Advertisment

ଆଉ ବଢ଼ିବନି ଆୟକର ରିଟର୍ଣ୍ଣ ଅବଧି, ଶେଷ ତାରିଖ କେବେ ଜାଣନ୍ତୁ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ(ଆଇଟିଆର) ଦାଖଲ ଅବଧିକୁ ଆଉ ବୃଦ୍ଧି କରାଯିବନି। କରୋନା ପାଇଁ ବାରମ୍ବାର ଆଇଟିଆର ଦାଖଲ ଅବଧିକୁ ବୃଦ୍ଧି କରାଯାଉଥିଲା। ହେଲେ ଏବେ ଆଉ ଏହା ବଢ଼ିବ ନାହିଁ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି। ଏହାର ଅର୍ଥ ଆୟକର ଦାଖଲ ପାଇଁ ଆଜି ହିଁ ଶେଷ ତାରିଖ। ତେଣୁ ତୁରନ୍ତ ଆଇଟିଆର ଦାଖଲ କରି ନଥିବା ଲୋକମାନେ ଏହାକୁ ପୈଠ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜସ୍ୱ ସଚିବ ତରୁଣ […]

ଆଉ ବଢ଼ିବନି ଆୟକର ରିଟର୍ଣ୍ଣ ଅବଧି, ଶେଷ ତାରିଖ କେବେ ଜାଣନ୍ତୁ

Tax

Advertisment

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ(ଆଇଟିଆର) ଦାଖଲ ଅବଧିକୁ ଆଉ ବୃଦ୍ଧି କରାଯିବନି। କରୋନା ପାଇଁ ବାରମ୍ବାର ଆଇଟିଆର ଦାଖଲ ଅବଧିକୁ ବୃଦ୍ଧି କରାଯାଉଥିଲା। ହେଲେ ଏବେ ଆଉ ଏହା ବଢ଼ିବ ନାହିଁ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି। ଏହାର ଅର୍ଥ ଆୟକର ଦାଖଲ ପାଇଁ ଆଜି ହିଁ ଶେଷ ତାରିଖ। ତେଣୁ ତୁରନ୍ତ ଆଇଟିଆର ଦାଖଲ କରି ନଥିବା ଲୋକମାନେ ଏହାକୁ ପୈଠ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି, ଆଇଟିଆର ଦାଖଲ ପାଇଁ ଶେଷ ତାରଖ ହେଉଛି ୨୦୨୧ ମସିହା ଡିସେମ୍ବର ୩୧। ଏହାକୁ ଆଉ ବୃଦ୍ଧି କରାଯିବନି। ଇତି ମଧ୍ୟରେ ଅନେକ ଲୋକ ଆଇଟିଆର ଦାଖଲ କରି ସାରିଲେଣି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଗୁଣା ଅଧିକ ଲୋକ ଆୟକର ଦାଖଲ କରିଛନ୍ତି।

ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ମୋଟ ୫.୬୪ କୋଟି ଆଇଟିଆର ଦାଖଲ ହୋଇଛି। କେବଳ ଶୁକ୍ରବାର ୨୦ ଲକ୍ଷ ଆଇଟିଆର ଦାଖଲ ହୋଇଛି। ଶେଷ ଏକ ଘଣ୍ଟା ମଧ୍ୟରେ ୩ ଲକ୍ଷ ଆଇଟିଆର ଦାଖଲ କରାଯାଇଛି।

Advertisment

ତେବେ ଯେଉଁମାନେ ୨୦୧୯-୨୦ ଆର୍ଥିକ ବର୍ଷର ଆଇଟିଆର ଦାଖଲର ଇ-ଭେରିଫାଏଡ କରି ନାହାନ୍ତି, ସେମାନେ ଏହି ପ୍ରକ୍ରିୟାକୁ ୨୦୨୨ ଫେବୃଆରୀ ୨୮ ସୁଦ୍ଧା ଶେଷ କରିପାରିବେ। ଆୟକର ବିଭାଗ ଏଥିପାଇଁ ଟିକସଦାତାଙ୍କୁ ଅନୁମତି ଦେଇଛି।

ସୂଚନାଯୋଗ୍ୟ, ନଭେମ୍ବର ମାସରେ କେନ୍ଦ୍ର ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ଆଇଟିଆର ଦାଖଲ ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଥିଲେ। କେନ୍ଦ୍ର ସରକାର କହିଥିଲେ ଯେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଆୟକର ପୈଠ କରିବାକୁ ଥିବା ଲୋକ ଓ ସଂସ୍ଥା ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଏହାକୁ ଦାଖଲ କରିପାରିବେ। କରୋନା ସଙ୍କଟ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ଆଇଟିଆର ଦାଖଲର ଶେଷ ତାରିଖ ଜୁଲାଇ ୩୧ ଯାଏ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଏହାକୁ ବୃଦ୍ଧି କରାଯାଇ ନଭେମ୍ବର ୩୦ କରାଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe