Advertisment

ଗୋଆରେ ଯେଉଁ ମଦର ଦାମ ୧୦୦ ଟଙ୍କା, କର୍ଣ୍ଣାଟକାରେ ୫୧୩ ଟଙ୍କା

ସମଗ୍ର ଦେଶରେ ଯେଉଁ ବ୍ରାଣ୍ଡର ଦାମ୍ ଆକାଶଛୁଆଁ ତାହା ଏଠାରେ ସବୁଠୁ ଶସ୍ତା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭ୍ରମଣ ସ୍ଥାନ ବାବଦରେ କହିଲେ ଗୋଆ ନାମ ପ୍ରଥମେ ଆସେ। ଗୋଆର ବେଳାଭୂମି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଏଠାରେ ଏକ ଦ୍ରବ୍ୟ ଶସ୍ତାରେ ମିଳିବାକୁ ନେଇ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁସାରେ ଗୋଆରେ ଅନେକ ବ୍ରାଣ୍ଡର ମାଦକଦ୍ରବ୍ୟ ସବୁଠୁ କମ୍ ମୂଲ୍ୟରେ ମିଳୁଛି। ସମଗ୍ର ଦେଶରେ ଯେଉଁ ବ୍ରାଣ୍ଡର ଦାମ୍ ଆକାଶଛୁଆଁ ତାହା ଏଠାରେ ସବୁଠୁ ଶସ୍ତା। 

Advertisment

ମଦ ବିକ୍ରି କଥା ଯଦି କୁହାଯାଏ, ତେବେ ଦେଶର ପ୍ରତ୍ୟେକ ରାଜ୍ୟରେ ଏକ ଭିନ୍ନ ଅବକାରୀ ନୀତି ରହିଛି। ସର୍ବୋତ୍ତମ ଲିକର୍ ଏକ୍ସାଇଜ୍ ପଲିସି ଅନୁଯାୟୀ କେତେକ ସ୍ଥାନରେ ମଦ ନିଷିଦ୍ଧ ହୋଇଥିବା ବେଳେ ଅନ୍ୟ କେତକ ସ୍ଥାନରେ କମ୍ ଏବଂ ବହୁ ମୂଲ୍ୟରେ ବିକ୍ରି ହୋଇଥାଏ।

ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣରୁ ଅନୁସାରେ ଭାରତରେ ଗୋଆରେ ସବୁଠାରୁ ଶସ୍ତାରେ ମଦ ବିକ୍ରି ହେଉଥିବା ବେଳେ କର୍ଣ୍ଣାଟକାରେ ଦାମ୍ ଆକାଶଛୁଆଁ। ରିପୋର୍ଟ ମୁତାବକ, ସ୍ପିରିଟ୍ ବୋତଲ ଅର୍ଥାତ୍ ହ୍ୱିସ୍କି, ରମ୍, ଭୋଡକା ଏବଂ ଜିନ୍ ଗୋଆରେ ୧୦୦ ଟଙ୍କାରେ ମିଳୁଥିବା ବେଳେ ଦିଲ୍ଲୀରେ ୧୩୪ ଏବଂ କର୍ଣ୍ଣାଟକରେ ୫୧୩ ଟଙ୍କାରେ ବିକ୍ରି ହୋଇଥାଏ। ଗୋଆରେ ଗୋଟିଏ ବୋତଲ ପିଛା ୪୯ ଟଙ୍କା ଶୁଳ୍କ ଆଦାୟ ହେଉଥିବା ବେଳେ ଦିଲ୍ଲୀରେ ୭୧ ଏବଂ କର୍ଣ୍ଣାଟକରେ ସର୍ବାଧିକ ୮୩ ଟଙ୍କା ଶୁଳ୍କ ଆଦାୟ ହେଉଛି। 

Advertisment

ସେହିପରି ସବୁଠୁ ଅଧିକ ଟିକସ୍ ଆଦାୟ ହେଉଥିବା ରାଜ୍ୟ ତାଲିକାର ଦ୍ୱିତୀୟରେ ରହିଛି ତେଲେଙ୍ଗାନା। ଏଠାରେ ଗୋଟିଏ ମଦ ବୋତଲ ୨୪୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ହାରାହାରି ୬୮ ଟଙ୍କା ଟିକସ ଆଦାୟ କରାଯାଏ। ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର, ଯେଉଁଠାରେ ମଦ ବୋତଲର ହାରାହାରି ମୂଲ୍ୟ ୨୨୬ ଟଙ୍କା ଏବଂ ୬୯ ଟଙ୍କା ଟିକସ ଆଦାୟ କରାଯାଏ। ଏହା ବ୍ୟତୀତ ଉତ୍ତର ପ୍ରଦେଶରେ ମଦର ହାରାହାରି ଦର ୧୯୭ ଟଙ୍କା ହୋଇଥିବାବେଳେ ସେଠାରେ ଟ୍ୟାକ୍ସ ୬୬ ଟଙ୍କା ରହିଛି। ହରିଆଣାରେ ଦାମ୍ ୧୪୭ ଟଙ୍କା ଥିବାବେଳେ ୪୭ ଟଙ୍କା ଟିକସ ଆଦାୟ ହୁଏ। 

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଟିକସ ହାରରେ ଥିବା ଏହି ପାର୍ଥକ୍ୟ ମଧ୍ୟ ରାଜ୍ୟ ସୀମା ଦେଇ ମାଦକଦ୍ରବ୍ୟର ବେଆଇନ କାରବାର ମୁଖ୍ୟତଃ ଭାବେ ଦାୟୀ ହୋଇପାରେ। ଅଧିକାଂଶ ଦ୍ରବ୍ୟ ଏବଂ ସେବା ପରି, ମାଦକ ଓ ପେଟ୍ରୋଲିୟମ ଦ୍ରବ୍ୟ ଉପରେ ସେବା କର (GST) ଛାଡ଼ ରହିଛି। ଫଳସ୍ୱରୂପ ସମଗ୍ର ଦେଶରେ ଭିନ୍ନ ଭିନ୍ନ ଶୁଳ୍କ ଏବଂ ଟିକସ ହାର ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Liquor Price List GST Goa Liquor Price India Liquor Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe