Advertisment

ସେୟାର ବଜାରକୁ ପ୍ରବେଶ କଲା LIC

ମୁମ୍ବାଇ: ସେୟାର ବଜାରକୁ ପ୍ରବେଶ କଲା LIC। ଆଜି ବିଧିବଦ୍ଧ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି ଭାରତର ସବୁଠୁ ବଡ଼ ଓ ବିଶ୍ୱସ୍ତ ବୀମା ସେବା କମ୍ପାନି- LIC। ଷ୍ଟକ୍ ମାର୍କେଟ୍‌ରେ ତାଲିକାଭୁକ୍ତ ହେବା ପରେ ନିବେଶକମାନଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଏହାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ବାସ୍ତବରେ, ଆଇପିଓର ଲିଷ୍ଟିଂ ପ୍ରାଇସ୍‌ ବ୍ୟାଣ୍ଡରୁ ପ୍ରାୟ ୮% ଅର୍ଥାତ୍ ୮୭୨ ଟଙ୍କା ତଳକୁ ଖସି ଯାଇଛି। […]

ସେୟାର ବଜାରକୁ ପ୍ରବେଶ କଲା LIC

Lic IPO

Advertisment

ମୁମ୍ବାଇ: ସେୟାର ବଜାରକୁ ପ୍ରବେଶ କଲା LIC। ଆଜି ବିଧିବଦ୍ଧ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି ଭାରତର ସବୁଠୁ ବଡ଼ ଓ ବିଶ୍ୱସ୍ତ ବୀମା ସେବା କମ୍ପାନି- LIC। ଷ୍ଟକ୍ ମାର୍କେଟ୍‌ରେ ତାଲିକାଭୁକ୍ତ ହେବା ପରେ ନିବେଶକମାନଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଏହାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି।

Advertisment

ବାସ୍ତବରେ, ଆଇପିଓର ଲିଷ୍ଟିଂ ପ୍ରାଇସ୍‌ ବ୍ୟାଣ୍ଡରୁ ପ୍ରାୟ ୮% ଅର୍ଥାତ୍ ୮୭୨ ଟଙ୍କା ତଳକୁ ଖସି ଯାଇଛି। ଏହା ଦେଶର ସବୁଠାରୁ ବଡ ଆଇପିଓ ଥିଲା, ତେଣୁ ଏହା ଉପରେ ସମସ୍ତଙ୍କ ନଜର ଥିଲା। ଏହି ଆଇପିଓରେ, LICର ନୀତିଧାରୀ ଏବଂ ଖୁଚୁରା ନିବେଶକମାନେ ସର୍ବାଧିକ ଅର୍ଥ ବିନିଯୋଗ କରିଥିଲେ। ତେବେ ବଜାର ଦୁର୍ବଳ ଥିବା ଯୋଗୁଁ ଏହି ଲିଷ୍ଟିଂ ପ୍ରାଇସ୍‌ ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ ଏଥିରେ ସୁଧାର ଆସିବ ବୋଲି ଅର୍ଥନୀତି ବିସାରଦ ମାନେ ଆକଳନ କରିଛନ୍ତି।ଦୀର୍ଘକାଳୀନ ପାଇଁ ଏହା ଏକ ବଡ଼ ବିନିଯୋଗ। ଅର୍ଥାତ ନିବେଶକମାନେ ଦୀର୍ଘମିଆଦିରେ ବଡ଼ ଧରଣର ରିଟର୍ଣ୍ଣ ପାଇପାରିବେ।

ଏଲ୍ଆଇସି ଏକ ବିଶ୍ୱାସର ସୂତ୍ର, ଦେଶର ସବୁଠୁ ଦ୍ରୁତ ଗତିରେ ବଢ଼ୁଥିବା କମ୍ପାନି ବୋଲି ଏହି ଅବସରରେ କହିଛନ୍ତି ଇନଭେଷ୍ଟମେଣ୍ଟ ଓ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟ ସଚିବ ତୁହିନକାନ୍ତ ପାଣ୍ଡେ। ମେ ୪ରୁ ୯ ଯାଏଁ ଦେଶର ଏହି ସର୍ବବୃହତ୍ତ ଆଇପିଓ ୨.୯ ଗୁଣା ସବ୍‌ସ୍କ୍ରିପ୍‌ସନ୍‌ ଦେଖିଥିଲା।  ପଲିସିଧାରୀଙ୍କ ଲାଗି ଥିବା ଏଲ୍ଆଇସି ସେୟାର ୬.୧ ଗୁଣା ସବ୍‌ସ୍କ୍ରାଇବ୍‌ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ସେୟାର ୪.୪ ଗୁଣା, ଖୁଚୁରା ନିବେଶକଙ୍କ ସେୟାର ୧.୯ ଗୁଣା ଆବେଦନ ପାଇଥିଲା।  ମେ ୧୨ରେ ଏଲ୍ଆଇସି ଷ୍ଟକ୍ ଆଲଟ୍‌ମେଣ୍ଟ ବି ସରିଯାଇଥିବା ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe