Advertisment

୧୯ରେ ଜିଏସଟି କାଉନସିଲ ବୈଠକ, ଘର କିଣିବା ନିୟମରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୧୯ ମାର୍ଚ୍ଚରେ ଚଳିତ ସରକାରର ଅନ୍ତିମ ଜିଏସଟି ପରିଷଦ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନିର୍ମାଣାଧୀନ ଘର  ସମ୍ବନ୍ଧିତ ଗାଇଡଲାଇନରେ ପରିବର୍ତ୍ତନ ହେବାକୁ ଯାଉଥିବା ଜଣାପଡ଼ିଛି । ପରିବର୍ତ୍ତିତ ଗାଇଡ ଲାଇନରେ ସରକାର ଟିକସର ଲାଭ କିଭଳି ଉଭୟ ଗ୍ରାହକ ଏବଂ ଘର ନିର୍ମାଣକାରୀ ସଂସ୍ଥା ପାଇବେ ତାହା ନିଶ୍ଚିତ କରାଯିବ। ସୂଚନା ଅନୁଯାୟୀ ସରକାର ନିର୍ମାଣାଧୀନ ଘର ଉପରେ ଜିଏସଟି ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦେବେ। ଏହି ନୂଆ ଟିକସ […]

ଅଦ୍ୟତନ ହୋଇଛି
୧୯ରେ ଜିଏସଟି କାଉନସିଲ ବୈଠକ, ଘର କିଣିବା ନିୟମରେ ହୋଇପାରେ ପରିବର୍ତ୍ତନ

gst 19 builder

Advertisment

ନୂଆଦିଲ୍ଲୀ: ୧୯ ମାର୍ଚ୍ଚରେ ଚଳିତ ସରକାରର ଅନ୍ତିମ ଜିଏସଟି ପରିଷଦ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନିର୍ମାଣାଧୀନ ଘର  ସମ୍ବନ୍ଧିତ ଗାଇଡଲାଇନରେ ପରିବର୍ତ୍ତନ ହେବାକୁ ଯାଉଥିବା ଜଣାପଡ଼ିଛି । ପରିବର୍ତ୍ତିତ ଗାଇଡ ଲାଇନରେ ସରକାର ଟିକସର ଲାଭ କିଭଳି ଉଭୟ ଗ୍ରାହକ ଏବଂ ଘର ନିର୍ମାଣକାରୀ ସଂସ୍ଥା ପାଇବେ ତାହା ନିଶ୍ଚିତ କରାଯିବ। ସୂଚନା ଅନୁଯାୟୀ ସରକାର ନିର୍ମାଣାଧୀନ ଘର ଉପରେ ଜିଏସଟି ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦେବେ। ଏହି ନୂଆ ଟିକସ ହାର ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଜଣାପଡ଼ିଛି।

Advertisment

ରିଅଲ ଇଷ୍ଟେଟ ଉପରେ ସମୀକ୍ଷା କରୁଥିବା ଏକ ମନ୍ତ୍ରୀ ସ୍ତରୀୟ କମିଟି ପ୍ରଥମେ ଆଶଙ୍କା କରିଥିଲେ ଯେ ଟିକସ କମାଇ ଦିଆଗଲେ ବିଲଡର ଏହାର ଫାଇଦା ଗ୍ରାହକଙ୍କୁ ଦେଇ ନପାରନ୍ତି । ତେଣୁ ଜିଏସଟି ପରିଷଦ ବିଲଡରଙ୍କ ପାଇଁ ନୂଆ ଗାଇଡ଼ ଲାଇନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଯେଉଁଥିରେ ବିଲଡର କିଭଳି ଫ୍ଲାଟର ଦାମ ମନମୁତାବକ ବଢାଇ ପାରିବ ନାହିଁ, ତାହା ନିଶ୍ଚିତ କରାଯାଇଛି। ତେଣୁ ୧୯ ମାର୍ଚ୍ଚରେ ବସିବାକୁ ଯାଉଥିବା ବୈଠକରେ ସବୁ ରାଜ୍ୟର ରାଜସ୍ବ ବିଭାଗ ସହିତ ମିଶି ଜିଏସଟି ଦର କମାଇବା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

୧୭ତମ ସାଧାରଣ ନିର୍ବାଚନ ପାଇଁ ଦେଶରେ ଆଚରଣ ବିଧି ଲାଗୁ ହୋଇଯାଇଛି। ତେଣୁ ଜିଏସଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ପାଖରୁ ଅନୁମତି ଆଣିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe