍ତ୍ତନ ଓ ଶିକ୍ଷା ସହିତ ଜଡ଼ିତ ସବୁ ତଥ୍ୟ ବିସ୍ତୃତ ତଥ୍ୟ ଦେଇଛନ୍ତି। 

Nobel Nobel Prize 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe