Advertisment

ଭାରତରେ ଲାଭା ଲଞ୍ଚ୍ କଲା Lava Agni 5G

ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂଆ ସ୍ମାର୍ଟ ଫୋନ୍‌ ଲଞ୍ଚ କରିଛି ଲାଭା। କମ୍ପାନୀ ପକ୍ଷରୁ Lava Agni 5G ଲଞ୍ଚ କରାଯାଇଛି। ୫ଜି ସୁବିଧା  ବିଶିଷ୍ଟ ଏହି ନୂଆ ମଡେଲଟି ବେଶ ଆକର୍ଶଣୀୟ। ଏହି ମୋବାଇଲର ଡିଜାଇନ୍‌ ଏବଂ ଲୁକ୍‌ ମଧ୍ୟ ଖୁବ୍‌ ସ୍ମାର୍ଟ ମଧ୍ୟ। ମୋବାଇଲର ରିଅର କ୍ୟାମେରି ୩ଟି ଥିବା ବେଳେ ଏହା ହେଉଛି  ୬୪ ମେଗାପିକ୍ଟେଲ । ସେହିରପରି ବ୍ୟାଟେରୀ କ୍ଷମତା 5000mAh ରହିଛି। ଅନ୍ୟାନ୍ୟ ଫିଚର ମଧ୍ୟରେ 90Hz panel, ମିଡିଆ […]

author-image
Tapas Behera
ଅଦ୍ୟତନ ହୋଇଛି
ଭାରତରେ ଲାଭା ଲଞ୍ଚ୍ କଲା Lava Agni 5G

678

ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂଆ ସ୍ମାର୍ଟ ଫୋନ୍‌ ଲଞ୍ଚ କରିଛି ଲାଭା। କମ୍ପାନୀ ପକ୍ଷରୁ Lava Agni 5G ଲଞ୍ଚ କରାଯାଇଛି। ୫ଜି ସୁବିଧା  ବିଶିଷ୍ଟ ଏହି ନୂଆ ମଡେଲଟି ବେଶ ଆକର୍ଶଣୀୟ। ଏହି ମୋବାଇଲର ଡିଜାଇନ୍‌ ଏବଂ ଲୁକ୍‌ ମଧ୍ୟ ଖୁବ୍‌ ସ୍ମାର୍ଟ ମଧ୍ୟ। ମୋବାଇଲର ରିଅର କ୍ୟାମେରି ୩ଟି ଥିବା ବେଳେ ଏହା ହେଉଛି  ୬୪ ମେଗାପିକ୍ଟେଲ । ସେହିରପରି ବ୍ୟାଟେରୀ କ୍ଷମତା 5000mAh ରହିଛି। ଅନ୍ୟାନ୍ୟ ଫିଚର ମଧ୍ୟରେ 90Hz panel, ମିଡିଆ ଟେକ୍‌ ଡାମିନେଷ୍ଟି ୮୧୦ SoC ଆଦି ସୁବିଧା ରହିଛି।

Advertisment

ଏହାର ଡିସ୍‌ପ୍ଲେ ୬.୭୮ ଇଞ୍ଚ ହୋଇଥିବା ବେଳେ 90Hz ରିଫ୍ରେସ୍ ରେଟ୍ ରହିଛି। ୧୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ମୋବାଇଲ ଏକାଧିକ ରଙ୍ଗରେ ଉପଲବ୍ଧ ହେବ। ଏହି ସ୍ମାର୍ଟ ଫୋନ୍‌ରେ ୬୪ଜିବି ରାମ ଏବଂ ୧୨୮ଜିବି ଇଣ୍ଟନାଲ ଷ୍ଟୋରେଜ୍‌ ସୁବିଧା ରହିଛି। ଏହା ରେଡମି ନୋଟ୍‌ ସହ ତୁଳନୀୟ ବୋଲି କୁହାଯାଇଛି।

ଯେଉଁମାନେ ନଭେମ୍ବର ୧୭ ପୂର୍ବରୁ ବୁକ୍‌ କରିବେ ସେମାନଙ୍କୁ  ଡିସକାଉଣ୍ଟ ଅର୍ଥାତ ୧୭,୯୯୯ ଟଙ୍କାରେ ମିଳିବ। ୫୦୦ ଟଙ୍କା ଦେଇ ଆପଣ ଲାଭା ୱେବସାଇଟ୍‌ରେ ବୁକ୍‌ କରିପାରିବେ। ଅନଲାଇନ୍‌ ସର୍ଭିସ ତଥା ଆମାଜନ ଏବଂ ଫ୍ଲିପକାର୍ଟରେ ଏହି ମୋବାଇଲ ଉପଲବ୍ଧ ହେଉଛି। ଏହି ସ୍ମାର୍ଟ ଫୋନ୍‌ ଗ୍ରାହକଙ୍କ ମନକୁ ବେଶ ଛୁଇଁବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି।

Advertisment